• ଗଞ୍ଜାମ ଭଞ୍ଜନଗର ବ୍ଲକ୍‌ କୁଟୁଣୁକୁମ୍ପା ଗାଁରେ ଗୁଳିମାଡ଼
  • ଗୁରୁତର ଆହତ ଶିବରାମ ନାୟକ ବ୍ରହ୍ମପୁର ବଡ଼ ମେଡିକାଲ ଭର୍ତ୍ତି
  • ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬ ,୧୧୫ଟି ନୂଆ କୋରୋନା ମାମଲା ଚିହ୍ନଟ, ୨୫୨ ମୃତ
  • ଦିନକରେ ରାଜ୍ୟରେ ଆଉ ୪୬୨ କୋରୋନା ଆକ୍ରାନ୍ତ ଚିହ୍ନଟ, ୫ ମୃତ
  • ବାଲେଶ୍ବର ମଥାନୀରେ ଜଳକା ବିପଦ ସଂକେତ ଉପରେ ପ୍ରବାହିତ
  • ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଟିମ୍‌କୁ ବୋମା ବିସ୍ଫୋରଣ ଧମକ !
  • ନ୍ୟୁଜିଲାଣ୍ଡ ଟିମ୍‌କୁ ନେଇ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡକୁ ଆସିଛି ଧମକପୂର୍ଣ୍ଣ ଇ-ମେଲ୍‌
  • ଆସନ୍ତା ୨୫ରେ ଆମେରିକାରେ ଆୟୋଜିତ ହେବ କ୍ବାଡ଼ ସମ୍ମିଳନୀ
  • କେନ୍ଦୁଝରରେ ନେସ୍କୋ ଯନ୍ତ୍ରୀ ମହେଶ୍ଵର ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି

ପ୍ରେମିକାକୁ ସ୍ପିରିଟ୍ ଢାଳି ଜୀବନ୍ତ ଜାଳିଦେବା ଘଟଣା; ବାହାରିଲା ନୂଆ ଟ୍ୱିଷ୍ଟ୍

ଉଭୟ ପ୍ରେମିକା ଓ ପ୍ରେମିକଙ୍କ ବୟାନକୁ ଆଧାର କରି ତଦନ୍ତ ଆଗକୁ ବଢ଼ାଇଛି ପୋଲିସ । ତେବେ ଘଟଣାଦିନ ଗାଁ' ଛକରେ ଶୁଭସ୍ମିତା ଏକାକୀ ଦୀର୍ଘ ସମୟ ଧରି ବସିଥିବା ନେଇ ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି ।

ପ୍ରେମିକାକୁ ସ୍ପିରିଟ୍ ଢାଳି ଜୀବନ୍ତ ଜାଳିଦେବା ଘଟଣା; ବାହାରିଲା ନୂଆ ଟ୍ୱିଷ୍ଟ୍

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ଗଞ୍ଜାମ ପୁରୁଷୋତ୍ତମପୁରରେ ପ୍ରେମିକାକୁ ସ୍ପିରିଟ୍ ଢାଳି ଜୀବନ୍ତ ଜାଳିଦେବା ଘଟଣାରେ ନୂଆମୋଡ଼ । ମୃତ୍ୟୁକାଳୀନ ଜମାନବନ୍ଦୀରେ ନିଜ ପୁରୁଷ ବନ୍ଧୁଙ୍କୁ ସିଧାସଳଖ ଦୋଷୀ ସାବ୍ୟସ୍ତ କରିଥିଲେ ପୀଡ଼ିତା । ସେହି ବୟାନକୁ ଆଧାରରେ ପୋଲିସ ପ୍ରେମିକ କୃଷ୍ଣଚନ୍ଦ୍ର ସାହୁଙ୍କୁ ବାନ୍ଧି ତନାଘନା ଜାରି ରଖିଛି । ମାତ୍ର ଜେରା ବେଳେ କୃଷ୍ଣ ପୀଡ଼ିତାଙ୍କୁ ହତ୍ୟା କରି ନଥିବା ଦୃଢ଼ତାର ସହ କହି ନାନା ପ୍ରଶ୍ନ ଉଠାଇଛି । ଆଉ ସେହି ପ୍ରଶ୍ନ ଏବେ ମାମଲାକୁ ନୂଆମୋଡ଼ ଦେଇଛି । 

