• ୯୮ ବର୍ଷ ବୟସରେ MDH ମସଲା ମାଲିକ ମହାଶୟ ଧର୍ମପାଲ ଗୁଲାଟିଙ୍କ ମୃତ୍ୟୁ । ଦିଲ୍ଲୀର ଏକ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ସୂଚନା ॥
  • ଧର୍ମପାଲଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଶୋକ ପ୍ରକାଶ ॥
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କ ମଧ୍ୟ ଶୋକ ପ୍ରକାଶ
  • ପରୀ ହତ୍ୟା ମାମଲାରେ CBI ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।
  • ପରୀକୁ ନ୍ୟାୟ ଦେବାକୁ କଂଗ୍ରେସ ଚାହେଁନି । ଡିସେମ୍ବର ୧୫ରୁ ପ୍ରତି ବ୍ଲକରେ ପଦଯାତ୍ରା କରିବ ବିଜେପି : ପ୍ରତାପ ଷଡ଼ଙ୍ଗୀ ॥

ଭଞ୍ଜନଗରରେ ଗୁପଚୁପ୍ ବିକାଳୀଙ୍କୁ ଗୁଳି ମାଡ଼

ପୋଲସରା ଥାନା ଅନ୍ତର୍ଗତ ରୁମାଗଡ ଗାଁ ନିକଟରେ ଜୌନିକ ବ୍ୟକ୍ତିଙ୍କ ଉପରେ ଆକ୍ରମଣ ହୋଇଛି ବୋଲି ବାଲିପଦର ଫାଣ୍ଡି ପୋଲିସ କହିଛି।

ଭଞ୍ଜନଗରରେ ଗୁପଚୁପ୍ ବିକାଳୀଙ୍କୁ ଗୁଳି ମାଡ଼
ପ୍ରତିକାତ୍ମକ ଫଟୋ

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ଭଞ୍ଜନଗରରେ ପୁଣି ଫୁଟିଲା ଗୁଳି। ଶନିବାର ସନ୍ଧ୍ୟାରେ ଜଣେ ଗୁପଚୁପ ବିକାଳିଙ୍କୁ କିଛି ଦୁର୍ବୃତ୍ତ ଗୁଳିକରିଥିବା ସୂଚନା ମିଳିଛି। ଗୁରୁତର ଭାବେ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ ମଧ୍ୟପ୍ରଦେଶରୁ ଆସି ଜଣେ ବ୍ୟକ୍ତି ଅଞ୍ଚଳରେ ଗୁପଚୁପ୍ ବିକୁଥିଲେ। ଆଜି ସଂଧ୍ୟାରେ ତାଙ୍କୁ କିଛି ଦୁର୍ବୃତ ଗୁଳି କରିଛନ୍ତି। ପୋଲସରା ଥାନା ଅନ୍ତର୍ଗତ ରୁମାଗଡ ଗାଁ ନିକଟରେ ଜୌନିକ ବ୍ୟକ୍ତିଙ୍କ ଉପରେ ଆକ୍ରମଣ ହୋଇଛି ବୋଲି ବାଲିପଦର ଫାଣ୍ଡି ପୋଲିସ କହିଛି।

ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ତେବେ କିଏ ଏବଂ କାହିଁକି ଜଣେ ଗୁପଚୁପ ବିକାଳିଙ୍କ ଉପରକୁ ଗୁଳିମାଡ କରିଛନ୍ତି ତାହା ଜଣାପଡି ନାହିଁ।