Advertisement
Article Detail0/zeeodisha/odisha677042

ଗଞ୍ଜାମବାସୀଙ୍କ ଛାତି ଧଡ଼ ଧଡ଼

ଜିଲ୍ଲାରେ ୪୮ ଘଣ୍ଟା ମଧ୍ୟରେ  ୩ ଜଣ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲାବାସୀଙ୍କ ଚିନ୍ତା ବଢ଼ିଛି । 

ଫାଇଲ ଫଟୋ
ଫାଇଲ ଫଟୋ

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ଦୀର୍ଘ ଦିନର ଲକଡାଉନ୍ ପରେ ସାମାନ୍ୟ ଆଶ୍ୱସ୍ତି ମିଳିଛି । କେନ୍ଦ୍ର ଗାଇଡଲାଇନ୍ ମୁତାବକ ଗଞ୍ଜାମ ପ୍ରଶାସନ ଲକଡାଉନ୍ କଟକଣା କୋହଳ କରିଛି । ଖୋଲିଛି ଦୋକାନ ବଜାର । ଅଟକି ଯାଇଥିବା ପେଟ ପାଟଣାକୁ ସାଉଁଟିବା ଲାଗି ବ୍ୟବସାୟୀ ଲାଗି ପଡିଛନ୍ତି । ଗ୍ରାହକ ମଧ୍ୟ ଦୀର୍ଘ ଦିନ ପରେ ବଜାର ମୁହାଁ ହୋଇଛନ୍ତି । ହେଲେ ଭୟ ଯେମିତି କାହାର ପିଛା ଛାଡ଼ୁନି । ଜିଲ୍ଲାରେ ୪୮ ଘଣ୍ଟା ମଧ୍ୟରେ  ୩ ଜଣ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲାବାସୀଙ୍କ ଚିନ୍ତା ବଢ଼ିଛି । ଅନ୍ୟପଟେ ଜିଲ୍ଲାପାଳଙ୍କୁ କୋରୋନା ମୁକାବିଲା ଦିଗରେ ସହଯୋଗ କରିବାକୁ ଜିଲ୍ଲାକୁ ଆସୁଛନ୍ତି ୪ ଜଣ ଦକ୍ଷ ଓଏଏସ ଅଫିସର୍ । 

ଭୟରେ  ଧଡ୍ ଧଡ୍ ହେଉଛି ଛାତି । ଏବେ ମଧ୍ୟ ଡରାଉଛି ଅଦୃଶ୍ୟ କୋରୋନା । ଗଞ୍ଜାମ ଜିଲ୍ଲାରେ ୪୮ ଘଣ୍ଟା ମଧ୍ୟରେ ୩ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲାବାସୀଙ୍କ ନିଦ ହଜିଯାଇଛି । ତେବେ ସମସ୍ତ ପଜିଟିଭ ପ୍ରବାସୀ ଓଡିଆ ଅଟନ୍ତି । ଯାହାକି ଭୟକୁ ଆହୁରି ବଢ଼ାଉଛି । କାହିଁକିନା ବେଶ୍ କିଛି ଦିନ ହେଲା ସୁରତରୁ ହଜାର ହଜାର ପ୍ରବାସୀ ଓଡ଼ିଆ ଗଞ୍ଜାମ ଫେରିଛନ୍ତି । ଆଗକୁ ମଧ୍ୟ ଅନେକ ଫେରିବେ । ଆଉ ଏସବୁ ଭିତରେ ଦୋକାନ ବଜାର ଖୋଲିଛି । ଛାତିରେ ଭୟକୁ ଯାବୁଡ଼ି ଧରି ବ୍ୟବସାୟ ଆରମ୍ଭ କରିଛନ୍ତି ଦୋକାନୀ । ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବ୍ୟବସାୟ ପାଇଁ ଅନୁମତି ମିଳିଛି । ନୋ ମାସ୍କ, ନୋ ଗୁଡସ୍ ର ଫଳକ ଲଗାଇ ଦୋକାନ ଗୁଡ଼ିକ ଖୋଲାଯାଇଥିବା ଦେଖିବାକୁ ମିଳିଛି । 

Add Zee News as a Preferred Source
About the Author