ସୁଧ ଗଣୁଥିଲେ ବୋଲି ନକଲି ପୋଲିସ ସାଜିଲେ ଅଧ୍ୟାପକ
ଵ୍ରହ୍ମପୁରରେ ନକଲି ପୋଲିସର ଦାଦଗିରି
Trending Photos
)
ରାଧାଶ୍ୟାମ ଆରାର୍ଯ୍ୟ: ଵ୍ରହ୍ମପୁରରେ ନକଲି ପୋଲିସର ଦାଦଗିରି । ଧର୍ମନଗରଠାରେ ଥିବା ବଜାଜ ଫାଇନାନ୍ସ କମ୍ପାନୀରେ ପଶି ନିଜକୁ ପୋଲିସର ପରିଚୟ ଦେଇ ଜଣେ ଅଧ୍ୟାପକ ଆତଙ୍କ ସୃଷ୍ଟି କରିଛନ୍ତି । ଅଧ୍ୟାପକ ଜଣଙ୍କୁ ପୋଲିସ ମାତାଲ ଅବସ୍ଥାରେ ଗିରଫ କରିଛି । ତାଙ୍କଠାରୁ ଏକ ନକଲି ବନ୍ଧୁକ ଜବତ ହୋଇଛି । ସୁଧ ପ୍ରଦାନ କ୍ଷେତ୍ରରେ କର୍ମଚାରୀଙ୍କୁ ଫାଇନାନ୍ସ କମ୍ପାନୀ ବାରମ୍ବାର ହଇରାଣ କରୁଥିଲା । ତେବେ ଅଧ୍ୟାପକ ଜଣଙ୍କ ସମସ୍ୟାର ସମ୍ମୁଖୀନ ହୋଇ ମାନସିକ ଚାପରେ ଆସି ମାତାଲ ଅବସ୍ଥାରେ ଏଭଳି କାଣ୍ଡ ଭିଆଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପୋଲିସ ମାତାଲ ଅଧ୍ୟାପକ୍ଷକଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରିଛି ।
ବଜାଜ ଫାଇନାନ୍ସ କମ୍ପାନୀରେ ଆଜି ଅଧ୍ୟାପକଙ୍କ ଆତଙ୍କରାଜ ଦେଖିବାକୁ ମିଳିଥିଲା । ମାତାଲ ଅବସ୍ଥାରେ ବନ୍ଧୁକ ଦେଖାଇ ସମସ୍ତଙ୍କୁ ଭୟଭୀତ କରିବା ସହ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଥିଲେ । କିଛି ସମୟ ଫାଇନାନ୍ସ କମ୍ପାନୀ ସମ୍ମୁଖରେ ଭୟର ବାତାବରଣ ସୃଷ୍ଟି କରିଥିଲେ ଅଧ୍ୟାପକ ଜଣକ । ଅଣ୍ଟାରେ ବନ୍ଧୁକ ଖଞ୍ଜି ବ୍ୟାଙ୍କ କର୍ମଚାରୀଙ୍କ ସହ ଖୁବ ଯୁକ୍ତିତର୍କ କରିଥିଲେ । ଏପରିକି କମ୍ପାନୀର ସଟରକୁ ବନ୍ଦ କରିବା ସହ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲେ ।
ଏହି ଯୁବକ ଜଣକ ହେଉଛନ୍ତି ଏକ ଘରେଇ ଶିକ୍ଷାନୁଷ୍ଠାନର ଅଧ୍ୟାପକ ଅନିରୂଧ ପଟ୍ଟନାୟକ । ମାତାଲ ଅବସ୍ଥାରେ ଅଧ୍ୟାପକ ଜଣକ ପୋଲିସର ପରିଚୟ ଦେଇ ଉତ୍ପାତ କରିଥିବା ବେଳେ, ବେଶ କିଛି ସମୟ ଧରି ଗ୍ରାହକ ଓ ବ୍ୟାଙ୍କ କର୍ମଚାରୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା କକୁଆ ଭୟ । ସେପଟେ ଅଧ୍ୟପକଙ୍କ ଏଭଳି ଆତଙ୍କିତ ସମ୍ପର୍କିତ ଖବର ପାଇବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଯୁବକ ଜଣଙ୍କୁ କାବୁ କରିଥିଲେ । ତେବେ ତାଙ୍କ ପାଖରୁ ଜବତ ହୋଇଥିବା ବନ୍ଧୁକଟି ନକଲି ବୋଲି ଜଣାପଡିଛି ।
ସୂଚନା ମୁତାବକ କିଛି ମାସ ତଳେ ଅଧ୍ୟାପକ ଜମଙ୍କ ବାଜାଜ କମ୍ପାନୀଠାରୁ କିଛି ଲୋନ ନେଇଥିଲେ । ନେଇଥିବା ଲୋନ ବାବଦକୁ ସୁଧ ଟଙ୍କା ଜମା କରିବା ସମୟରେ କମ୍ପାନୀ କର୍ମଚାରୀଙ୍କ ଦ୍ୱାରା ବାରମ୍ବାର ସମସ୍ୟାର ସମ୍ମୁଖୀନ ହୋଇ ଆସୁଥିଲେ ସେ । ଯାହାଫଳରେ ଉତକ୍ଷିପ୍ତ ହୋଇ ବ୍ୟାଙ୍କ ମ୍ୟାନେଜରଙ୍କୁ ପାନେ ଦେବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ହାତକୁ ନେଇଥିବା ପୋଲିସ ନିକଟରେ ସ୍ୱିକାର କରିଛନ୍ତି । ସେପଟେ ଅଭିଯୋଗକୁ ଆଧାର କରି ପୋଲିସ ଅଧ୍ୟାପକଙ୍କୁ ଗିରଫ କରିଥିବାବେଳେ ତାଙ୍କଠାରୁ ନକଲି ବନ୍ଧୁକ ସହ ପ୍ରେସ କାର୍ଡ ଓ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୋଲିସର ହସ୍ତଗତ ହୋଇଛି ।