ପଢନ୍ତୁ, ଫାଶୀ ଦେବା ପୂର୍ବରୁ କିପରି ରହିଥାଏ ଫାଶୀର ପକ୍ରିୟା
trendingNow,recommendedStories0/zeeodisha/odisha612148

ପଢନ୍ତୁ, ଫାଶୀ ଦେବା ପୂର୍ବରୁ କିପରି ରହିଥାଏ ଫାଶୀର ପକ୍ରିୟା

ଓଡିଶାର ଏକମାତ୍ର ମଣ୍ଡଳ କାରଗାର ଯେଉଁଠି ରହିଛି ସ୍ୱତନ୍ତ୍ର ଫାଶୀ କୋଠରି 

ପଢନ୍ତୁ, ଫାଶୀ ଦେବା ପୂର୍ବରୁ କିପରି ରହିଥାଏ ଫାଶୀର ପକ୍ରିୟା

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ଫାଶୀ ଏଭଳି ଏକ ଶବ୍ଦ ଯାହାର ନାଁ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠେ । ଫାଶୀ ଏଭଳି ଏକ ଦଣ୍ଡ ଯାହା ଆଇନ ଦଣ୍ଡାଦେଶର ଶେଷ ନିଷ୍ପତି ହୋଇଥାଏ । କିଛି ବର୍ଷ ଧରି ଫାଶୀ ଦଣ୍ଡାଦେଶ ଖବର ଶୁଣିବାକୁ ମିଳୁନଥିଲା । ହେଲେ ନିକଟରେ ନିର୍ଭୟା ଗଣଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡାଦେଷ ଖବର ପ୍ରଘଟ ହେବା ପରେ ସବୁଠି ଫାଶୀକୁ ନେଇ ଚାଲିଛି ବେଶ  ଆଲୋଚନା । ଦଣ୍ଡାଦେଶ  ପରେ କିଭଳି  ରହିଥାଏ ଫାଶୀ ର ପ୍ରସ୍ତୁତି ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଥିବା ବେଳେ ଦେଶରେ ଏଭଳି  କିଛି ଜେଲ ରହିଛି ଯାହା  ଫାଶୀ  ଦଣ୍ଡର ମୁଖସାଖି । ଏଥି ମଧ୍ୟରେ ଅନ୍ୟତମ ଓଡିଶାର ଏକମାତ୍ର ଫାଶୀ  କୋଠରି ଥିବା ବ୍ରହ୍ମପୁର ମଣ୍ଡଳ କାରାଗାର । ସ୍ୱାଧିନତାରୁ ୫ ଜଣ ଏହି କାରାଗାରେ ଫାଶୀ  ଖୁଣ୍ଟରେ ଝୁଲିଥିବା ବେଳେ କିଭଳି ରହିଥାଏ ଫାଶୀର ପକ୍ରିୟା ଓ କିଭଳି ରହିଥାଏ ଆସନ୍ତୁ ଜାଣିବା ।

fallbackଏହା ହେଉଛି  ଓଡିଶାର ଏକମାତ୍ର ମଣ୍ଡଳ କାରଗାର ଓଡିଶାର ଏକମାତ୍ର ମଣ୍ଡଳ କାରଗାର ଯେଉଁଠି ରହିଛି ସ୍ୱତନ୍ତ୍ର ଫାଶୀ କୋଠରି  । ଏକା ସାଙ୍ଗରେ ୨ ଜଣ କଏଦିକୁ ଏହି ଫାଶୀ  ଖୁଣ୍ଟରେ ଫାଶୀ ଦେବାର ବ୍ୟବସ୍ଥା ରହିଛି । ଶେଷଥର ଲାଗି ୧୯୯୪ ମସିହାରେ ଦୁଷ୍କର୍ମ ପରେ ନିଜ ଝିଆରି କୁ ହତ୍ୟା କରିଥିବା ଅଭିଯ଼ୋଗରେ ମୟୁରଭଞ୍ଜର ଲକ୍ଷ୍ମଣ ନାୟକ ନାମକ ଜଣେ ଅଭିଯ଼ୁକ୍ତକୁ ଫାଶୀ  ଦିଆ ଯାଇଥିଲା । ଏହାରି ଭିତରେ ୨୫ବର୍ଷ ବିତି ଯାଇଛି  ସତ ହେଲେ ଫାଶୀ  ଖୁଣ୍ଟ ଓ କୋଠରି ଏବେ ମଧ ପୁର୍ବାବସ୍ଥା ଭଲି ପୁରା ପ୍ରସ୍ତୁତ ରହିଛି ।  ଫାଶୀଖୁଣ୍ଟରେ ଜଣେ ଅଭିଯ଼ୁକ୍ତକୁ ଝୁଲାଇବା ପୁର୍ବରୁ ଜେଲ ମାନୁଆଲର ରହିଛି ଅନେକ ସ୍ଵତନ୍ତ୍ର ନିୟମାବଳି । ଯାହାକୁ ଟିକନିଖ କରି ପାଳନ କରିଥାନ୍ତି ଜେଲ କତୃପକ୍ଷ । ସୁଚନା ମୁତାବକ ସାକ୍ଷ ପ୍ରମାଣକୁ ଆଧାର କରି ଦୋଷୀକୁ ମାନ୍ୟବର ସର୍ବୋଚ୍ଚ  ନ୍ୟାୟାଳୟ ଫାଶୀ  ଦଣ୍ଡାଦେଶ ଶୁଣାଇବା ପରେ ଅଭିଯ଼ୁକ୍ତର ଶେଷ ରାସ୍ତା ରାଜକ୍ଷମା ରହିଥାଏ । ଏହି ଆବେଦନ ମାନ୍ୟବର ରାଷ୍ଟ୍ରପତିଙ୍କ ନିକଟରେ କରାଯାଉଥିବା ବେଳେ ଯଦି ରାଷ୍ଟ୍ରପତି ଆବେଦନକୁ ଖାରଜ କରିଦିଅନ୍ତି ତାହାହେଲେ ବ୍ଲାକ ୱାରେଣ୍ଟ ଜାରି କାରଯାଇଥାଏ ।

