ସାହା 'ଶ୍ରଦ୍ଧା ସଞ୍ଜିବନୀ': ସେବାଶ୍ରମରୁ ସୁନେଲି ସ୍ୱପ୍ନ ଦେଖୁଛି ଏଡସ ଆକ୍ରନ୍ତ ଶିଶୁ

ଜନ୍ମହେବା ଯେମିତି ଏମାନଙ୍କ ପାଇଁ ଅଭିଶାପ । ସମାଜରେ ମୁଣ୍ଡଟେକି ଚାଲିବା ପୁର୍ବରୁ ଏମାନେ ହୋଇଛନ୍ତି ହତଭାଗା । କିଛି ଭୁଲ ନଥାଇ ସମାଜ ଆଖିରେ ଏମାନେ ଦୋଷି !  କାହିଁକି ନା ଏମାନେ ଆଜି ଏଡସ୍ ରୋଗ ଭଳି ମାରାତ୍ମକ ଭୂତାଣୁର ଆକ୍ରାନ୍ତ । ଏଭଳି କିଛି ଅସହାୟ ଶିଶୁଙ୍କ ସାହାରା ପାଲଟିଛି ଶ୍ରଦ୍ଧା ସଞ୍ଜିବନୀ । ଓଡିଶାର ଏକମାତ୍ର ଏହି ବିରଳ ସେବାଶ୍ରମରେ ପିଲାଙ୍କ ମୁହଁରେ ଟିକେ ହସ ଫୁଟାଇବା ଲାଗି ଚାଲିଛି ଉଦ୍ୟମ । 

ସାହା 'ଶ୍ରଦ୍ଧା ସଞ୍ଜିବନୀ': ସେବାଶ୍ରମରୁ ସୁନେଲି ସ୍ୱପ୍ନ ଦେଖୁଛି ଏଡସ ଆକ୍ରନ୍ତ ଶିଶୁ
ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ରାଧେଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ଜନ୍ମହେବା ଯେମିତି ଏମାନଙ୍କ ପାଇଁ ଅଭିଶାପ । ସମାଜରେ ମୁଣ୍ଡଟେକି ଚାଲିବା ପୁର୍ବରୁ ଏମାନେ ହୋଇଛନ୍ତି ହତଭାଗା । କିଛି ଭୁଲ ନଥାଇ ସମାଜ ଆଖିରେ ଏମାନେ ଦୋଷି !  କାହିଁକି ନା ଏମାନେ ଆଜି ଏଡସ୍ ରୋଗ ଭଳି ମାରାତ୍ମକ ଭୂତାଣୁର ଆକ୍ରାନ୍ତ । ଏଭଳି କିଛି ଅସହାୟ ଶିଶୁଙ୍କ ସାହାରା ପାଲଟିଛି ଶ୍ରଦ୍ଧା ସଞ୍ଜିବନୀ । ଓଡିଶାର ଏକମାତ୍ର ଏହି ବିରଳ ସେବାଶ୍ରମରେ ପିଲାଙ୍କ ମୁହଁରେ ଟିକେ ହସ ଫୁଟାଇବା ଲାଗି ଚାଲିଛି ଉଦ୍ୟମ । 

ଜନ୍ମ ହେଉ ହେଉ ଏମାନେ ହୋଇଛନ୍ତି ବାପା ମା ଛେଉଣ୍ଡ । ପାରିବାରିକ ସୁଖ ମିଳିବା ପୂର୍ବରୁ  ଏମାନେ ହୋଇଛନ୍ତି ହତଭାଗା । କିଛି କରିବା ପୂର୍ବରୁ ଏମାନେ ହୋଇଯାଇଛନ୍ତି ସର୍ବହରା । କାହିଁକି ନା ଏମାନେ ସମସ୍ତେ ଆଜି ଏଡସ୍ ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ । କିଛି ଭୁଲ ନଥାଇ ଏମାନେ ଆଜି ସମାଜ ଆଖିରେ ଦୋଷି । ଜୀବନକୁ ଉପଭୋଗ କରିବା ପୂର୍ବରୁ ବିଧାତା ଏହି କୁନି କୁନି ପିଲାଙ୍କ ଜୀବନ ସହ ଯେମିତି  ଖେଳ ଖେଳୁଛି । ତଥାପି ଏମେନେ ହାରି ନାହାନ୍ତି । ସମାଜରେ ମୁଣ୍ଡଟେକି ବଞ୍ଚିବା ଲାଗି ଜାରି ରଖିଛନ୍ତି ସଂଗ୍ରାମ । ଏ ସମାଜର ଦୃଷ୍ଟିଭଙ୍ଗି ସହ ସମସ୍ତ ଝଡଝଞ୍ଜାକୁ ପଛରେ ପକାଇ ଆଗକୁ ବଢିବା ଆଶା ହିଁ ଏମାନଙ୍କ ଦେଖାଇଛି ନୂଆ ଦିଶା ।

