)
ବ୍ରହ୍ମପୁର: ମଣିଷ ଭୁଲି ଗଲାଣି ମଣିଷପଣିଆ। ମାନ, ମର୍ଯାଦା, ଇଜ୍ଜତକୁ ଆଉ ମିଳୁନାହିଁ ସମ୍ମାନ। କେଉଁଠି ଗାଁ ପଞ୍ଚାୟତ ନାଁରେ ମହିଳାଙ୍କୁ ଉଲ୍ଲଗ୍ନ କରାଯାଉଥଛି ତ ଆଉ କେଉଁଠି କଙ୍ଗାରୁ କୋର୍ଟ ଭଳି ବେଆଇନ କାର୍ଯ୍ୟକଳାପ ଦେଖିବାକୁ ମିଳୁଛି। ଠିକ ସେହି ଭଳି ଏକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଘୁରି ବୁଲିଛି। ତେବେ ଏହି ଭିଡିଓଟି ଗଞ୍ଜାମ ଜିଲ୍ଲାର ବଡ଼ଗଡ଼ ଥାନା ଅନ୍ତର୍ଗତ କାଳିଆପଲି ଗ୍ରାମର ବୋଲି ଦାବି କରାଯାଉଛି।
ଭାଇରାଲ ଭଡିଓରେ ଜଣେ ମହିଳା ଓ ପୁରୁଷଙ୍କୁ ହାତ ଗୋଡ ବନ୍ଧି ଗ୍ରାମରେ ବୁଲାଯାଉଛି। ଏହି ଲଜ୍ଜାଜନକ ଘଟଣାର ପକୃତ କାରଣ ଏବେବି ସ୍ପଷ୍ଟ ହୋଇନାହିଁ। ଅବୈଧ ପ୍ରେମ ସମ୍ପର୍କକୁ ନେଇ ଏହି ଘଟଣା ଘଟିଥିବା କୁହାଯାଉଛି। ତେବେ ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ।
ସେପଟେ ଭାଇରଲ ଭିଡିଓ (Viral Video) କୁ ଆଧାର କରି ପୋଲିସ (Ganjam Police) ନିଜପଟୁ ଏକ ମାମଲା ରୁଜୁ କରିଛି। ଘଟଣାରେ ସମ୍ପୃକ୍ତି ଥିବା ୭ ଜଣ ଯୁବକଙ୍କୁ ମଧ୍ୟ ଗିରଫ କରିଛି। କିନ୍ତୁ ଏବାବଦରେ ପୋଲିସ ପକ୍ଷରୁ କୌଣସି ପ୍ରକାରେ ପ୍ରତିକ୍ରିୟା ମିଳିପାରି ନାହିଁ।