• କାଲିଠୁ କଟକ ଜିଲ୍ଲାରେ ଖୋଲିବ ସବୁ ଧର୍ମାନୁଷ୍ଠାନ
  • EVM ବଦଳରେ ବାଲାଟ ପେପର୍‌ ମାମଲାକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ
  • ଆଜି CBSEର ଦଶମ ଶ୍ରେଣୀ ଫଳାଫଳ
  • cbse.gov.inରେ ଫଳ ପ୍ରକାଶ
  • ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ରେଜଲ୍ଟ ପ୍ରକାଶ କରିଛି CBSE
  • ଭୁବନେଶ୍ବର ଜୟଦେବ ବିହାର ଛକରେ ମହିଳାଙ୍କଠୁ ୧୦ ଲକ୍ଷ ଟଙ୍କା ଲୁଟ୍
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪୨୨ ଜୀବନ
  • ଦେଶରେ ଦିନକରେ ୩୦ ହଜାର ୫୪୯ କୋରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଦିନକରେ ଆଉ ୧୧୨୯ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୯ କୋରୋନା ଆକ୍ରାନ୍ତ ମୃତ

ରେଶମ ନଗରୀରେ କୋରୋନା ଟେନସନ୍, ଅଧିକାଂଶ ଲୋକଙ୍କ ଠାରେ ସଂକ୍ରମଣ ଲକ୍ଷଣ

ଅଧିକ ସଂକ୍ରମଣ ଚିହ୍ନଟ ହୋଇଥିବା ସ୍ଥାନକୁ ମିନି କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରି ସିଲ କରିବା ସହ ଅମାନିଆ ଅନୁଷ୍ଠାନ ଗୁଡିକୁ ମଧ୍ୟ ତାଲା ପକାଇ ଜରିମନା ଆଦାୟ କରୁଛି। ସେପଟେ ସଂକ୍ରମଣ ଅଧିକ ମାତ୍ରାରେ ବଢୁଥିବାରୁ ଦୁଇଟି ନୂତନ ଟେଷ୍ଟିଂ ସେଣ୍ଟର ପ୍ରସ୍ତୁତ କରିବା ସହ ଡୋର ସ୍କ୍ରୀନଂକୁ ପ୍ରଶାସନ ଅଧିକ ଗୁରୁତ୍ୱ ଦେଉଛି।

ରେଶମ ନଗରୀରେ କୋରୋନା ଟେନସନ୍, ଅଧିକାଂଶ ଲୋକଙ୍କ ଠାରେ ସଂକ୍ରମଣ ଲକ୍ଷଣ
ରେଶମ ନଗରୀରେ କୋରୋନା ଟେନସନ୍, ଅଧିକାଂଶ ଲୋକଙ୍କ ଠାରେ ସଂକ୍ରମଣ ଲକ୍ଷଣ

ବ୍ରହ୍ମପୁର: ଗଞ୍ଜାମବାସୀଙ୍କୁ କଲବଲ କଲାଣି ମହାମାରୀ କୋରୋନା। ଜିଲ୍ଲାରେ ଦ୍ବିତୀୟ ଲହରୀ ସଂକ୍ରମଣ ଗ୍ରାଫ ଲଗାତାର ଉପର ମୁହାଁ ହେବାକୁ ଲାଗି ଥିବା ବେଳେ ପରିସ୍ଥିତିରେ ସୁଧାର ଆଣିବା ପାଇ ଦିନ ରାତି ଏକ କରି ଦେଲାଣି ଜିଲ୍ଲା ପ୍ରଶାସନ ଓ ବ୍ରହ୍ମପୁର ମହାନଗର ନିଗମ। ଅଧିକ ସଂକ୍ରମଣ ଚିହ୍ନଟ ହୋଇଥିବା ସ୍ଥାନକୁ ମିନି କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରି ସିଲ କରିବା ସହ ଅମାନିଆ ଅନୁଷ୍ଠାନ ଗୁଡିକୁ ମଧ୍ୟ ତାଲା ପକାଇ ଜରିମନା ଆଦାୟ କରୁଛି। ସେପଟେ ସଂକ୍ରମଣ ଅଧିକ ମାତ୍ରାରେ ବଢୁଥିବାରୁ ଦୁଇଟି ନୂତନ ଟେଷ୍ଟିଂ ସେଣ୍ଟର ପ୍ରସ୍ତୁତ କରିବା ସହ ଡୋର ସ୍କ୍ରୀନଂକୁ ପ୍ରଶାସନ ଅଧିକ ଗୁରୁତ୍ୱ ଦେଉଛି। 