କୃଷ୍ଣଙ୍କ ପ୍ରଶ୍ନ, ଘଟଣାସ୍ଥଳକୁ ରେକ୍ଟିଫାଏଡ୍ ସ୍ପିରିଟ୍ (Rectified spirit) ବୋତଲ କେଉଁଠୁ ଆସିଲା । ସେ ସ୍ପିରିଟ୍ କାହାର ? ସେପଟେ ଜୀ ଓଡ଼ିଶା ହାତରେ ଲାଗିଥିବା ତଥ୍ୟ ମୁତାବକ ଶୁଭସ୍ମିତା ଗତ ୧୯ ତାରିଖରୁ ଛୁଟିରେ ନ ଥିଲେ। କିନ୍ତୁ କାର୍ଯ୍ୟସ୍ଥଳକୁ ଯାଉ ନ ଥିଲେ । ଏସବୁ ପଦାକୁ ଆସିବା ପରେ କନଫ୍ୟୁଜ୍ ପୋଲିସ ତଦନ୍ତ ଲାଗି ଦୁଇଟି ଟିମ୍ ଗଠନ କରିଛି ।  ଆଉ ଖୋଜୁଛି ସତ ।

Also Read: ଝାଡଖଣ୍ଡରେ ବିଚାରପତିଙ୍କ ମୃତ୍ୟୁ ମାମଲାରେ ବଡ଼ ଖୁଲାସା, ଚୋରି ହୋଇଥିବା ଟେମ୍ପୋ ଚଢ଼େଇ କରାଇଯାଇଥିଲା ହତ୍ୟା!

ପ୍ରେମିକାକୁ ପ୍ରେମିକ ଜିଅନ୍ତା ଜାଳିଦେବା ଘଟଣାରେ ଏବେ ନୂଆ ଟ୍ବିଷ୍ଟ (New Twist) । ପୀଡିତାଙ୍କ  ମୃତ୍ୟୁକାଳିନ ଜମାନବନ୍ଦୀର ସତ୍ଯତାକୁ ନେଇ ଆରମ୍ଭ ହେଲା ଖୋଳତାଡ଼ । ରେକ୍ଟିଫାଏଡ୍ ସ୍ପିରିଟ (Rectified spirit)ଆଣିଥିଲା କିଏ ତାକୁ ନେଇ ପୋଲିସ କରୁଛି ତନାଘନା । ମୃତ ପ୍ରେମିକାଙ୍କ ଅଭିଯୋଗକୁ ଖଣ୍ଡନ କରି ନିରପେକ୍ଷ ତଦନ୍ତ ଦାବି କଲା ଅଭିଯୁକ୍ତ ପ୍ରେମିକ କୃଷ୍ଣଚନ୍ଦ୍ର ସାହୁ (Boy Friend Krushna Ch Sahoo) । ଉଭୟ ପ୍ରେମିକା ଓ ପ୍ରେମିକଙ୍କ ବୟାନକୁ ଆଧାର କରି ତଦନ୍ତ ଆଗକୁ ବଢ଼ାଇଛି ପୋଲିସ । ତେବେ ଘଟଣାଦିନ ଗାଁ' ଛକରେ ଶୁଭସ୍ମିତା ଏକାକୀ ଦୀର୍ଘ ସମୟ ଧରି ବସିଥିବା ନେଇ ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି ।

Also Read: ଭୁଲିଯାଅ Petrol ଖର୍ଚ୍ଚ, ଫୁଲ ଚାର୍ଜରେ ଏହି ଇଲେକ୍ଟ୍ରିକ୍ ସାଇକେଲ ଗଡ଼ିବ ୧୦୦ କିଲୋମିଟର !

