ସମୂହ ଆତ୍ମାହୁତି ଦେବେ ସୁର

ସରକାରୀ ସ୍ତରରେ ତ୍ରୁଟି ପାଇଁ ସମସ୍ୟାରେ ଯୁଝି ହେଉଛନ୍ତି ଜଟଣୀବାସୀ। ସରକାରଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସରକାରୀବାବୁ ଏହାକୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି। ତେବେ ଏହାର ସମସ୍ୟା ନେଇ ସମୂହ ଆତ୍ମାହୁତି ଧମକ ଦେଇଛନ୍ତି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ।  

ସମୂହ ଆତ୍ମାହୁତି ଦେବେ ସୁର

ମଳୟ ମହାନ୍ତି, ଭୁବନେଶ୍ୱର: ସରକାରୀ ସ୍ତରରେ ତ୍ରୁଟି ପାଇଁ ସମସ୍ୟାରେ ଯୁଝି ହେଉଛନ୍ତି ଜଟଣୀବାସୀ। ସରକାରଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସରକାରୀବାବୁ ଏହାକୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି। ତେବେ ଏହାର ସମସ୍ୟା ନେଇ ସମୂହ ଆତ୍ମାହୁତି ଧମକ ଦେଇଛନ୍ତି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ।  

ଅଧିକ ପଢନ୍ତୁ: ରାଜ୍ୟ ସ୍ୱାର୍ଥକୁ ଅଣଦେଖା ଜାତୀୟ ଦଳ ପାଇଁ କାଳ

ସୂଚନାଯୋଗ୍ୟ ସରକାରୀ ବାବୁଙ୍କ ତ୍ରୁଟି ଯୋଗୁଁ ଖୋର୍ଦ୍ଧା ଜିଲ୍ଲା ଜଟଣୀର ୨୩ଟି ଗାଁର ସ୍ଥିତିବାନ ଜମି ଜଗନ୍ନାଥଙ୍କ ଜମିରେ ପରିଣତ ହୋଇଯାଇଛି। ଏନେଇ ଜଟଣୀବାସୀ ସରକାରଙ୍କୁ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ମାତ୍ର ସରକାର ଏଥି ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି। ବାରମ୍ବାର ଦାବି ଏବଂ ପ୍ରତିଶ୍ରୁତି ପରେ ମଧ୍ୟ ସରକାର ଏହାର ସମାଧାନ କରୁ ନ ଥିବାରୁ ଜଟଣୀ ବିଧାୟକ ସୁରେଶ ରାଉତରାୟ କହିଛନ୍ତି।

ଏହି ସମସ୍ୟାରେ ଗତକାଲି ଅର୍ଥାତ ୧୧ ତାରିଖରେ ରାଜ୍ୟପାଳଙ୍କୁ ଭେଟି ସମସ୍ୟା ସମାଧାନ ପାଇଁ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି। ଯଦି ୬ ମାସ ମଧ୍ୟରେ ଏହି ସମସ୍ୟାର ସମାଧାନ ନ ହୁଏ, ତେବେ ଜଟଣୀବାସୀ ସୁର ରାଉତରାୟଙ୍କ ନେତୃତ୍ୱରେ ରାଜଭବନ ସମ୍ମୁଖରେ ସମୂହ ଆତ୍ମାହୁତି ଦେବେ ବୋଲି ରାଜ୍ୟପାଳଙ୍କୁ ଜଣାଇଛନ୍ତି।  

ଅଧିକ ପଢନ୍ତୁ: କଂଗ୍ରେସକୁ ଚେତାଇଲେ ଚେତନ, ଦେଲେ ଏଭଳି ଫ୍ରୀ ଆଡଭାଇସ...

କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ସୁରେଶ ରାଉତରାୟ ଏ କଥା କହିବା ସହ ତୁରନ୍ତ ଏହାର ସମାଧାନ ପାଇଁ ଦାବି ରଖିଛନ୍ତି। ଏ ସମ୍ପର୍କରେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିବା ବେଳେ ଦାରୁଠେଙ୍ଗରେ ଥିବା ଡମ୍ପିଂୟାର୍ଡ ସ୍ଥାନାନ୍ତର ସମସ୍ୟାର ସମାଧାନ ପାଇଁ ସରକାର କାର୍ଯ୍ୟ ଆରମ୍ଭ ହୋଇଥିବା ସୁର କହିଛନ୍ତି। କିନ୍ତୁ ଜମି ବାବଦରେ ସରକାର କିଛି ପଦକ୍ଷେପ ନେଉ ନ ଥିବା ସୁର ଅଭିଯୋଗ କରିଛନ୍ତି।