ରେଶମ ନଗରୀ (Silk City) ରେ ଟେନସନ୍ ବଢାଇଲାଣି ମହାମାରୀ କୋରୋନା (Coronavirus)। ଆକ୍ସମୋଡକୁ ଆସିଲା ମହାନଗର ନିଗମ। କୋରୋନା ସଂକ୍ରମଣ ହୁ ହୁ ହୋଇ ବଢିବା ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ବ୍ରହ୍ମପୁର ମହାନଗର ନିଗମ ଏବେ ଛାଟ ମାରିବା ଆରମ୍ଭ କରିଛି। ଅମାନିଆଙ୍କୁ ସାବାଡ କରିବା ଲାଗି ସଜାଗ ଏନଫୋର୍ସମେଣ୍ଟ ସ୍କ୍ବାର୍ଡ। ବିଭିନ୍ନ ସ୍ଥାନରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାସହ ପ୍ରବେଶ ପଥ ସିଲ କରାଯାଉଛି। ସରକାରଙ୍କ କୋଭିଡ୍ କଟକଣା ନିର୍ଦ୍ଦେଶନାମାର ଖୋଲା ଉଲ୍ଲଘଂନ କରି କୋରୋନା ଭଳି ମହାମାରୀ ସମୟରେ ଅଫଲାଇନରେ ପାଠ ପଢା ଚାଲିଥିବା ୩ଟି କୋଡିଂ ସେଣ୍ଟରକୁ ସିଲ କରିଛି ବ୍ରହ୍ମପୁର ମହାନଗର ନିଗମ। 

Also Read: ବଢୁଛି କୋରୋନା ସଂକ୍ରମଣ; ଜିଲ୍ଲାରେ ଚାଲିଛି Negative-Positive ଖେଳ

ହିଲ ପାଟଣାସ୍ଥିତ ଗେଟ ପଏଣ୍ଟ ଓ କେକେ କଲେଜ ରୋଡସ୍ଥିତ ବିବେକ ଟ୍ଯୁଟରିଆଲ ଓ କମର୍ସ ପ୍ଲେସକୁ ସିଲ କରିବା ସହ ହିଲ ପାଟଣା ଓ ଗାନ୍ଧୀ ନଗର ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରି ବ୍ୟାରିକେଟ ଭିଡା ଯାଇଛି। ଜିଲ୍ଲାରେ ପରିସ୍ଥିତି ଧୀରେ ଧୀରେ ବିଗିଡିବାକୁ ବସିଥିବା ବେଳେ ଜନ ସାଧାରଣ ନିଜେ ସଚେତନ ହେବା ସହ ନିଜ ସୁରକ୍ଷା ଦାୟିତ୍ୱ ନିଜେ ମୁଣ୍ଡାଇବାର ଆବଶ୍ୟକ ଥିବା ନିଗମ ଅଧିକାରୀ କହିଛନ୍ତି। ବ୍ରହ୍ମପୁର (Berhampur) ସହରର ଅଧିକରୁ ଅଧିକ ଲୋକଙ୍କ ପାଖରେ କୋରୋନା ଲକ୍ଷଣ ଦେଖିବାକୁ ମିଳୁଛି। ତେଣୁ ସହରର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଓ ଖୋଡାସିଂ କଲ୍ୟାଣ ମଣ୍ଡପ ଠାରେ ଦୁଇଟି ଟେଷ୍ଟିଂ ସେଣ୍ଟର କରାଯିବା ସହ ଡୋର ସ୍କ୍ରୀନିଂ ପକ୍ରିୟାକୁ ବେସ ଗୁରୁତ୍ବ ଦିଆଯାଇଛି। 

ଏଭଳି ପରିସ୍ଥିତିରେ ଜନ ସଚେତନତା (Public Awarness) କୋଭିଡକୁ ହରାଇବାର ମୂଳମନ୍ତ୍ର ହେବ ବୋଲି ବୁଦ୍ଧିଜୀବୀ ମାନେ ମତ ରଖିଛନ୍ତି। ତେବେ କୋରୋନାର ଦ୍ବିତୀୟ ଲହର ବେସ ସଂଙ୍ଗିନ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ପ୍ରଶାସନର ପ୍ରତିଟି ବାର୍ତ୍ତାକୁ ଜନ ସାଧାରଣ ସହଯୋଗ କରିବାର ବେଳ ଆସିଛି।