ଅଧକ୍ଷଙ୍କ ପଦବୀକୁ ନେଇ ଚାଲିଥିବା ଛକାପଞ୍ଝାର ଆଜି ଅନ୍ତ ଘଟିଛି

ଗଞ୍ଜାମ ଜିଲ୍ଲା ପୁରୁଷତ୍ତମପୁର ବ୍ଲକ ଅଧକ୍ଷଙ୍କ ପଦବୀକୁ ନେଇ ଦୀର୍ଘ ଏକ ମାସ ଧରି ଚାଲିଥିବା ଛକାପଞ୍ଝାର ଆଜି ଅନ୍ତ ଘଟିଛି 

ଅଧକ୍ଷଙ୍କ ପଦବୀକୁ ନେଇ ଚାଲିଥିବା ଛକାପଞ୍ଝାର ଆଜି ଅନ୍ତ ଘଟିଛି

ରାଧାଶ୍ୟାମ ଆଚାର୍ଯ୍ୟ, ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୁରୁଷତ୍ତମପୁର ବ୍ଲକ ଅଧକ୍ଷଙ୍କ ପଦବୀକୁ ନେଇ ଦୀର୍ଘ ଏକ ମାସ ଧରି ଚାଲିଥିବା ଛକାପଞ୍ଝାର ଆଜି ଅନ୍ତ ଘଟିଛି । ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟରେ ନିଜ ପଦବୀରୁ ଇସ୍ତଫା ଦେଇ ଗତ ୨୫ ତାରିଖରୁ ଅନ୍ତଃର୍ଦ୍ଧାନରେ ରହିଥିବା ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡା ନିଜ ଇସ୍ତଫା ପତ୍ର ପ୍ରତିହାର କରିନେବା ସହ ପୁଣି ଥରେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଯାହା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ପୁରୁଷତ୍ତମପୁର ବ୍ଲକରେ ଗତ କିଛି ଦିନ ଧରି ଲାଗି ରହିଥିବା ରାଜନୈତିକ ଛକାପଞ୍ଝା ପୁଣିଥରେ ଉଷ୍ମ ହୋଇଛି । 

ସୂଚନା ମୁତାବକ ପୁରୁଷତ୍ତମପୁର ବ୍ଲକର ବିକାଶମୂଳକ କାମରେ ଏତେଟା ଅଗ୍ରଗତି ହେଉ ନ ଥିବା ଯୋଗୁଁ ସମିତି ସଭ୍ୟଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା । ଯାହାକୁ ଦୃଷ୍ଟିରେ ରଖି କିଛି ସମିତି ସଭ୍ୟ ବ୍ଲକ ଅଧକ୍ଷ ପରିବର୍ତ୍ତନ କରିବା ଲାଗି ଅନାସ୍ଥା ପ୍ରସ୍ତାବ ଆଣିବା ଲକ୍ଷରେ ସମୂହ ଇସ୍ତଫା ଦେବା ନିମନ୍ତେ ନିଷ୍ପତ୍ତି ନେଇଥିଲେ । ହେଲେ ଦଳର ସମାନ ଦୃଷ୍ଟି କୋଣରୁ ବ୍ଲକ ଅଧକ୍ଷ ଖୋଦ୍ ନିଜ ଇସ୍ତଫାପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରି ଦେଇଥିଲେ । ଏହାରି ଭିତରେ ସମସ୍ତ ସମୀତି ସଭ୍ୟ ଅଜ୍ଞାତ ବାସରେ ରହିଥିବା ବେଳେ ସମିତି ସଭ୍ୟ ନିର୍ମଳ ସାହୁ ବ୍ଲକର ମଙ୍ଗ ଧରିବା ଲାଗି ଚର୍ଚ୍ଚା ଜୋର ଧରିଥିଲା । ଏହାରି ଭିତରେ ଦଳୀୟ କନ୍ଦଳ ବୃଦ୍ଧି ପାଉଥିବା ହେତୁ ଦଳୀୟ ସୁପ୍ରିମ ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କୁ ପୁଣିଥରେ ନିଜ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହା ଏବେ ପୁରୁଷତ୍ତମପୁର ରାଜନୀତିକୁ ବେସ ସରଗରମ କରିଛି ।