କୋରୋନା କଟକଣାରେ ପାଳିତ ହେବ ମାଁ ବୁଢୀ ଠାକୁରାଣୀଙ୍କ ଯାତ୍ରା
Advertisement

କୋରୋନା କଟକଣାରେ ପାଳିତ ହେବ ମାଁ ବୁଢୀ ଠାକୁରାଣୀଙ୍କ ଯାତ୍ରା

କୋଭିଡ୧୯ କଟକଣା ମଧ୍ୟରେ ମା ଙ୍କ ଯାତ୍ରା ସୁରୁଖୁରୁରେ ଅନୁଷ୍ଠିତ କରାଯିବା ନେଇ ଜଣାଇଛନ୍ତି ଯାତ୍ରା ପରିଚାଳକ। 

କୋରୋନା କଟକଣାରେ ପାଳିତ ହେବ ମାଁ ବୁଢୀ ଠାକୁରାଣୀଙ୍କ ଯାତ୍ରା

ବ୍ରହ୍ମପୁର: ଚଳିତ ବର୍ଷ ଅନୁଷ୍ଠିତ ହେବ ବିଶ୍ବ ପ୍ରସିଦ୍ଧ ମାଁ ବୁଢୀ ଠାକୁରାଣୀଙ୍କ ଦ୍ବି ବାର୍ଷିକ ଯାତ୍ରା। ଏଥିଲାଗି ଚାଲିଛି ଜୋରଦାର ପ୍ରସ୍ତୁତି। ମାନବୀୟ ଲୀଳା ଖେଳା ମଧ୍ୟରେ ମାଁ ବୁଢୀ ଠାକୁରାଣୀ ବାପ ଘରେ ରହି ପୁଜା ପାଇବାର ପରମ୍ପରା ଟିକିଏ ନିଆରା। ଏଥିଲାଗି ବାପ ଘର କୁହାଯାଉଥିବା ଦେଶବେହେରା ସାହିର ମଝି ଦାଣ୍ଡରେ ଅସ୍ଥାୟୀ ମଣ୍ଡପ କାମ ଜୋରସୋରରେ ଚାଲିଥିବା ବେଳେ ବଂଶାନୁକ୍ରମେ ମାଁ ଙ୍କ ଛାମୁଟିଆ ସ୍ଥାପନ କରିବା କାମରେ ଲାଗି ପଡିଛନ୍ତି ମହାରଣା ପରିବାର ସଦସ୍ୟ। 

ମା ଙ୍କ ଯାତ୍ରାକୁ ଉପଭୋଗ କରିବା ଲାଗି ସମସ୍ତଙ୍କ ମଧ୍ୟରେ ଭରପୁର ଉତ୍କଣ୍ଠା ରହିଥିବାର ଦେଖିବାକୁ ମିଳିଥିବା ବେଳେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ଏହାର ମୁକାବିଲା ଲାଗି ଜାରି ହୋଇଥିବା ଗାଇଡଲାଇନ୍ସ ପାଳନ କରିବାକୁ ସାଧାରଣରେ ଦାବି ହୋଇଛି। 

Also Read: ଗ୍ରାମ ଦେବତୀରୁ ଆରାଧ୍ଯ ଦେବୀ; ଜାଣନ୍ତୁ ମାଁ ବୁଢୀ ଠାକୁରାଣୀ ଯାତ୍ରାର ଇତିହାସ

 

ବାପ ଘରକୁ ବୁଲି ଆସିବେ ମା ବୁଢୀ ସାନ୍ତାଣି। ଏଥିଲାଗି ବେସ ଚଳଚଞ୍ଚଳ ହୋଇଉଠିଛି ଦେଶ ବେହେରା ସାହିଁ। ମାଁ ଙ୍କ ଆଗମନକୁ ଦୃଷ୍ଟିରେ ରଖି ଯୁଦ୍ଧ କାଳୀନ ଭିତ୍ତିରେ ଚାଲିଛି ଅସ୍ଥାୟୀ ମଣ୍ଡପ କାମ। ଶୁଭଖୁଣ୍ଟି ସ୍ଥାପନ ପର ଠାରୁ ମାଁଙ୍କ ଅସ୍ଥାୟୀ ମଣ୍ଡପ କାମ ଆରମ୍ଭ ହୋଇଥିବା ବେଳେ ପୋଣ୍ଡାଲ କାମ ବର୍ତ୍ତମାନ ସୁଦ୍ଧା ପ୍ରାୟ ସରିଆସିଲାଣି। ସେହିପରି ଛାମୁଟିଆ କାମ ମଧ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। 

