• ସିବିଏସଇ ଦ୍ୱାଦଶ ରେଜଲ୍ଟ ପ୍ରକାଶିତ
  • ଦ୍ୱାଦଶରେ ପାସ୍ ହାର ୯୯.୩୭ ପ୍ରତିଶତ
  • ୯୯.୧୩ପ୍ରତିଶତ ଛାତ୍ର, ୯୯.୬୭ ପ୍ରତିଶତ ଛାତ୍ରୀ ପାସ୍
  • ଡେଙ୍ଗୁକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ଡିଏମଇଟିଙ୍କ ପ୍ରତିକ୍ରିୟା
  • ବସ୍ତି ନୁହେଁ ସମ୍ଭ୍ରାନ୍ତ ଅଞ୍ଚଳରେ ଡେଙ୍ଗୁ ଅଧିକ ବ୍ୟାପୁଛି
  • ଆପାର୍ଟମେଣ୍ଟ,ପ୍ଲାଷ୍ଟିକ୍, ଫୁଲକୁଣ୍ଡରେ ପାଣି ଜମିରହୁଛି
  • ଏସବୁରେ ପାଣି ଜମି ରହିବାରୁ ମଶା ବଢୁଛନ୍ତି
  • ଚାଷ ଆରମ୍ଭରୁ ଚିନ୍ତାରେ ଚାଷୀ
  • ଧାନ ଚାଷ ଆଗେଇ ନେବାକୁ ମିଳୁନି ୟୁରିୟା ସାର
  • ଆନ୍ଧ୍ର ପ୍ରଦେଶ ଗୁଣ୍ଟୁରରେ ବିଦ୍ୟୁତ ଦୁର୍ଘଟଣାରେ ୬ ଓଡି଼ଆ ମୃତ

ବିଦ୍ଯୁତ ଶୁଳ୍କ ବୃଦ୍ଧି ପ୍ରତିବାଦରେ ଓଟିପିସିଏଲ କାର୍ଯ୍ଯାଳୟ ଘେରିଲା ବିଜେପି

ବର୍ଦ୍ଧିତ ବିଦ୍ଯୁତ ଶୁଳ୍କ ପ୍ରତିହାର ଏବଂ ଅଘୋଷିତ ବିଜୁଳି କାଟକୁ ବିରୋଧ କରି ବିଜେପି ପକ୍ଷରୁ ଓଟିପିସିଏଲ କାର୍ଯ୍ଯାଳୟ ଘେରାଉ କରାଯାଇଛି। 

ବିଦ୍ଯୁତ ଶୁଳ୍କ ବୃଦ୍ଧି ପ୍ରତିବାଦରେ ଓଟିପିସିଏଲ କାର୍ଯ୍ଯାଳୟ ଘେରିଲା ବିଜେପି

ବ୍ରହ୍ମପୁର: କୋରୋନା କାଳରେ ଜନସାଧାରଣଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଥିବା ବେଳେ ନାନା ସମସ୍ୟା ଦେଇ ଗତି କରୁଛନ୍ତି ଜନସାଧାରଣ। ଏଭଳି ପରିସ୍ଥିତିରେ ବୋଝ ଉପରେ ନଳିତା ବିଡା ଲଦିବାକୁ ପ୍ରୟାସ କରିଛି ଟାଟା ପାୱାର। ଗତ ୬ ମାସ ମଧ୍ୟରେ ଦୁଇ ଦୁଇ ଥର ବିଦ୍ଯୁତ  ସୁଳ୍କ ବୃଦ୍ଧି କରି ବଢାଇ ଦେଇଛି ଲୋକଙ୍କ ଚିନ୍ତା। ଏଭଳି ପରିସ୍ଥିତିରେ ଉପଭୋକ୍ତାଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେବା ବଦଳରେ ଟିପିସିଏଲ ମନମାନି କରୁଥିବା ଅଭିଯୋଗ କରିଛି ବିଜେପି।  

ବର୍ଦ୍ଧିତ ବିଦ୍ଯୁତ ଶୁଳ୍କ (Electric Bill) ପ୍ରତିହାର ଏବଂ ଅଘୋଷିତ ବିଜୁଳି କାଟକୁ (Undeclared Power Cut) ବିରୋଧ କରି ଗଞ୍ଜାମ ଜିଲ୍ଲା (Ganjam) ବିଜେପି (BJP) ପକ୍ଷରୁ ଓଡି଼ଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ-ଓଟିପିସିଏଲ (Odisha Power Transmission Corporation Limited-OPTCL) କାର୍ଯ୍ଯାଳୟ ଘେରାଉ କରାଯାଇଛି। 

