କୋରୋନା ମୁକାବିଲା ପାଇଁ ନିଜର ୩ ମାସର ଦରମା ଦେଲେ କବିସୂର୍ଯ୍ୟନଗର ବିଧାୟିକା

କୋରୋନା ମୁକାବିଲା ପାଇଁ ନିଜର ୩ ମାସର ଦରମା ପ୍ରଦାନ କଲେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ।  

କୋରୋନା ମୁକାବିଲା ପାଇଁ ନିଜର ୩ ମାସର ଦରମା ଦେଲେ କବିସୂର୍ଯ୍ୟନଗର ବିଧାୟିକା
ପ୍ରତୀକାତ୍ମକ ଫଟୋ

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: କୋରୋନା ମୁକାବିଲା ପାଇଁ ନିଜର ୩ ମାସର ଦରମା ପ୍ରଦାନ କଲେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସେ ଏହି ଟଙ୍କା ପ୍ରଦାନ କରିଛନ୍ତି । ତିନି ମାସର ଦରମା ବାବଦକୁ ଏକ ଲକ୍ଷ ପାଞ୍ଚ ହଜାର ଟଙ୍କା ପ୍ରଦାନ କରିଛନ୍ତି ବିଧାୟିକା । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏନେଇ ନିଜର ୩ ମାସର ଦରମା ପ୍ରଦାନ କରିବାକୁ ଘୋଷଣା କରିଥିଲେ । ଏହାସହ ଦଳର ସମସ୍ତ ବିଧାୟକଙ୍କୁ ମଧ୍ୟ ଏନେଇ ଅପିଲ କରିଥିଲେ ।