ଲକ୍ ଡାଉନ୍: ସରିଗଲାଣି ସଞ୍ଚୟ ଟଙ୍କା, ଏବେ ସରକାରଙ୍କ ସହାୟତାକୁ ହିଁ ଅପେକ୍ଷା
Advertisement

ଲକ୍ ଡାଉନ୍: ସରିଗଲାଣି ସଞ୍ଚୟ ଟଙ୍କା, ଏବେ ସରକାରଙ୍କ ସହାୟତାକୁ ହିଁ ଅପେକ୍ଷା

ସିଲ ହୋଇଛି  ଗାଁ ଦାଣ୍ଡର ପ୍ରବେଶ ପଥ ।

ପ୍ରତୀକାତ୍ମକ ଫଟୋ

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: କୋରୋନା ପ୍ରଭାବରେ ଏବେ ବନ୍ଧା ପଡିଛି  ଜୀବନ ଜୀବିକା । ସରକାରଙ୍କ ଲକ୍ ଡାଉନ ଘୋଷଣାକୁ ସହମତି ଜଣାଇ ଅନେକ ଗ୍ରାମାଞ୍ଚଳର ଲୋକେ ଗାଁ ମୁଣ୍ଡରେ ବାଡ଼ ପକାଇ  ଘରୁ ବାହାରକୁ ନ ବାହାରିବା ଲାଗି ନିଷ୍ପତ୍ତି ନେଇଥିବା ବେଳେ ଘରେ ଦେଖା ଦେଲାଣି ଅଭାବି ପରିସ୍ଥିତି । 

ସିଲ ହୋଇଛି  ଗାଁ ଦାଣ୍ଡର ପ୍ରବେଶ ପଥ । ଗାଁ ଭିତରେ ଦୀର୍ଘ ପାଞ୍ଚ ଦିନ ଧରି ବନ୍ଧା ପଡିଛି ଜୀବନ ଜୀବିକା । ଅଟକି ଯାଇଛି ଲୋକଙ୍କ ଜୀବନ ଯାତ୍ରା । ସାରା ଦେଶରେ ଲକ୍ ଡାଉନ ଘୋଷଣା ହେବା ପରେ ଏ ଦୃଶ୍ୟ ହେଉଛି ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମର । ଅତି ଜରୁରୀ କାୀମ ନଥିଲେ ଲୋକେ  ଗାଁ ବାହାରକୁ ନଯିବା ସହ ବାହାର ଲୋକଙ୍କୁ ମଧ୍ୟ ଗାୀଁ ଭିତରକୁ ପ୍ରବେଶ କରିବାରେ ନିଷେଧ କରିଛନ୍ତି ।  ଯଦି କୌଣସି ବ୍ୟକ୍ତି ଗାଁକୁ ପ୍ରବେଶ କରନ୍ତି ତାହା ହେଲେ ଗାଁ ମୁହଁରେ ଥିବା ନଳକୂପରେ ହାତକୁ ସଫା କରି ପ୍ରବେଶ କରିବା ଲାଗି ଅନୁମତି ଦିଆଯାଉଥିବା କହିଛନ୍ତି ଗ୍ରାମବାସୀ । 

ଲକ ଡାଉନ ଆଜି ଷଷ୍ଠ ଦିନରେ ପହଞ୍ଚି ଥିବା ବେଳେ ଘରେ ଦେଖା ଦେଲାଣି ଅଭାବି ପରିସ୍ଥିତି । ଗଞ୍ଜାମ ଜିଲ୍ଲାରେ ଅଧିକାଂଶ ଲୋକ ଦିନ ମଜୁରିଆ ହୋଇଥିବା ବେଳେ ପାଖରେ ଥିବା ଟଙ୍କା ପଇସା ସରିବାକୁ ବସିଲାଣି । ଏଭଳି ସ୍ଥିତିରେ ସରକାର ସହାୟତା ଯୋଗାଇ ଦେବା ଲାଗି ଘୋଷଣା କରିଛନ୍ତି ସତ, ହେଲେ ତାହା ଲୋକଙ୍କ ପାଖରେ କେବେ ପହଞ୍ଚିବ, ସେନେଇ ଚିନ୍ତାରେ ଗରିବ ଦିନ ମଜୁରିଆ । ଏଭଳି ସ୍ଥିତିରେ ସରକାରଙ୍କ ସହାୟତା ହିଁ ଏକ ମାତ୍ର ଭରସା ବୋଲି କହିଛନ୍ତି ଗ୍ରାମବାସୀ ।