ଖଲ୍ଲିକୋଟର ବାଦପଲ୍ଲୀ ପଞ୍ଚାୟତରେ କରୋନା ସଙ୍ଗରୋଧ କେନ୍ଦ୍ରରେ ଥିବା ୧୨ଜଣ ଆକ୍ରାନ୍ତ ଚିହ୍ନଟ ପରେ ଏଭଳି ପଦକ୍ଷେପ ନିଆଯାଇଛି ।
Trending Photos
)
ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଲକର ୯ଟି ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଖଲ୍ଲିକୋଟର ବାଦପଲ୍ଲୀ ପଞ୍ଚାୟତରେ କରୋନା ସଙ୍ଗରୋଧ କେନ୍ଦ୍ରରେ ଥିବା ୧୨ଜଣ ଆକ୍ରାନ୍ତ ଚିହ୍ନଟ ପରେ ଏଭଳି ପଦକ୍ଷେପ ନିଆଯାଇଛି ।
ବାଦପଲ୍ଲୀ ପଞ୍ଚାୟତର ଘୋଡ଼ାପଡ଼ା, ସିଆଳିପାଟ, କୁରୁମପୁର,ଗୁଣ୍ଡୁରିପଲ୍ଲୀ, ବଡ଼ପଲ୍ଲୀ, ସାନବଳା, ନୂଆପଲ୍ଲୀ, ଛକସିଂହ, ଦେବୀଝୋର ଆଦି ୯ଟି ଗାଁକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି । ଏହାଛଡ଼ା ଏହି ପଞ୍ଚାୟତ ସଂଲଗ୍ନ ୧୦ଟି ଗାଁକୁ ମଧ୍ୟ ବଫର ଜୋନ୍ ଘୋଷଣା କରାଯାଇଛି । ଠିକ୍ ସେହିପରି ଆୟିତିପୁର ପଞ୍ଚାୟତର ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ କାର୍ଯ୍ୟରତ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପଞ୍ଚାୟତର ବିରିପୁର ଗାଁକୁ ଜିଲ୍ଲାପାଳ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ।