ପ୍ରେମିକା ସମ୍ମୁଖରେ ପ୍ରେମିକର ଆତ୍ମହତ୍ୟା!
Advertisement

ପ୍ରେମିକା ସମ୍ମୁଖରେ ପ୍ରେମିକର ଆତ୍ମହତ୍ୟା!

ସୂଚନା ମୁତାବକ, ଗଜପତି ଜିଲ୍ଲାର ଯୁବକ ସମୀର ନାୟକ ଚନ୍ଦ୍ରଗିରି ଅଞ୍ଚଳର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ । ହେଲେ କିଛି ଦିନ ବ୍ୟବଧାନ ପରେ ଉଭୟଙ୍କ ମଧ୍ୟରେ ମନମାଳିନ ସୃଷ୍ଟି ହୋଇଥିଲା । 

ପ୍ରତୀକାତ୍ମକ ଫଟୋ

ବ୍ରହ୍ମପୁର: ପ୍ରେମିକା ସମ୍ମୁଖରେ ଆତ୍ମହତ୍ୟା କଲେ ପ୍ରେମିକ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ଆଙ୍କୋଲି ଅଞ୍ଚଳରେ । ପ୍ରେମିକା ସହ କଳି କରି ଯୁବକ ଜଣକ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଯୁବକ ଜଣକ ହେଲେ ସମୀର ନାୟକ ।  ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି । ଏହାସହ ପୋଲିସ ଝୁଲନ୍ତା ଅବସ୍ଥାରେ ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠା ଯାଇଛି ।

ସୂଚନା ମୁତାବକ, ଗଜପତି ଜିଲ୍ଲାର ଯୁବକ ସମୀର ନାୟକ ଚନ୍ଦ୍ରଗିରି ଅଞ୍ଚଳର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ । ହେଲେ କିଛି ଦିନ ବ୍ୟବଧାନ ପରେ ଉଭୟଙ୍କ ମଧ୍ୟରେ ମନମାଳିନ ସୃଷ୍ଟି ହୋଇଥିଲା । ଗତକାଲି ଅର୍ଥାତ ଉଭୟ ପ୍ରେମିକ ଓ ପ୍ରେମିକା ଆଙ୍କୋଲି ଅଞ୍ଚଳରେ ପ୍ରେମିକାର ଭାଇ ଘରେ ରାତ୍ରି ଯାପନ କରିଥିଲେ । ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ କଥା କଟା କଟି ହୋଇଥିବା ବେଳେ ସମୀର ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଯୁବତୀ ଜଣଙ୍କ ପୋଲିସ ନିକଟରେ ନିଜ ବୟାନ ରଖିଛନ୍ତି ।

 ସେପଟେ ପୁଅର ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ପରିବାର ଲୋକେ । ତାଙ୍କୁ ଚକ୍ରାନ୍ତ କରି ହତ୍ୟା କରାଯାଇଥିବା ଅଭିଯୋଗ ପରିବାର ଲୋକେ କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛି ପୋଲିସ ।