ଘଟଣା ଦିନ ଅଭିଯୁକ୍ତ କୃଷ୍ଣଚନ୍ଦ୍ର କେଉଁଠି ଥିଲା, ନିଜ ପ୍ରେମିକା (Girl Friend) କୁ ସାକ୍ଷାତ କରିଥିଲା କି ନାହିଁ ସେ ନେଇ ପ୍ରମାଣ ସଂଗ୍ରହ କରୁଛି ପୋଲିସ । ଘଟଣା ଉପରୁ ଶୀଘ୍ର ପରଦା ହଟାଇବାକୁ ପୋଲିସ ଦୁଇଟି ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ କରୁଛି । ତେବେ ରେକ୍ଟିଫାଏଡ୍ ସ୍ପିରିଟ୍ କେଉଁଠୁ ଆସିଲା ପଚାରି କୃଷ୍ଣଚନ୍ଦ୍ର ପୋଲିସ (Police) କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି କି ନାହିଁ ତାହା ବି ତଦନ୍ତସାପେକ୍ଷ ।  କାରଣ ଶୁଭସ୍ମିତା ଲ୍ୟାବ ଆସିଷ୍ଟାଣ୍ଟ ଥିବାରୁ ଏହା ତାଙ୍କ ପାଇଁ ସହଜରେ ଉପଲବ୍ଧ ବୋଲି ପୋଲିସର ହୃଦବୋଧ କରାଇବାକୁ ଇଏ ଏକ ଅପଚେଷ୍ଟା ହୋଇ ଥାଇପାରେ । ଜଣେ ସାଧାରଣ ଲୋକ ଯେ ଏହା ଯୋଗାଡ଼ କରିପାରିବ ନାହିଁ, ସେମିତି କେଉଁଠି ଲେଖା ହୋଇନାହିଁ ।  କଥାରେ ଅଛି, ଜଣେ ମଲାବେଳେ କେବେ ମିଛ କହିବ ନାହିଁ। ତେଣୁ ଇଏ ଅଭିଯୁକ୍ତଙ୍କ ସୁଚିନ୍ତିତ ଯୋଜନା ନୁହେଁ ତ?

Also Read: Tokyo Olympics 2020: ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀଙ୍କ ଅନନ୍ୟ କଳାକୃତି, ଥାଳିରେ ଆଙ୍କିଲେ ଓଡ଼ିଶା ଖେଳାଳିଙ୍କ ଚିତ୍ର

ତେବେ ପୀଡ଼ିତା କାର୍ଯ୍ୟରତ ଥିବା ମେଡିକାଲରୁ ଜୀ ଓଡ଼ିଶା (Zee Odisha) ହାତରେ ଲାଗିଛି ଚାଞ୍ଚଲ୍ଯକର ତଥ୍ୟ । ଗତ ୧ ତାରିଖ ଦିନ ସେଠାରେ ନୂଆ ନିଯୁକ୍ତି ପାଇଥିଲେ ଶୁଭସ୍ମିତା । ତେବେ ସେଠାରେ ମାତ୍ର ୪ ଦିନ କାମରେ ଯୋଗଦେବା ପରେ ଗତ ୧୯ ତାରିଖରୁ କାର୍ଯ୍ୟରେ ଯୋଗ ଦେଇ ନଥିଲେ । ତେବେ ସେ ପ୍ରେମିକ କୃଷ୍ଣଚନ୍ଦ୍ରଙ୍କୁ ନେଇ ଚାପରେ ଥିଲେ କି ବୋଲି ମଧ୍ୟ ଉଠୁଛି ପ୍ରଶ୍ନ ? ଯଦି କୃଷ୍ଣଚନ୍ଦ୍ର ତାଙ୍କୁ କାହିଁକି ଡକାଇଥିଲେ ପ୍ରଶ୍ନର ଉତ୍ତର ମିଳିଯା'ନ୍ତା ତେବେ ଏ ଅଡୁଆ ସୁତାର ସମାଧାନ ହୋଇଯା'ନ୍ତା ।