)
ବ୍ରହ୍ମପୁର: ଖାଁ ଖାଁ ମାଆଙ୍କ ଅସ୍ଥାୟୀ ମଣ୍ଡପ । ନା ଅଛି ଗହଳି ଚହଳି, ନା ଅଛନ୍ତି ଭକ୍ତ । ଭଗବାନ ଓ ଭକ୍ତଙ୍କ ମିଳନରେ ବାଧକ ସାଜିଛି କୋଭିଡ । ବହୁ ବାଦବିବାଦ ଭିତରେ ବହ୍ମପୁର ସହରରେ ଆରମ୍ଭ ହୋଇଛି ମାଆ କାଳୁଆଙ୍କ ଯ଼ାତ୍ରା । ନିରାଡମ୍ବର ସହକାରେ କୋଭିଡ ନିୟମାବଳୀକୁ ମାନି ଚାଲିଛି ପୂଜାର୍ଚ୍ଚନା । ଗତକାଲି ବିଳମ୍ବିତ ରାତିରେ ମାତ୍ର ୭ ଜଣ ସେବକଙ୍କ ଗହଣରେ ଶାଶୁଘରୁ ମାଆଙ୍କୁ ପାଛୋଟି ଆଣି ବାପଘର କୁହାଯାଉଥିବା ଆସ୍ଥୟୀ ମଣ୍ଡପରେ ସ୍ଥାପନ କରାଯାଇଛି ।
ଦେଢ ମାସ ଧରି ଚାଲିବାକୁ ଥିବା ମାଆଙ୍କ ଯାତ୍ରାରେ ଭକ୍ତ ଓ ଭଗବାନଙ୍କ ମିଳନରେ ବାଧକ ସାଜିଛି କୋରୋନା । ସେପଟେ ମାଆଙ୍କ ଯ଼ାତ୍ରାରେ ପୋଲିସର ମାତ୍ରାଧିକ କଟକଣାକୁ ସହଜରେ ଗ୍ରହଣ କରିପାରିନାହାଁନ୍ତି ଭକ୍ତ । ପରମ୍ପରା ମୁତାବକ ମାଆ ପାଲିଙ୍କିରେ ମୁଖ୍ୟ ମନ୍ଧିରରୁ ଆସିବା ପାଇଁ ଆୟଜନ ହୋଇଥିବା ବେଳେ ମାଆଙ୍କୁ ଅଟୋରେ ଆଣିବା ଲାଗି ପୋଲିସର ଘୋଷଣା ଭକ୍ତଙ୍କୁ ଆଘାତ ଦେଇଥିଲା । ଯାହାକୁ ବିରୋଧ କରି ୩ ଘଣ୍ଟା ଧରି ରାସ୍ତା ରୋକ୍ କରିଥିଲେ ଶ୍ରଦ୍ଧାଳୁ । ପରିସ୍ଥିତି ଏମିତି ହେଲା ଯେ ସମ୍ପୃକ୍ତ ଅଞ୍ଚଳରେ 144 ଧାରା ଜାରି କରିଛି ପ୍ରଶାସନ । ଘର ସାମ୍ନାରେ ପୂଜା ଚାଲିଥିବାବେଳେ ଦର୍ଶନ କରି ନ ପାରି ମାଆଙ୍କୁ ଝୁରି ହେଉଛି ଭକ୍ତ ।