ଜିଲ୍ଲାପାଳଙ୍କ ଦରଦିପଣିଆ: ଜଗାକୁ ଭେଟିଲେ, ପ୍ରତିଶ୍ରୁତି ଦେଲେ...

ଗଞ୍ଜାମ ଶେରଗଡ଼ ଅଞ୍ଚଳର ଜଣେ ଶିଶୁ ବିରଳ ଚର୍ମ ରୋଗରେ ପୀଡ଼ିତ ଥିବା ନେଇ ଜିଲ୍ଲାପାଳ ଜାଣିବା ପରେ ରାତିରେ ଶିଶୁକୁ ସାକ୍ଷାତ କରିବା ପାଇଁ ପହଞ୍ଚିଥିଲେ । 

ଜିଲ୍ଲାପାଳଙ୍କ ଦରଦିପଣିଆ: ଜଗାକୁ ଭେଟିଲେ, ପ୍ରତିଶ୍ରୁତି ଦେଲେ...
ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ଜଣେ ଦରଦି ମଣିଷ ଭାବେ ବେଶ ଜଣାଶୁଣା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ। ଅସହାୟଙ୍କୁ ସାକ୍ଷାତ କରିବା କିମ୍ବା ସହାୟତାର ହାତ ବଢ଼ାଇବା କ୍ଷେତ୍ରରେ ସେ କେବେ ମଧ୍ୟ ଅବହେଳା କରିନଥାନ୍ତି । ଗଞ୍ଜାମ ଶେରଗଡ଼ ଅଞ୍ଚଳର ଜଣେ ଶିଶୁ ବିରଳ ଚର୍ମ ରୋଗରେ ପୀଡ଼ିତ ଥିବା ନେଇ ଜିଲ୍ଲାପାଳ ଜାଣିବା ପରେ ରାତିରେ ଶିଶୁକୁ ସାକ୍ଷାତ କରିବା ପାଇଁ ପହଞ୍ଚିଥିଲେ । 

ବୁଧବାର ରାତି ୯ଟା ୪୫ରେ ଗୋଠଗାଁ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଜିଲ୍ଲାପାଳ ।  ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତରେ ଚର୍ମରୋଗରେ ଆକ୍ରାନ୍ତ ଜଗାର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ  ରେଡକ୍ରସ ପାଣ୍ଠିରୁ ଦଶ ହଜାର ଟଙ୍କା ପ୍ରଦାନ କରିଛନ୍ତି । ଏହାସହ ଅଧିକ ଚିକିତ୍ସା ନିମନ୍ତେ ଡାକ୍ତରୀ ଟିମ ଜଗାର ଘରକୁ ଆସିବେ ବୋଲି ଜଣାପଡ଼ିଛି । ସେହିପରି ଭୁବନେଶ୍ୱର ଏମ୍‌ସ (ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ)ରେ ଚିକିତ୍ସା ନିମନ୍ତେ ପଦକ୍ଷେପ ନେଇଛନ୍ତି ଜିଲ୍ଲାପାଳ । 

ଆହୁରି ପଢ଼ନ୍ତୁ; ଦେଖନ୍ତୁ, ୟୁକ୍ରେନ ବିମାନ ଆକ୍ରମଣ ବେଳର ଦୃଶ୍ୟ...

ଶେରଗଡ଼ ବ୍ଲକ ଗୋଠଗାଁର ପ୍ରଭାକର ପ୍ରଧାନଙ୍କ ସାନପୁଅ ଜଗା(୧୦) ଭୟଙ୍କର ଚର୍ମ ରୋଗରେ ଆକ୍ରାନ୍ତ ହୋଇଛି । ଏଥି ପାଇଁ ସେ ଅସହ୍ୟ ଯନ୍ତ୍ରଣା ପାଉଛି। ଖେଳିବା, ବୁଲିବା ସହ ପଢ଼ିବାକୁ ଇଛା ଥିଲେ ମଧ୍ୟ ନିଜର ବିକୃତ ଚେହେରାକୁ ନେଇ ଘରେ ପଡ଼ିରହୁଛି । ଅର୍ଥ ଅଭାବରୁ ପରିବାର ଲୋକେ ଜଗାର ଚିକିତ୍ସା ଅଧାରୁ ବନ୍ଦ କରିଦେଇଥିଲେ । ପୂର୍ବରୁ ଜଗାର ଚାରି ଭଉଣୀ ଏବଂ ଦୁଇ ଭାଇ ଜନ୍ମ ହୋଇ ସମାନ ଚର୍ମ ରୋଗରେ ଆକ୍ରାନ୍ତ ହୋଇ ଆଖି ବୁଜି ସାରିଛନ୍ତି । 

ଆହୁରି ପଢ଼ନ୍ତୁ; ଫାଶୀ ବେଳେ ଜଲ୍ଲାଦ ଯଦି ଅଚେତ ହୁଅନ୍ତି...

ଜଗା ଜନ୍ମ ହେବାର ଅଧା ଘଣ୍ଟା ପରେ ଅଚାନକ ତାହାର ଦେହ ପଲିଥିନ ଭଳି ରଙ୍ଗ ହେବା ସହ ଶରୀରରୁ ଚର୍ମ ଛାଡ଼ିବା ଆରମ୍ଭ ହୋଇଯାଇଥିଲା । ବିଶେଷ କରି ଗରମ ଦିନେ ଜଗାର ସ୍ଥିତି ଅତି ସାଙ୍ଘାତିକ ହୋଇପଡୁଛି । ଦିନ ତମାମ ପାଣି କୁଣ୍ଡରେ ବସି ରହୁଛି । ଜଗାର ଚିକିତ୍ସା ନିମନ୍ତେ ପ୍ରଭାକର ବିଭିନ୍ନ ସମୟରେ ଚିକିତ୍ସା କରି ପାଞ୍ଚ ଲକ୍ଷ ଟଙ୍କା ଧାର ମଧ୍ୟ କଲେଣି । ହେଲେ ଜଗାର ସ୍ୱାସ୍ଥ୍ୟବସ୍ଥା ସୁଧୁରୁନି । ଏଭଳି ସ୍ଥିତିରେ ଅସହାୟ ଶିଶୁର ଚିକିତ୍ସା ପାଇଁ ପରିବାର ଲୋକଙ୍କୁ ସହାୟତା ଯୋଗାଇ ଦେବାକୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି । 

ଆହୁରି ପଢ଼ନ୍ତୁ; ଗଞ୍ଜାମ ଗଣଦୁଷ୍କର୍ମ ଘଟଣା, ୨ ଅଭିଯୁକ୍ତ ଗିରଫ