ଗୋପାଳପୁର ବେଳାଭୂମି ମହୋତ୍ସବରେ କମିଟି ସଭାପତିଙ୍କ ଦାଦାଗିରି
trendingNow,recommendedStories0/zeeodisha/odisha616357

ଗୋପାଳପୁର ବେଳାଭୂମି ମହୋତ୍ସବରେ କମିଟି ସଭାପତିଙ୍କ ଦାଦାଗିରି

ଖବର ସଂଗ୍ରହ କରିବା ଲାଗି ଆସିଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଖରାପ ଆଚରଣ ପ୍ରଦର୍ଶନ କରିବା ସହ ମହୋତ୍ସବରୁ ଘୋଉଡାଇ ଦେଇଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି

ଗୋପାଳପୁର ବେଳାଭୂମି ମହୋତ୍ସବରେ କମିଟି ସଭାପତିଙ୍କ ଦାଦାଗିରି

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ଗୋପାଳପୁର ବେଳାଭୂମି ମହୋତ୍ସବରେ କମିଟି ସଭାପତିଙ୍କ ଦାଦାଗିରି । ଖବର ସଂଗ୍ରହ କରିବା ଲାଗି ଆସିଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଖରାପ ଆଚରଣ ପ୍ରଦର୍ଶନ କରିବା ସହ ମହୋତ୍ସବରୁ ଘୋଉଡାଇ ଦେଇଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଯାହାକୁ ନେଇ ମହୋତ୍ସବରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନେ ଦୁଃଖ ପ୍ରକାଶ କରିବା ସହ ପ୍ରତିବାଦ ସ୍ୱରୂପ ବେଳାଭୂମିକୁ ପ୍ରବେଶ କରିବା ନିମନ୍ତେ ପୂର୍ବରୁ ପ୍ରଦାନ କରାଯାଇଥିବା ପ୍ରେସ ପାସ ଗୁଡିକୁ ଉପ ଜିଲ୍ଲାପାଳଙ୍କୁ ଫେରାଇ ଦେଇଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରତି ହୋଇଥିବା ଏଭଳି ଆଚରଣକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

ସୂଚନା ମୁତାବକ ଗୋପାଳପୁର ବେଳାଭୂମି ମହୋତ୍ସବର ପ୍ରଚାର ଓ ପ୍ରସାର କରିବା ସହ ଜିଲ୍ଲାରେ ଭରପୁର ରହିଥିବା କଳା ଓ ସଂସ୍କୃତିକୁ ବିଶ୍ୱ ଦରବାରରେ ପରିଚିତ କରିବା ଲାଗି ଜିଲ୍ଲା ପ୍ରଶାସନ ଓ ମହତ୍ସବ କମିଟି ପକ୍ଷରୁ ଗଣମାଧ୍ୟମର ସହାୟତା ଲୋଡା ଯାଇଥିଲା । ହେଲେ ଖବର ସଂଗ୍ରହ କରିବା ଲାଗି ଯାଇଥିବା ପ୍ରତିନିଧି ଙ୍କ ନିମନ୍ତେ ଚିତ୍ର ଉତ୍ତୋଳନ କରିବା ଲାଗି ଛିଡା ହେବା କିମ୍ବା  ବସିବା ବ୍ୟବସ୍ଥା ହୋଇ ନ ଥିବା ପ୍ରଥମେ ଦେଖିବାକୁ ମିଳିଥିଲା । ଏପରିକି ମହୋତ୍ସବ କମିଟି ସଭାପତି ନିଜ ସମ୍ପର୍କିୟଙ୍କୁ ନେଇ ମହୋତ୍ସବ ପରିସରକୁ କଡନ କରି ରଖିବା ସହ ମହୋତ୍ସବ ସ୍ଥଳରେ  ଭି.ଆଇ.ପି ଡାଞ୍ଚା ଦେଖା ଯାଇଥିଲା । କିଛି ଗଣମାଧ୍ୟମର ପ୍ରତିନିଧି ଖବର ସଂଗ୍ରହ ନିମନ୍ତେ ବସିଥିବା ସିଟରୁ ମଧ୍ୟ ଉଠିବାକୁ ପଛାଇ ନ ଥିଲେ ଽ ମହୋତ୍ସବ କମିଟିର ସଭାପତି ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଏପରିକି ନିଜ ଅଙ୍ଗ ରଖିଙ୍କୁ ସାଥିରେ ନେଇ ତାଙ୍କ ହାତ ଟାଣି ସିଟରୁ ଉଠାଇବା ସହ ମହୋତ୍ସବ ସ୍ଥଳରେ ଅପମାନିତ କରିଥିଲେ । ଯାହା ଫଳରେ ନିଜର ଆତ୍ମ ସମ୍ମାନ ରକ୍ଷାକରି ଖବର ସଂଗ୍ରହ କରିବା ଲାଗି ଯାଇଥିବା ପ୍ରତିନିଧି କାର୍ଯ୍ୟକ୍ରମକୁ ବର୍ଜନ କରି ଫେରି ଆସିଥିଲେ ।

ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରତି ବିଧାୟକ ପାଣିଗ୍ରାହୀଙ୍କ  ଏଭଳି ଆଚରଣକୁ ନେଇ ଏବେ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଗୋଟିଏ ପଟେ ଗୋପାଳପୁର ବେଳାଭୂମି ମହୋତ୍ସବ ଜାତୀୟ ସ୍ତରର ମହୋତ୍ସବ ମାନ୍ୟତା ପାଇବା ଦୌଡରେ ରହିଥିବା ବେଳେ ପ୍ରଚାର ଓ ପ୍ରସାରର ମାଧ୍ୟମ ସାଜିଥିବା ପ୍ରତିନିଧିଙ୍କ ପ୍ରତି ଏଭଳି ଆଚରଣ ସମସ୍ତଙ୍କୁ ମର୍ମାହତ କରିଛି ।

fallback

Trending news