fallbackଫାଶୀ  ଦଣ୍ଡାଦେଶ ଲାଗି ବ୍ଲାକ ୱାରେଣ୍ଟ ଜାରି ହେବା ୧ ମାସ ମଧ୍ୟରେ ଦୋଷୀକୁ ଦଣ୍ଡ ବିଧାନ କରାଯାଇଥାଏ  । ପ୍ରଥମେ ଜେଲ ପକ୍ଷରୁ ଜହ୍ଲାଦ(ଘାତକ) ଖୋଜା ଆରମ୍ଭ କରାଯାଏ । ଯାହାର  ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ଏହାପରେ ଭାରତର ଏକମାତ୍ର ସ୍ଥାନ ବିହାର ଜେଲରୁ ସ୍ଵତନ୍ତ୍ର ଫସି ଦୌଡ଼ି  ବା (ମାନିଲା ରୋପ) ଅଣାଯିବାର କାର୍ଯ୍ୟକ୍ରମ  ରହିଥାଏ ।  ପ୍ରଥମେ ଘାତକ ଫାଶୀଖୁଣ୍ଟର ସ୍ଥିତି ପରଖିବା ପରେ ଏକ ସପ୍ତାହ ଧରି ଫାଶି ଦେବାର ଅଭ୍ୟାସ କରିଥାଏ ।  ଯେଉଁ ଅଭିଯ଼ୁକ୍ତକୁ ଫାଶୀ ଦିଆଯିବ  ତାର ଓଜନ ମୁତାବକ ବାଲି ବସ୍ତା ରଖି ପ୍ରତ୍ୟକ ଦିନ ଫାଶୀ  କୋଠରିରେ ମକଡ୍ରିଲ କରିଥାଏ ଘାତକ । ଯେପରିକି ଫାଶୀ  ଦେବା ସମୟରେ କୌଣସି ତୃଟି ନଘଟେ । ଏଥିସହ ଫାଶୀ  ଦୌଡି ଯେପରି  ଚିକ୍କଣ ରହିବ ସେଥିରେ କଦଳୀ  ବା ଲହୁଣି ଘସା  ଯାଉଥିବା ମଧ୍ୟ ପୁର୍ବ ଅଭିଜ୍ଞ ବ୍ୟକ୍ତି ମାନେ ମତ ପ୍ରକାଶ  କରିଛନ୍ତି । ଫାଶୀ ନିର୍ଦ୍ଧିଷ୍ଟ ସମୟ ସୀମା  ମଧ୍ୟରେ ଦିଆ ଯିବାର  ନିୟମ ରହିଥିବା ବେଳେ ଜେଲର,ଜେଲ ସୁପରିଟେଣ୍ଡ,ୱାଡେନ,ମାଜିଷ୍ଟେଟ,ଡାକ୍ତର ଓ ଦୁଇଜଣ ସାକ୍ଷୀଙ୍କ ଉପସ୍ଥିତି ରହିଥାନ୍ତି ।ସୂର୍ଯ୍ୟ ଉଦୟ ପୂର୍ବରୁ ଅର୍ଥାତ ପ୍ରାତଃ ୫ ଟା ରୁ ୫ଟା ୩୦ ମିନିଟ ମଧ୍ୟରେ ନିର୍ଦ୍ଧିଷ୍ଟ ସମୟରେ ଫାଶୀ  ଦିଆଯିବା  କାର୍ଯ୍ୟକ୍ରମ  ଥିବା ବେଳେ ଜଣେ ମାଜିଷ୍ଟେଟ ଏହି ପ୍ରକିୟାକୁ ପରିଚାଳନ କରୁଥିବା କୁହନ୍ତି ପୁର୍ବତନ ଜେଲ କର୍ମକର୍ତ୍ତା ।

Trending news