• ବିହାର ନିର୍ବାଚନ: ଆଜି ପ୍ରଥମ ପର୍ଯ୍ୟାୟ ମତଦାନ
  • ବିହାର ନିର୍ବାଚନ: ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ
  • ସରିଲା ଦୁର୍ଗାପୂଜା, କୋରୋନା କଟକଣା ମଧ୍ୟରେ ଭସାଣୀ ଶେଷ
  • IPL 2020: ଆଜି ମୁମ୍ବାଇ ଓ ବାଙ୍ଗାଲୋର ମୁହାଁମୁହିଁ
  • ଆସନ୍ତା ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ,
  • କୋରୋନା କଟକଣା ମଧ୍ୟରେ ଖୋଲିବ ଶିମିଳିପାଳ
  • ପିଠାପଟା ପଟରୁ ୨୫ଟି ଓ ଯଶିପୁର କାଳିଆପାଣି ପଟୁ ୩୫ଟି ଗାଡ଼ି ପ୍ରବେଶ କରିପାରିବ
  • ଗୁଡ଼ଗୁଡ଼ିଆ, ରାମତୀର୍ଥ, ବରେହିପାଣି ଓ ଜାମୁଆଣିରେ ରାତ୍ରିଯାପନ ସୁବିଧା
  • ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠାରୁ ଡିଜିଟାଲ ରାଲି କରିବେ

ସୁରତ ମୁହାଁ ପ୍ରବାସୀ, ବାଟଖର୍ଚ୍ଚ ଯୋଗାଇ ଦେଉଛନ୍ତି ସୂତାକଳର ମାଲିକ

କୋରୋନାର କୋପ ସାମାନ୍ୟ କମିବା ପରେ ଭିଟାମାଟି ଛାଡି ପୁଣିଥରେ କର୍ମକ୍ଷେତ୍ର ମୁହାଁ ପ୍ରବାସୀ ଶ୍ରମିକ । ଦୀର୍ଘ ୬ମାସ ଧରି କାମ ଧନ୍ଦା ନ ପାଇ ଘରେ ହାତ ବାନ୍ଧି ବସିବା ପରେ ନିରାଶ ହୋଇ ବାଧ୍ୟବାଧକତା ମଧ୍ୟରେ ପୁଣିଥରେ ସୁରତ ଯିବାକୁ ଘରୁ ଗୋଡ କାଢିଛନ୍ତି ଲକ୍ଷାଧିକ ଶ୍ରମିକ । ଯାହାର ଫାଇଦା ନେବା ଆରମ୍ଭ କରି ଦେଇଛନ୍ତି ସୁରତର କମ୍ପାନୀ ମାଲିକମାନେ ।

ସୁରତ ମୁହାଁ ପ୍ରବାସୀ, ବାଟଖର୍ଚ୍ଚ ଯୋଗାଇ ଦେଉଛନ୍ତି ସୂତାକଳର ମାଲିକ

ବ୍ରହ୍ମପୁର: କୋରୋନାର କୋପ ସାମାନ୍ୟ କମିବା ପରେ ଭିଟାମାଟି ଛାଡି ପୁଣିଥରେ କର୍ମକ୍ଷେତ୍ର ମୁହାଁ ପ୍ରବାସୀ ଶ୍ରମିକ । ଦୀର୍ଘ ୬ମାସ ଧରି କାମ ଧନ୍ଦା ନ ପାଇ ଘରେ ହାତ ବାନ୍ଧି ବସିବା ପରେ ନିରାଶ ହୋଇ ବାଧ୍ୟବାଧକତା ମଧ୍ୟରେ ପୁଣିଥରେ ସୁରତ ଯିବାକୁ ଘରୁ ଗୋଡ କାଢିଛନ୍ତି ଲକ୍ଷାଧିକ ଶ୍ରମିକ । ଯାହାର ଫାଇଦା ନେବା ଆରମ୍ଭ କରି ଦେଇଛନ୍ତି ସୁରତର କମ୍ପାନୀ ମାଲିକମାନେ । 

ଶ୍ରମିକଙ୍କ ଦୁର୍ବଳତାକୁ ନଜରେ ରଖି ଆସନ୍ତା ୩୦ ପର୍ଯ୍ୟନ୍ତ ସମସ୍ତ ଟିକଟ୍ ବିଭିନ୍ନ ଷ୍ଟେସନ ଜରିଆରେ ବୁକ୍ କରାଯାଇ ଶ୍ରମିକଙ୍କୁ ଡାକରା ଯାଉଥିବାର ସୁରାକ ଲାଗିଛି ଜୀ ଓଡିଶା ହାତରେ । ଶ୍ରମିକଙ୍କ ସମସ୍ୟାକୁ ଢାଲ କରି ବିଜେପି ବିଜେଡିକୁ ଦାୟୀ କରିବା ସହ ସ୍ୱତନ୍ତ୍ର ଟ୍ରେନକୁ ନେଇ କେନ୍ଦ୍ରର ଅବଦାନ ନାରାରେ ବାହାବାହା ନେବା ଆରମ୍ଭ କରି ଦେଇଥିବା ବେଳେ ବିଜେଡି କିନ୍ତୁ ଏହାକୁ ନା ପସନ୍ଦ କରିଛି। 

