ଓଡ଼ିଶାର ଏହି ଜିଲ୍ଲାରେ ଏଚଆଇଭି ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ

ସାରା ଦେଶରେ ଏଚଆଇଭି ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ଶୀର୍ଷ ସ୍ଥାନରେ ରହିଛି l ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଜିଲାରେ ମୋଟ ୮୮୭ ଗର୍ଭବତୀ ଏଡ୍‌ସରେ ଆକ୍ରାନ୍ତ ହୋଇଛନ୍ତି । ଗତ କିଛି ବର୍ଷ ତୁଳନାରେ ୨୦୧୮ ଏବଂ ୨୦୧୯ରେଏଡସ୍  ଆକ୍ରାନ୍ତ ଗର୍ଭବତୀଙ୍କ ସଂଖ୍ୟା ଖୁବ୍‌ କମ୍‌ ରହିଛି ।

ଓଡ଼ିଶାର ଏହି ଜିଲ୍ଲାରେ ଏଚଆଇଭି ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ
ଫାଇଲ ଫଟୋ

ବ୍ରହ୍ମପୁର: ଆଜି ହେଉଛି ବିଶ୍ୱ ଏଡସ ଦିବସ । ଏହି ଅବସରରେ ବ୍ରହ୍ମପୁର ସହରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ୱେଚ୍ଛାସେବୀ ସଂଗଠନ, କିନର ସଂଘ ସମେତ ବିଭିନ୍ନ ବର୍ଗର ଲୋକଙ୍କୁ ସାଥିରେ ନେଇ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏଚଆଇଭି ସଂକ୍ରମଣ ସମ୍ପର୍କିତ ବିଭିନ୍ନ ଦିଗରେ ବିସ୍ତୃତ ଆଲୋଚନା କରାଯାଇଥିଲା । 

ସାରା ଦେଶରେ ଏଚଆଇଭି ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ଶୀର୍ଷ ସ୍ଥାନରେ ରହିଛି l ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଜିଲାରେ ମୋଟ ୮୮୭ ଗର୍ଭବତୀ ଏଡ୍‌ସରେ ଆକ୍ରାନ୍ତ ହୋଇଛନ୍ତି । ଗତ କିଛି ବର୍ଷ ତୁଳନାରେ ୨୦୧୮ ଏବଂ ୨୦୧୯ରେଏଡସ୍  ଆକ୍ରାନ୍ତ ଗର୍ଭବତୀଙ୍କ ସଂଖ୍ୟା ଖୁବ୍‌ କମ୍‌ ରହିଛି । ଗତ ବର୍ଷ ୨୮ ଏବଂ ଚଳିତ ବର୍ଷ ମାତ୍ର ୨୬ ଚିହ୍ନଟ ହୋଇଛନ୍ତି । ଏପରିକି ଗତ ୨ ବର୍ଷ ହେଲା ଗର୍ଭବତୀଙ୍କ ଠାରୁ ନବଜାତ ଶିଶୁଙ୍କୁ ସଂକ୍ରମଣରୁ ରୋକାଯାଇ ପାରିଛି । ଫଳରେ ନବଜାତ ଶିଶୁଙ୍କ ଜୀବନ ରକ୍ଷା କରାଯାଇଛି ।

 ଗର୍ଭଧାରଣ ସମୟରେ ଏଚ୍‌ଆଇଭି ପରୀକ୍ଷା କରିବା ବାଧ୍ୟତାମୂଳକ କରିଦିଆଯାଇଛି । ଏଥି ସହ ଗର୍ଭଧାରଣ ସମୟରେ ଯଦି ନମୁନା ପଜିଟିଭ୍‌ ବାହାରେ ତେବେ, ନିୟମିତ ଔଷଧ ଦିଆଯାଉଛି । ନବଜାତ ଶିଶୁଙ୍କୁ ୧୮ ମାସ ପର୍ଯ୍ୟନ୍ତ ନିୟମିତ ଫୋଲଅପ୍‌ କରାଯାଉଛି । ପ୍ରସୂତି ଏବଂ ଶିଶୁଙ୍କ ଯତ୍ନ ଦିଗରେ ପଦକ୍ଷେପ ନିଆଯାଉଛି । ସମସ୍ତ ପ୍ରକାର ଚିକିତ୍ସା ସୁବିଧା ପ୍ରଦାନ କରାଯାଉଥିବା ଡିଏପିସିୟୁର ଜିଲା ପ୍ରକଳ୍ପ ପରିଚାଳକ ହେମନ୍ତ କୁମାର ଦାସ ସୂଚନା ଦେଇଛନ୍ତି ।

ସେହିଭଳି ଆକ୍ରାନ୍ତଙ୍କୁ ନିୟମିତ ମାଗଣା ଔଷଧ ପ୍ରଦାନ କରାଯାଉଛି । ମଧୁବାବୁ ପେନ୍‌ସନ୍‌ ଯୋଜନାରେ ୧୨,୧୯୫ ମାସିକ ୫ଶହ ଟଙ୍କା ଲେଖାଏ ପାଉଛନ୍ତି । ଜିଲାବାସୀଙ୍କୁ ଏଡ୍‌ସ ସମ୍ପର୍କରେ ସଚେତନ କରିବା ପାଇଁ ଅନେକ ପ୍ରକାର କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଦାସାକାଠିଆ ଏବଂ ପାଲା ସହ କଲେଜଗୁଡ଼ିକରେ ଛାତ୍ରୀଛାତ୍ରଙ୍କୁ ଏଡ୍‌ସର କାରଣ ଏବଂ ନିରାକରଣ ସମ୍ପର୍କରେ ସଚେତନ କରାଯାଉଥିବା ଜିଲ୍ଲାପାଳ କହିଛନ୍ତି ।