ପରମ୍ପରା ଓ ରୀତି ନୀତି ମୁତାବକ ପ୍ରତ୍ୟେକ ଯାତ୍ରାଭଳି ଚଳିତ ବର୍ଷ ମଧ୍ୟ ନରେନ୍ଦ୍ରପୁର ଗ୍ରାମରୁ ଚାବୁକ କାଠ ଓ ବନ୍ଥପଲ୍ଲି ଗ୍ରାମ ନିକଟସ୍ଥ ବିକାଶପୁର ଗ୍ରାମରୁ ବାଉଁସ ଅଣାଯାଇ ଛାମୁଟିଆ ନିର୍ମାଣ କରାଯାଉଛି ନଡିଆ ଗଛ ବାହୁଙ୍ଗାରେ ଅସ୍ଥାୟୀ ମଣ୍ଡପ ସମ୍ମୁଖରେ ଛାମୁଟିଆ ନିର୍ମାଣ କରାଯିବାର ପରମ୍ପରା ରହି ଆସିଥିବା ବେଲେ ବଶାଂନୁକ୍ରମେ ନିର୍ଦ୍ଧିଷ୍ଟ ମହାରଣା ପରିବାର ମାଁ ଙ୍କ ଯାତ୍ରାର ଛାମୁଟିଆ ଏବଂ ପୋଣ୍ଡାଲ ସ୍ଥାପନ କରିଥାନ୍ତି। 

Also Read: ଦଣ୍ଡୁଆଙ୍କ ଦଣ୍ଡଠୁ ବଳିଯିବ କଳାକାରଙ୍କ କଷ୍ଟ!

 

ଆସନ୍ତା ୯ ତାରିଖ ଶୁକ୍ରବାର ଯାତ୍ରା ଅନୁଷ୍ଠିତ ହେବାକୁ  ଯାଉଥିବା ବେଳେ ମାଁ ଙ୍କ ମନଲାଖି ନାଲି ଶାଢୀ ଚୁଡି ନାଲି ଶଙ୍ଖା ମଧ୍ୟ ଯୋଗାଡ ହେଲାଣି। କୋଭିଡ୧୯ କଟକଣା ମଧ୍ୟରେ ମା ଙ୍କ ଯାତ୍ରା ସୁରୁଖୁରୁରେ ଅନୁଷ୍ଠିତ କରାଯିବା ନେଇ ଜଣାଇଛନ୍ତି ଯାତ୍ରା ପରିଚାଳକ। କୋରୋନା ମୁକାବିଲା ପାଇଁ ଜାରି ହୋଇଥିବା ପ୍ରଶାସନିକ କଟକଣାକୁ କାଗଜ କଲମରେ ସୀମିତ ନରଖି ପରମ୍ପରାକୁ ବଜାୟ ରଖିବା ସହ ଜନସମାଗମ ଉପରେ ରୋକ ଲଗାଇବା ଲାଗି କଠୋର ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି। 

Also Read: ଆରମ୍ଭ ହେଲା ପ୍ରସିଦ୍ଧ କାଲୁଆ ଯାତ୍ରା

 

ସେପଟେ ମାଁ ଙ୍କ ଆଗମନକୁ ନେଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନରେ ଉତ୍କଣ୍ଠା କହିଲେ ନସରେ। ରାଜ୍ୟ ତଥା ରାଜ୍ୟ ବାହାରେ ରହୁଥିବା ବନ୍ଧୁ ବାନ୍ଧବକୁ ନିମନ୍ତ୍ରଣ କରିବା ଲାଗି ସମସ୍ତେ ସଜବାଜ ହେଉଥିବା ବେଳେ ଝିଅ ବହୁ ମଧ୍ୟ ଘର ବାହୁଡା ହେବା ଲାଗି ସଜ ବାଜ ହେଲେଣି। ଚଳିତ ବର୍ଷ ଯାତ୍ରାରେ ବେଶ ଜନ ସମାଗମ ହେବାର ସମ୍ଭାବନା ଏବେ ଠାରୁ ଦେଖା ଦେଇଥିବା ବେଳେ କୋରୋନା ମହାମାରୀର ଦ୍ବିତୀୟ ଲହରୀ ସମସ୍ତଙ୍କ ଲାଗି ଚିନ୍ତାର କାରଣ ପାଲଟିଛି।