ଭୁବନେଶ୍ୱର: ସପ୍ତମ ଶ୍ରେଣୀ ଛାତ୍ରୀକୁ ପ୍ରେମ ଜାଲରେ ଫସାଇଲା । ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ବି ରଖିଲା । ଆଉ ପୀଡିତା ଗର୍ଭବତୀ ହେବା ଜାଣି ଧରାଛୁଆଁ ଦେଇନଥିଲା ଯୌନ ପିପାଶୁ । ପରିବାର ଲୋକଙ୍କ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗଞ୍ଜାମ ଗଙ୍ଗପୁରରେ ଘଟିଥିବା ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚହଳ ପକାଇ ଦେଇଛି ।
କୋମଳମତି ବୟସରେ ଗର୍ଭବତୀ । ଯେଉଁ ବୟସରେ ମା'ର ପଣତିକାନି ତଳେ ରହି ସାଙ୍ଗମାନଙ୍କ ସହ ହସଖୁସିରେ ପାଠ ପଢିବା କଥା, ସେହି ବୟସରେ ପେଟରେ ପାପ । ଜୀବନକୁ ବୁଝିବା ପୂର୍ବରୁ ତାକୁ ଦୁର୍ବିଶୟ ଜୀବନ ବିତାଇବାକୁ ପଡୁଛି । କାହିଁକି ନା ତାକୁ ପ୍ରେମ ଜାଲରେ ଫସାଇ ତା ସହ ଶାରୀରିକ ସମ୍ପର୍କ ରଖିଛି ଯୌନ ପିପାଷୁ । ଅଭିଯୁକ୍ତ ମଙ୍ଗୁଳୁ ନାୟକକୁ ଗିରଫ କରିଛି ପୋଲିସ । ଘଟଣାର ତଦନ୍ତ ଆରମ୍ଭ ହୋଇଛି ।
ପୁରା ଘଟଣା ଥିଲା ଏମିତି । ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇ ଶାରୀରିକ ସମ୍ପର୍କ ରଖିଥିଲେ ଅଭିଯୁକ୍ତ ମଙ୍ଗୁଳୁ ନାୟକ । ବିବାହର ପ୍ରତିଶୃତି ବି ଦେଇଥିଲେ । ଆଉ ପରେ ଫେରାର ହୋଇଯାଇଥିଲେ । ଏବେ ପୀଡିତା ୮ ମାସର ଗର୍ଭବତୀ ଥିବା ଜଣାପଡିଛି । ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଘଟଣାର ତଦନ୍ତ ଚାଲିଛି ।