ଓଡିଆ ଶ୍ରମିକଙ୍କ ବିନା ଯେମିତି ଅଧୁରା ସୁରତ । ବିନା ଓଡିଆ ଶ୍ରମିକରେ ଚାଲି ପାରୁନି ସୁରତର ସୁତାକଳ।  କାରିଗର ବିନା କଳ କାରଖାନାକୁ ଚଳାଇବାରେ ବିଫଳ ମାଲିକ। କୋରୋନା ସମୟରେ ମୁହଁ ଫେରାଇ ଘର ବାହୁଡା ହୋଇଥିବା ଓଡିଆ ଶ୍ରମିକଙ୍କୁ ମନାଇବା ଲାଗି ସୁରତର ମାଲିକଙ୍କ ମଧ୍ୟରେ ଆରମ୍ଭ ହୋଇଗଲାଣି କସରତ। ଯେନତେନ ପ୍ରକାରେ ଶ୍ରମିକଙ୍କୁ କର୍ମ ନିଯୁକ୍ତି ସହ ସମସ୍ତ ସୁବିଧା ଯୋଗାଇ ଦେବାର ପ୍ରଲୋଭନ ଦେଖାଇ ଟ୍ରେନ ଟିକଟ ବୁକ୍ କରି ସେଠଙ୍କ ଡାକରା ପଡିଥିବା ବେଳେ ପରିବାର ଲୋକଙ୍କ ଭୋକ ବିକଳ ସହି ନ ପାରି ପୁଣିଥରେ ସୁରତ ମୁହାଁ ହେବା ଆରମ୍ଭ କରି ଦେଲେଣି ଗଞ୍ଜାମର ଶ୍ରମିକ। 

ଲକ୍ଷ ଲକ୍ଷ ଶ୍ରମିକ ସୁରଥ ଜିବା ଲାଗି ଘରୁ ଗୋଡ କାଢି ବସିଥିବା ବେଳେ ଆସନ୍ତା ମାସ ୩୦ ତାରିଖ ପର୍ଯ୍ୟନ୍ତ ବୁକିଂ ସରିଥିବା ଜଣାପଡିଛି। ନିଜନିଜ ଶ୍ରମିକଙ୍କୁ ନେବା ଲାଗି ସୁରତର ମାଲିକମାନେ ସମସ୍ତ ଟିକଟ ବୁକ୍ କରିନେଇଥିବା ଖବର ସଂଗ୍ରହ ବେଳେ ପ୍ରମାଣ ମିଳିଛି । ସେପଟେ ସୁରତର ସୁତାକଳ ମାଲିକମାନେ ଅସଲ କଥା ବଖାଣିଛନ୍ତି। ଯଦି ଏଠି କାମ ମିଳନ୍ତା କାହିଁକି ଆମେ ସୁରତ ଯିବୁ ବୋଲି ପ୍ରଶ୍ନ ଉଠାଇଛନ୍ତି ଦାଦନ ଶ୍ରମିକ।

କୋରୋନା କୋପକୁ ଦୃଷ୍ଟିରେ ରଖି ଦୀର୍ଘ ୬ମାସ ଧରି ଗଞ୍ଜାମରେ ଟ୍ରେନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ଯାହାଫଳରେ ଦାଦନ ବସ ମାଧ୍ୟମରେ ସୁରତ ଯାତ୍ରା କରି ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ. ଏହି ଘଟଣା ପରେ ରାଜ୍ୟ ସରକାରଙ୍କ ଚେତା ପଶିଥିଲା. ଗୁଜୁରାଟର ସୁରତକୁ ଟ୍ରେନ ଚଳାଚଳ ପାଇଁ କେନ୍ଦ୍ରକୁ ଚିଠି ଲେଖାଯିବା ପରେ ବ୍ରହ୍ମପୁର ଷ୍ଟେସନରୁ ସ୍ୱତନ୍ତ୍ର ଗୁଜୁରାଟ ଯିବା ପାଇଁ ୩ଟି ଟ୍ରେନକୁ ଅନୁମତି ମିଳିଥିଲା । ଯାହା କି ସମୁଦ୍ରକୁ ଶଂଖେ ଭଳି। 

ଏଭଳି ପରିସ୍ଥିତିରେ ଶ୍ରମିକଙ୍କ ସମସ୍ୟାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଘେରିଥିବା ବେଳେ ଶ୍ରମିକଙ୍କ ଟ୍ରେନକୁ ନେଇ ନିଜର ସଫଳତା ଗୁଣଗାନ କରି ସହର ସାରା ପୋଷ୍ଟର ମାରି ବାହା ବାହା ନେଉଥିବା ଦେଖିବାକୁ ମିଳିଛି । ଯାହାକୁ ନିନ୍ଦା କରିଛି ବିଜେଡି । ଶ୍ରମିକଙ୍କ ସମସ୍ୟାର ସମାଧାନ କରିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରହିଥିବା ବେଳେ ଅତିଶୀଘ୍ର ଅଧିକ ଟ୍ରେନ ଯୋଗାଇ ଦେବା ଲାଗି କେନ୍ଦ୍ରକୁ ଅବଗତ କରିବେ ବୋଲି ବ୍ରହ୍ମପୁର ସାଂସଦ କହିଛନ୍ତି ।