ବିଭିନ୍ନ ଦାବିକୁ ନେଇ ମେଳି ବାନ୍ଧିଲା ଓଡ଼ିଶା ମିଳର ମାଲିକ ମହାସଂଘ
Advertisement
Article Detail0/zeeodisha/odisha603546

ବିଭିନ୍ନ ଦାବିକୁ ନେଇ ମେଳି ବାନ୍ଧିଲା ଓଡ଼ିଶା ମିଳର ମାଲିକ ମହାସଂଘ

ଗଞ୍ଜାମର ତାମ୍ପରା ଠାରେ ଓଡିଶାର ବିଭିନ୍ନ ଜିଲ୍ଲାର ମିଲର ମାଲିକମାନେ ଏକତ୍ରୀତ ହୋଇ ବର୍ଷ ବର୍ଷ ଧରି ଲାଗି ରହିଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ବିଗତ ବର୍ଷଗୁଡିକରେ ଧାନକିଣା ବେଳେ ମିଲରମାନେ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ କାମ କରି ଆସୁଥିଲେ । 

ଫାଇଲ ଫଟୋ

ବ୍ରହ୍ମପୁର: ଚଳିତ ବର୍ଷ ଖରିଫ ଋତୁରେ ଧାନ ସଂଗ୍ରହ ନିମନ୍ତେ ଯୋଗାଣ ବିଭାଗ ପକ୍ଷରୁ ନିଆଯାଇଥିବା ନିଷ୍ପତିକୁ ବିରୋଧ କରି ମେଳି ବାନ୍ଧିଛି ଓଡିଶା ମିଳର ମାଲିକ ମହାସଂଘ । ଦୀର୍ଘ ବର୍ଷ ଧରି ପଡି ରହିଥିବା ବକେୟା ଟଙ୍କା ଫେରସ୍ତ ଦାବିସହ ସହ କାର୍ଯ୍ୟର ନିୟମାବଳି ଆଗୁଆ ପ୍ରଦାନ କରିବା ଲାଗି ସଂଘ ଦାବି କରିଛି । ଏହାର ସରକାର କୌଣସି ସମାଧାନ ନକଲେ ଚଳିତ ବର୍ଷ ଯୋଗାଣ ବିଭାଗକୁ ଧାନ ସଂଗ୍ରହରେ ଅସହଯୋଗ କରିବା ଲାଗି ସଂଘ ନିଷ୍ପତି ନେଇଛି ।

ଗଞ୍ଜାମର ତାମ୍ପରା ଠାରେ ଓଡିଶାର ବିଭିନ୍ନ ଜିଲ୍ଲାର ମିଲର ମାଲିକମାନେ ଏକତ୍ରୀତ ହୋଇ ବର୍ଷ ବର୍ଷ ଧରି ଲାଗି ରହିଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ବିଗତ ବର୍ଷଗୁଡିକରେ ଧାନକିଣା ବେଳେ ମିଲରମାନେ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ କାମ କରି ଆସୁଥିଲେ । ହେଲେ ବର୍ଷ ବର୍ଷ ଧରି ବକେୟା ଟଙ୍କା ମିଳିପାରୁ ନାହିଁ । ଏପରିକି ଗତବର୍ଷ ଧାନ କିଣାର ୨୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବକେୟା ପଡି ରହିଥିବା ବେଳେ ତୁରନ୍ତ ଟଙ୍କା ମିଲରଙ୍କୁ ପ୍ରଦାନ କରିବା ଲାଗି ସଂଘ ଦାବି କରିଛି ।

ଧାନ ସଂଗ୍ରହରେ ନିଆଯାଇଥିବା ନିୟମାବଳୀକୁ ପରିବର୍ତ୍ତନ କରିବା ସହ ପଞ୍ଜୀକରଣ ପୂର୍ବରୁ ମିଲରଙ୍କୁ ନିୟମ ସମ୍ପର୍କରେ ଅବଗତ କରାଇବା ଲାଗି ଦାବି କରିଛି ସଂଘ । ଏପରିକି ପଞ୍ଜୀକରଣ ସମୟରେ ମଗା ଯାଉଥିବା ସିକ୍ୟୁରିଟ ଟଙ୍କା ଆବଶ୍ୟକରୁ ଅଧିକ ହେଉଥିବା ବେଳେ ଅନେକ ମିଲ ମାଲିକ ମିଲ ବନ୍ଦକରିବାକୁ ବସିଲେଣି । ଏଭଳି ସ୍ଥିତିରେ କୌଣସି ବିଚାର କରା ନଗଲେ ଚଳିତ ବର୍ଷ ଧାନ ସଂଗ୍ରହ ସମୟରେ ମିଲର ମାଲିକମାନେ ଅସହଯୋଗ କରିବାଲାଗି ପଣ କରିଛନ୍ତି ।

ଗଞ୍ଜାମର ୧ ଲକ୍ଷ ୩୪ ହଜାର ୪ ଶହ ୯୬ ଜଣ ଚାଷୀଙ୍କ ଠାରୁ ଚଳିତ ବର୍ଷ ୨୫ ଲକ୍ଷ ୯୪ ହଜାର କୁଇଁଣ୍ଟାଲ ଧାନ ସଂଗ୍ରହ କରିବା ଲାଗି ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଚଳିତ ବର୍ଷ ୩୯୦ଟି ମଣ୍ଡି ଖୋଲିବାର ନିଷ୍ପତି ନିଆଯାଇଥିବା ବେଳେ ପ୍ରଥମ ଥର ଲାଗି ୫୩ଟି ଏସଏଜି ଗ୍ରୁପ ଚାଷୀଙ୍କ ଠାରୁ ମଣ୍ଡି ମାଧ୍ୟମରେ ଧାନ ସଂଗ୍ରହରେ ସହଯୋଗ କରିବେ । ଜିଲ୍ଲାରେ ୩ ଶହ ୭୫ ଜଣ ପଞ୍ଜିକୃତ ମିଲର ରହିଥିବା ବେଳେ ମିଲର ମାଲିକମାନେ ଯଦି ଆନ୍ଦୋଳନକୁ ଓହ୍ଲାନ୍ତି, ତେବେ ଏହାର ଫାଇଦା ନେଇପାରନ୍ତି ଦଲାଲ ଓ ପଡ଼ୋଶୀ ଆନ୍ଧ୍ରର ମୁନାଫାଖୋର ବ୍ୟବସାୟୀ । ଯାହା ଫଳରେ ଚାଷୀ ଅଧିକରୁ ଅଧିକ କ୍ଷତି ସହିବାର ସମ୍ଭାବନା ରହିଛି । ସେପଟେ କିଛି ମାତ୍ରାରେ ତ୍ରୁଟି ଥିବା ବେଲେ ତୁରନ୍ତ ସମସ୍ୟାର ସମାଧାନ କରିବା ଲାଗି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।