ସ୍ୱାମୀକୁ କଟୁରିରେ ହାଣିଦେଲା ସ୍ତ୍ରୀ
ଖୋଦ ସ୍ତ୍ରୀ ଓ ନିଜ ଭାଇ ମିଶି ସ୍ୱାମୀକୁ ହତ୍ୟା କରିଥିବା ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚା ର ବିଷୟ ପାଲଟିଛି ।
Trending Photos

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ପତିହନ୍ତା ସ୍ତ୍ରୀ । ନିଜ ହାତରେ ପୋଛିଦେଲା ମଥାର ସିନ୍ଦୁର । ପରିବାର ଲୋକଙ୍କ ସହ ମିଶି କଟୁରିରେ ଟିକ୍ ଟିକ୍ କରି ହାଣି ଅତି ବିଭତ୍ସ ଭାବେ ହତ୍ୟା କଲା ସ୍ୱାମୀକୁ । ଖୋଦ ସ୍ତ୍ରୀ ଓ ନିଜ ଭାଇ ମିଶି ସ୍ୱାମୀକୁ ହତ୍ୟା କରିଥିବା ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚା ର ବିଷୟ ପାଲଟିଛି । ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ପଟ୍ଟାଧାର ଗାଁରେ ଘଟିଛି ।
ସୂଚନା ମୁତାବକ, ପଟ୍ଟାଧାର ଗାଁର ଟୁଲୁ ପ୍ରଧାନ ସେହି ଗାଁର ବିବି ପ୍ରଧାନଙ୍କୁ କିଛି ବର୍ଷ ତଳେ ବିବାହ କରିଥିଲେ । ଟୁଲୁ ଭୂବନେଶ୍ଵରରେ ରହି ଅଟୋ ଚଳାଉଥିଲେ । ଗତ ଦୁଇ ଦିନ ତଳେ ଟୁଲୁ ନିଜ ଗାଁକୁ ଯାଇଥିବାବେଳେ କୌଣସି କାରଣ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଅ।ଉ ଏହି ଗଣ୍ଡଗୋଳ ଏତେ ଭୟଙ୍କର ହୋଇଥିଲା ଯେ ଶେଷରେ ସ୍ତ୍ରୀ ଓ ଶଳା ମିଶି ଟୁଲୁକୁ ହତ୍ୟା କରିଥିଲେ। ଏକ କାତିରେ ଟୁଲୁର ହାତକୁ କାଟିବା ସହ ଏକ ଅଖାରେ ବାନ୍ଧି ଫୋପାଡି ଦେବା ପାଇଁ ଉଦ୍ୟମ କରି ବିଫଳ ହୋଇଥିଲେ ହତ୍ୟାକାରୀ ମାନେ । ଶେଷରେ ହତ୍ୟାକାରୀ ସ୍ତ୍ରୀ ଓ ଶଳା ଜଗନ୍ନାଥପ୍ରସାଦ ଥାନାରେ ଆତ୍ମସମର୍ପଣ କରିଥିଲେ ।
ପୋଲିସ ସାଇଣ୍ଟିଫିକ ଦଳ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା କାତି ଓ ଖଣ୍ଡବିଖଣ୍ଡ ଶବକୁ ଜବତ କରି ତଦନ୍ତ କରୁଛି ।
More Stories