• ଓଡ଼ିଆ ଅଫିସର୍ ଚଣ୍ଡିପ୍ରସାଦ ମହାନ୍ତି ହେବେ ଭାରତୀୟ ସେନାର ଉପମୁଖ୍ୟ
  • ବାଣୀବିହାରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଭିସିଙ୍କ କାର୍ଯ୍ୟାଳୟ ଘେରିଲେ ଅସନ୍ତୋଷ ଛାତ୍ର । ପୋଲିସରେ ଅଭିଯୋଗ କଲେ ଭିସି ।
  • ଗୁଜୁରାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୧୫ ମୃତ ।
  • ଚାଷୀଙ୍କ ଟ୍ରାକ୍ଟର ପରେଡ୍ ନେଇ ଆସନ୍ତା ବୁଧବାର ଶୁଣାଣି କରିବେ ସୁପ୍ରିମକୋର୍ଟ ।
  • ନିଜ ଜିଦରେ ଅଟଳ ଆନ୍ଦୋଳନ ରତ ।
  • ବ୍ରିସବେନ ଟେଷ୍ଟରେ ଭାରତକୁ ୩୨୮ ରନର ବିଜୟ ଲକ୍ଷ୍ୟ
  • ୨-୧ ବ୍ୟବଧାନରେ ସିରିଜ ଜିତିଲା ଟିମ ଇଣ୍ଡିଆ

ପୁଣି ଲଜ୍ୟା; ଆଳୁ ଦେବା ବାହାନାରେ ନାବାଳିକାଙ୍କୁ ବଳାତ୍କାର

୧୧ ବର୍ଷୀୟ ନାବାଳିକାଙ୍କୁ ଏକ ଦୋକାନୀ ଆଳୁ ଦେବା ବାହାନାରେ ଅତି ନିର୍ଦୟ ଭାବେ ଅପକର୍ମ କରିଥିବା ଅଭିଯୋଗ ହୋଇଛି ।

ପୁଣି ଲଜ୍ୟା; ଆଳୁ ଦେବା ବାହାନାରେ ନାବାଳିକାଙ୍କୁ ବଳାତ୍କାର
source: social media

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ପୁଣି ଏକ ଲଜ୍ୟାଜନକ ଖବର ପଦାକୁ ଆସିଛି । କବିସୂର୍ଯ୍ୟନଗରରେ ଜଣେ ନାବାଳିକାଙ୍କୁ ଅପହରଣ ପରେ ବଳତ୍କାର ଘଟଣା ସାରା ରାଜ୍ୟର ବିଷୟ ପାଲଟି ଥିବା ବେଳେ ପୁଣି ଏହି ଜିଲ୍ଲାର ହିଁଜିଲି ଥାନା ଏବେ ଚର୍ଚ୍ଚାର ପରିସରକୁ ଆସିଯାଇଛି । ଏହି ଥାନା ନିକଟସ୍ଥ ଏକ ଗ୍ରାମରେ ଜଣେ ୧୧ ବର୍ଷୀୟ ନାବାଳିକାଙ୍କୁ ଏକ ଦୋକାନୀ ଆଳୁ ଦେବା ବାହାନାରେ ଅତି ନିର୍ଦୟ ଭାବେ ଅପକର୍ମ କରିଥିବା ଅଭିଯୋଗ ହୋଇଛି ।

ସୂଚନା ମୁତାବକ, ଘଟଣାଟି  ଶନିବାର  ଅର୍ଥାତ ୧୬ ତାରିଖ ଦିନ ଘଟିଥିବା ବେଳେ ଉକ୍ତ ନାବାଳିକାଙ୍କ ପରିବାର ଉପରେ ଚାପ ପକାଯାଇ ଘଟଣାକୁ ଚପାଇବା ପାଇଁ ଉଦ୍ୟମ ହୋଇଥିଲା । କୌଣସି ସୂତ୍ରରୁ ଚାଇଲଡ ଲାଇନକୁ ଖବର ପହଁଚିବା ପରେ ଘଟଣା ପ୍ରଘଟ ହୋଇଥିଲା । ତେବେ ପରିବାର ଲୋକେ ଥାନାରେ ଅଭିଯୋଗ କରିବାକୁ ଭୟ କରୁଥିଲେ । ଚାଇଲଡ ଲାଇନର ହସ୍ତକ୍ଷେପ ପରେ ହିଁଜିଲି ଥାନାରେ ନାବଳିକାର ଗୋସାଇଁ ମା ଅଭିଯୋଗ କରିଥିବା ସୂଚନା ମିଳିଛି ।