Also Read: ଧର୍ମକୁ ଆଖିଠାର! ବିନା ନିର୍ବାଚିତ ପ୍ରତିନିଧିରେ ହେଉଛି ସରକାରୀ କାର୍ଯ୍ୟକ୍ରମ

କୋରୋନା ସଂକଟ କାଳରେ ହନ୍ତସନ୍ତ ହେଉଛନ୍ତି ବିଦ୍ଯୁତ ଉପଭୋକ୍ତା (Electricity Consumer)। ବିଗତ ୬ ମାସ ମଧ୍ୟରେ ଦୁଇ ଦୁଇ ଥର ହୋଇସାରିଛି ବିଦ୍ଯୁତ ଶୁଳ୍କ ବୃଦ୍ଧି। କୋରୋନା କାଳରେ ଆର୍ଥିକ ବୋଝକୁ ନେଇ ଚିନ୍ତାରେ ରହିଛନ୍ତି ଜନସାଧାରଣ। ବର୍ଦ୍ଧିତ ଶୁଳ୍କ ପ୍ରତିହାର ଦାବି ନେଇ ଓଟିପିସିଏଲ କାର୍ଯ୍ଯାଳୟ ଘେରିଛି ବିଜେପି। 

କୋରୋନା କଟକଣା ଭିତରେ ଗଞ୍ଜାମ ଜିଲ୍ଲାବାସୀ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଆର୍ଥିକ ସ୍ଥିତି ଭୁଷୁଡିପଡ଼ିଛି। ଏଭଳି ପରିସ୍ଥିତିରେ ଦକ୍ଷିଣ ଓଡିଶାବାସୀଙ୍କ କଟା ଘାରେ ଚୂନ ଦେଉଛି ଟାଟା ପାୱାର (Tata Power)। ଗତ ଅକ୍ଟୋବର ମାସ ଠାରୁ ଜୁନ ମଧ୍ୟରେ ୟୁନିଟ ପିଛା ୫୦ ପଇସା ବୃଦ୍ଧି ବଢିଛି ବିଦ୍ୟୁତ ଶୁଳ୍କ। ଏପରିକି ସଠିକ୍ ସମୟରେ ଉପଭୋକ୍ତାଙ୍କୁ ବିଲ ପ୍ରଦାନ କରାନଯାଇ ଗ୍ରାହକଙ୍କୁ ନାଲି ଆଖି ଦେଖାଇବା ସହ ବିଲ ପୈଠ ନକଲେ ବିଜୁଳି କାଟିବାକୁ ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି। ଜନସାଧାରଣଙ୍କୁ ସମସ୍ୟାକୁ ନଜରରେ ଗଞ୍ଜାମ ଜିଲ୍ଲା ବିଜେପି (Ganjam Dist BJP) ପକ୍ଷରୁ ଟାଟା ପାୱାର କାର୍ଯ୍ଯାଳୟ ଘେରାଉ କରାଯାଇଛି।

Also Read: ମହଙ୍ଗା ପଡ଼ିଲା ଧର୍ମକୁ ନେଇ ରାଜନୀତି, ପୁଣି ବିବାଦରେ ଅନୁଭବ ମହାନ୍ତି

ଉପଭୋକ୍ତାଙ୍କୁ ସଠିକ୍ ସେବା ପ୍ରଦାନ ନକରି ଶୁଳ୍କ ବୃଦ୍ଧି କରାଯାଇଥିବା ନିଷ୍ପତ୍ତିକୁ ଘୋର ବିରୋଧ କରିଛି ଦଳ। ଗ୍ରାହକ ସେବା କାର୍ଯ୍ୟ ସଠିକ୍ ଢଙ୍ଗରେ ଚାଲୁଥିବା ନବେଳେ ସହରରେ ଅଘୋଷିତ ବିଜୁଳି କାଟ ଲୋକଙ୍କ ସମସ୍ୟାକୁ ବଢାଇଛି। ଅତିଶୀଘ୍ର ଜନସାଧାରଣଙ୍କ ସମସ୍ୟା ଦୂର ନହେଲେ ଆନ୍ଦୋଳନକୁ ତୀବ୍ର କରିବାକୁ ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି। ସେପଟେ ଏ ସମସ୍ୟାର ସମାଧାନ କରିବା ଦିଗରେ କ୍ୟାମେରା ଆଗରେ ମୁହଁ ଖୋଲିବାକୁ ନାରାଜ କର୍ତ୍ତୃପକ୍ଷ। ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ବିହିତ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡି଼ଛି।