sevashrama

ଏହି କୁନି କୁନି ପିଲାଙ୍କୁ ପୁଣିଥରେ ଜୀବନ ଜିଇଁବାର ବାଟ ଦେଖାଇଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅରୁଣା । ୨୦୦୭ ମସିହା ଡିସେମ୍ବର ୨୧ ତାରିଖରେ ରାଜ୍ୟ ସରକାରଙ୍କ ସହ ହାତ ମିଶାଇ ଶ୍ରଦ୍ଧା ସଞ୍ଜିବନୀ ନାଁରେ ଆରମ୍ଭ ହୋଇଥିଲା ଏକ ଆବାସିକ ଅନୁଷ୍ଠାନ । ପ୍ରଥମେ ୯ ଜଣ ଅନାଥ ଶିଶୁଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନରେ ଏବେ ୫୦ରୁ ଉର୍ଦ୍ଧ୍ୱ ଶିଶୁଙ୍କୁ ଥଇଥାନ କରାଯାଇଥିବା ଜଣାପଡିଛି । ସକାଳର ସୂର୍ଯ୍ୟ ଉଦୟରୁ ଆରମ୍ଭ ହୋଇଥାଏ ଏମାନଙ୍କ ଦୈନନ୍ଦିନ କାର୍ଯ୍ୟକ୍ରମ । ପରେ ପରେ ସୂର୍ଯ୍ୟ  ନମସ୍କାର ଓ ପ୍ରାଣାୟମ ସାରିବା ପରେ ଔଷଧ ସେବନ କରିଥାନ୍ତି । ସାଧାରଣ ପିଲାଙ୍କ ଭଳି ନୀତି ସାଙ୍ଗ ମେଳରେ ବାହାରିଥାନ୍ତି ସ୍କୁଲକୁ । ଏହି ଅନାଥ ଶିଶୁଙ୍କ ମନରେ କୈଣସି ଦୁ୍ଃଖ ନ ଆସିବ, ସେଥିଲାଗି ପିଲାଙ୍କ ସେବାରେ ସେବକ ମାନେ ଜାରି ରଖିଥାନ୍ତି ନିରନ୍ତର ଉଦ୍ୟମ ।

sevashrama

ପିଲାଙ୍କୁ ସୁସ୍ଥ ପରିବେଶ ସାଙ୍ଗକୁ ନିୟମିତ ଔଷଦ୍ଧ, ପାଠପଢା ଲାଗି ସମସ୍ତ ବ୍ୟବସ୍ଥା ରେଡକ୍ରସ ଫଣ୍ଡରୁ କରାଯାଉଛି । ଏଠାରେ ରହୁଥିବା କିଛି ପିଲାଙ୍କୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ହେବାକୁ ବସିଥିବା ବେଳେ ସେମାନଙ୍କୁ ଆଗାମୀ ଦିନରେ ଜୀବିକା ଯୋଗାଇଦେବା ପାଇଁ ମଧ୍ୟ ଉଦ୍ୟମ କରାଯାଉଛି । 

ଆହୁରି ପଢନ୍ତୁ; କିଏ ସେହି ପଟୋଲେ, କାହିଁକି ତାଙ୍କୁ ବାଚସ୍ପତି କରିବାକୁ ଚାହିଁଲା କଂଗ୍ରେସ ?