ସୁରକ୍ଷା କର୍ମୀଙ୍କ ଭରସାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ରୋଗୀ
Advertisement

ସୁରକ୍ଷା କର୍ମୀଙ୍କ ଭରସାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ରୋଗୀ

ମେଡିକାଲରେ କେତେ ସୁରକ୍ଷିତ ରୋଗୀ? କାହା ଭରସାରେ ଚାଲିଛି ଚିକିତ୍ସା? 
ହିଞ୍ଜଳିକାଟୁ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରର ଏକ ଭାଇରାଲ ଭିଡିଓ ଦେଖିବା ପରେ ଏଭଳି ପ୍ରଶ୍ନ ଉଠିବା ସ୍ୱଭାବିକ।

 ସୌ- ସୋସିଆଲ ମିଡିିଆ

ବ୍ରହ୍ମପୁର: ସ୍ବାସ୍ଥ୍ୟ ସେବାରେ ସୁଧାର ଆଣିବା ଲାଗି ସରକାର ଅନେକ ପଦକ୍ଷେପ ହାତକୁ ନେଉଛନ୍ତି ସତ ହେଲେ ବାସ୍ତବରେ କେତେଦୁର ସମସ୍ୟାରେ ସୁଧାର ଆସି ପାରୁଛି ତାହା ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀର ହିଞ୍ଜଳିକାଟୁ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ଦେଖିଲେ ସ୍ପଷ୍ଟ ବାରି ହେଉଛି। ଗୋଟିଏ ପଟେ ରୋଗୀ ବେଡ଼ରେ ପଡି ଛଟପଟ ହେଇଥିବା ବେଳେ ସେବା ଯୋଗାଇ ଦେବା ପାଇଁ ମେଡିକାଲରେ ନିୟୋଜିତ ରହୁଛନ୍ତି ସୁରକ୍ଷା କର୍ମୀ। ଯାହାର ଦୃଶ୍ଯ ଏବେ ସାମାଜିକ ଗଣମାଧ୍ୟମ ଖୁବ ଭାଇରାଲ ହେବାରେ ଲାଗିଛି। ଅଭିଯୋଗକୁ 
ଭିତ୍ତି କିରି ସିଡିଏମଓ ଏବେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଅବ୍ଯବସ୍ଥା ଘେରରେ ରୋଗୀ ସେବା। ମେଡିକାଲରେ ସ୍ବାସ୍ଥ୍ୟ ସେବା ଯୋଗାଉଛନ୍ତି  ସୁରକ୍ଷା କର୍ମୀ। ସାମାଜିକ ଗଣମାଧ୍ୟମରେ ଭାଇରଲ୍ ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର। ଦୀପ ତଳ ଅନ୍ଧାର ଭଳି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଥିବା ହିଞ୍ଜଳିକାଟୁ ଉପଖଣ୍ଡ ସ୍ତରୀୟ ମେଡିକାଲର ପଦାକୁ ଆସିଲା ଭିତିରିଆ ଗୁମର। ଅନେକ ସମୟରେ ହିଞ୍ଜଳିକାଟୁ ମେଡିକାଲରେ ଡାକ୍ତରଙ୍କ ଅନୁପସ୍ଥିତ ଯୋଗୁ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବାରମ୍ବାର ଅଭିଯୋଗ ଆସୁଥିବା ବେଳେ ଏବେ  ସୁରକ୍ଷା କର୍ମୀଙ୍କ ହାତରେ ରୋଗୀଙ୍କ ଭାଗ୍ୟକୁ ଛାଡି ଦିଆଯାଇଛି।  

Also Read: ଗାଁ ଛକରେ ବିଭତ୍ସ ହତ୍ୟାକାଣ୍ଡ, ଗୋପାଳଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ

ଟଙ୍କାଛାୟୀ ଅଞ୍ଚଳର ଜଣେ ରୋଗୀ ଚିକିତ୍ସା ନିମନ୍ତେ ହିଞ୍ଜଳିକାଟୁ ଉପଖଣ୍ଡ ସ୍ତରୀୟ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ହଠାତ୍ ଅଧିକ ଅସୁସ୍ଥତା ଅନୁଭବ କରିବାରୁ ସେଠି ଉପସ୍ଥିତ ଥିବା  ସୁରକ୍ଷା କର୍ମୀ ବିପି ମସିନ ସାହାଯ୍ୟରେ ସ୍ୱାସ୍ଥ୍ୱ ଯାଞ୍ଚ କରୁଥିବା ଦେଖି ଜଣେ ରୋଗୀଙ୍କ ସମ୍ପର୍କୀୟ ଭିଡିଓ ଉତ୍ତୋଳନ କରିବା ସହ ମେଡିକାଲର ଅବସ୍ଥା କଥା ଲୋକଲୋଚନକୁ ଆଣିଛନ୍ତି। ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଏଭଳି ଅବ୍ଯବସ୍ଥା କଥା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ତଦନ୍ତ କରିକାର୍ଯ୍ୟାନୁଷ୍ଠାନ ଗ୍ରହଣକରିବା ଲାଗି ଦାବି ହୋଇଛି। 

ସୂଚନା ମୁତାବକ ହିଞ୍ଜଳିକାଟୁକୁ କ୍ଷୁଦ୍ର ସହରର ମାନ୍ୟତା ମିଳିବା ପରେ ଜନ ସାଧାରଣଙ୍କ ସମସାରେ ସୁଧାର ଆଣିବାକୁ ଅନେକ ପଦକ୍ଷେପ ହାତକୁ ନେଉଛନ୍ତି ରାଜ୍ୟ ସରକାର। ଉପଖଣ୍ଡ ସ୍ତରୀୟ ମେଡିକାଲ ସ୍ଥାପନ ସହ ନୂତନ ମେଡିକାଲ କୋଠା ମଧ୍ୟ ସ୍ଥାପନ ହୋଇଛି। ହେଲେ ମେଡିକାଲରେ ୨୨ ଡାକ୍ତରଙ୍କ ଆବଶ୍ୟକତା ରହିଥିବା ବେଳେ ଉପସ୍ଥିତ ଅଛନ୍ତି ମାତ୍ର ୧୦ ଜଣ ଡାକ୍ତର। ଏପରିକି ନର୍ସ, ଫାର୍ମାସିଷ୍ଟ ଭଳି ମେଡିକାଲ କର୍ମଚାରୀଙ୍କ ଅନେକ ପଦବୀ ଖାଲି ପଡିଛି।  ଯାହା ଫଳରେ ବିଭିନ୍ନ ସମୟରେ ରୋଗୀ ନା ନା ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଅବ୍ଯବସ୍ଥା କଥାକୁ ସ୍ବୀକାର କରିବା ସହ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି। 

ବାସ୍ତବରେ ରୋଗୀ ସେବାରେ କେଉଁଠି ତ୍ରୁଟି ରହୁଛି ତାହାର ତଦନ୍ତ କରି କେବେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ତାହା ଉପରେ ସମସ୍ତଙ୍କ ନଜର।