ଗଞ୍ଜାମ ସୁନାଥର ଗାଁରେ ଅଗ୍ନିକାଣ୍ଡ, ଜଳିଗଲା ୩୦ ବଖରା ଘର
topStories0hindi610666

ଗଞ୍ଜାମ ସୁନାଥର ଗାଁରେ ଅଗ୍ନିକାଣ୍ଡ, ଜଳିଗଲା ୩୦ ବଖରା ଘର

ଗଞ୍ଜାମ ପୁରୁଷତ୍ତୋମପୁର ଥାନା ଅନ୍ତର୍ଗତ ସୁନାଥର ଗାଁରେ ଭୟଭୟ ଅଗ୍ନିକାଣ୍ଡ। ଜଳିଗଲା ୩୦ ବଖରା ଘର । ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ପାଉଁଷ ହୋଇଯାଇଛି । ଦୁଇ ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି, ତାହା ସ୍ପଷ୍ଟ ହୋଇପାରିନାହିଁ । 

ଗଞ୍ଜାମ ସୁନାଥର ଗାଁରେ ଅଗ୍ନିକାଣ୍ଡ, ଜଳିଗଲା ୩୦ ବଖରା ଘର

ବ୍ରହ୍ମପୁର: ଗଞ୍ଜାମ ପୁରୁଷତ୍ତୋମପୁର ଥାନା ଅନ୍ତର୍ଗତ ସୁନାଥର ଗାଁରେ ଭୟଭୟ ଅଗ୍ନିକାଣ୍ଡ। ଜଳିଗଲା ୩୦ ବଖରା ଘର । ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ପାଉଁଷ ହୋଇଯାଇଛି । ଦୁଇ ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି, ତାହା ସ୍ପଷ୍ଟ ହୋଇପାରିନାହିଁ । 

ସୂଚନା ମୁତାବକ, ଆଜି ସକାଳୁ ସୁନାଥର ଗାଁ ନୂଆଁ ସାହିରେ ନିଆଁ ଲାଗିଥିଲା । ପ୍ରଥମେ ସାହିର ଗୋଟିଏ ଘରେ କୌଣସି କାରଣରୁ ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଥିଲା । ପରେ ଏହା ୩୦ରୁ ଉର୍ଦ୍ଧ୍ୱ ଘରକୁ ବ୍ୟାପି ଯାଇଥିଲା । ଅଧିକାଂଶ ଚାଳ ଛପର ଘର ହୋଇଥିବାକୁ ନିଆଁ ଅତିଶୀଘ୍ର ବ୍ୟାପି ଯାଇଥିଲା । କ୍ଷଣିକ ମଧ୍ୟରେ ପୋଡି ପାଉଁଷ ହୋଇଯାଇଛି ଲକ୍ଷ ଲକ୍ଷ ଟଙ୍କାର ଧନ ସମ୍ପତ୍ତି । ଅଗ୍ନଶମ ବିଭାଗର ଦୁଇଟି ଗାଡି ନିଆଁକୁ ଆୟତ୍ତ  କରିଛନ୍ତି । 

ତେବେ ଏହି ଅଗ୍ନିକାଣ୍ଡ ପରେ ବହୁ ପରିବାର ବାସହରା ହୋଇପଡିଛନ୍ତି । କେତେ ଟଙ୍କାର ସମ୍ପତ୍ତି କ୍ଷତି ହୋଇଛି, ତାହା ସ୍ପଷ୍ଟ ହୋଇପାରିନାହିଁ । 

ଆହୁରି ପଢନ୍ତୁ; ଦୁର୍ନିତୀର ନୂଆ ତରିକା

Trending news