କୋରୋନା କଟକଣା ନିୟମ ଭାଙ୍ଗିଲେ ବିଧାୟକ; ଜୋରିମାନ ଆଦାୟ କରି ଚୁପ୍ ପ୍ରଶାସନ
Advertisement

କୋରୋନା କଟକଣା ନିୟମ ଭାଙ୍ଗିଲେ ବିଧାୟକ; ଜୋରିମାନ ଆଦାୟ କରି ଚୁପ୍ ପ୍ରଶାସନ

କୋରୋନା କଟକଣାକୁ ଅଣଦେଖା କରି ଅଡୁଆରେ ସୋରଡା ବିଧାୟକ।

କୋରୋନା କଟକଣା ନିୟମ ଭାଙ୍ଗିଲେ ବିଧାୟକ; ଜୋରିମାନ ଆଦାୟ କରି ଚୁପ୍ ପ୍ରଶାସନ

ବ୍ରହ୍ମପୁର: କୋଭିଡ ନିୟମର ଖୋଲା ଉଲଂଘନ କରି ଏବେ ଅଡୁଆରେ ସୋରଡା ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ। ଗତକାଲି ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ଢାଲ କରି ବିଧାୟକ ନିଜ ବାପାଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବରେ ଭଜନ ସମାରୋହ ସାଙ୍ଗକୁ ହଜାର ହଜାର ଲୋକଙ୍କୁ ମେଳି କରି କୋରନା ନିୟମକୁ ଜଳାଞ୍ଜଳି ଦେଇ ଭୋଜି ଭାତର ଆସର ଜମାଇଥିବା ଦେଖିବାକୁ ମିଳିଥିଲା। 

ବିଧାୟକ ନିଜ କ୍ଷମତାର ଅପବ୍ୟବହାର କରି ଏଭଳି ଆୟୋଜନ କରିଥିବା ବେଳେ ସବୁ ଜାଣି ଶୁଣି ଯେମିତି ପ୍ରଶାସନ ଓ ପୋଲିସ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି। ଶାସକ ଦଳର ଜଣେ ବିଧାୟକ ସଚେତନତା ସୃଷ୍ଟି କରିବା ବଦଳରେ ସରକାରଙ୍କ ନିଷ୍ପତ୍ତିକୁ ଉଲଂଘନ କରିବା ସହ ସୋରଡା ବିଧାୟକ (Surada MLA) ପୂର୍ଣ୍ଣ ସ୍ବାଇଁଙ୍କ (Purna Chandra Swain) ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଥାନାରେ ଫେରାଦ ହୋଇଛି ବିଜେପି। 

କୋରୋନା କଟକଣାକୁ (Corona Restriction) ଅଣଦେଖା କରି ଅଡୁଆରେ ସୋରଡା ବିଧାୟକ। ରକ୍ତଦାନ ଶିବିରକୁ ଢାଲ କରି ଆୟୋଜନ କରିଥିଲେ ବାପାଙ୍କ ଶ୍ରାଦ୍ଧବାର୍ଷିକ କାର୍ଯ୍ୟକ୍ରମ। ଭଜନ ସମାରୋହ ସାଙ୍ଗକୁ ପ୍ରସାଦ ସେବନ ଆଳରେ ଜମିଥିଲା ହଜାର ହଜାର ଲୋକଙ୍କୁ ନେଇ ଭୋଜି ଭାତର ଆସର। ଏନେଇ ଅଭିଯୋଗ ହେବା ପରେ ମଧ୍ୟ ସବୁ ଜାଣି ଶୁଣି ଆଖିରେ ଅନ୍ଧପୁଟଳି ବାନ୍ଧିଦେଲା ପୋଲିସ ପ୍ରଶାସନ। ଗଞ୍ଜାମ ଜିଲ୍ଲା ସୋରଡା ନିର୍ବାଚନମଣ୍ଡଳୀ ଅମୃତୁଲ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। 

Also Read: ପ୍ରଦୀପଙ୍କ ପରେ ଟାର୍ଗେଟରେ ପୂର୍ଣ୍ଣ; ଅଭିଯୋଗକୁ ମାନିଲେ ଦଳୀୟ ନେତା

ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ବାପାଙ୍କ ଶ୍ରାଦ୍ଧବାର୍ଷିକ କାର୍ଯ୍ଯକ୍ରମରେ କୋଭିଡ ନିୟମର ଧଜିଆ ଉଡାଯାଇଥିବା ବେଳେ ଆସିକା ସାଂସଦ ପ୍ରମିଳା ବିଷୋୟୀଙ୍କ ସହ ଦଳର ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିକୁ ଏବେ ଚର୍ଚ୍ଚା ଜୋର ଧରିଛି। ଭୋଜିରେ ସାମାଜିକ ବ୍ଯବଧାନ ତ ଦୂରର କଥା ଅନେକଙ୍କ ମୁହଁରେ ଦେଖିବାକୁ ମିଳିନଥିଲା ମାସ୍କ। ସମ୍ପୂର୍ଣ୍ଣ କ୍ଷମତାର ଅପବ୍ଯବହାର କରି ହଜାର ହଜାର ଲୋକଙ୍କୁ ମେଳି କରି ଭୋଜିର ଆୟୋଜନକୁ ସାଧାରଣରେ ଘୋର ନିନ୍ଦା କରାଯାଇଥିବା ବେଳେ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଥାନାର ଦ୍ବାରସ୍ଥ ହୋଇଛି ବିଜେପି। ସେପଟେ ଗଞ୍ଜାମ ଜିଲ୍ଲାପାଳଙ୍କୁ ବାରମ୍ବାର ଅଭିଯୋଗ କରାଜିବା ସତ୍ତ୍ୱେ ପ୍ରଶାସନର ଏଭଳି ଅଣଦେଖାକୁ ଘୋର ନିନ୍ଦା କରିଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ ସଂଗ୍ରାମ ମହାନ୍ତି।

କୋରୋନା ସଂକ୍ରମଣ ହଟ ସ୍ପଟ (Corona Hotspot) ତାଲିକାରେ ରାଜ୍ୟରେ ସର୍ବଦା ଶୀର୍ଷରେ ରହି ଆସୁଛି ଗଞ୍ଜାମ ଜିଲ୍ଲା। ଯାହାକୁ ନେଇ ସରକାର ବେଷ ଚିନ୍ତା ପ୍ରକଟ କରିଥିବା ବେଳେ ଏବେ ଦ୍ବୀତିୟ ଲହରୀରୁ ଜିଲ୍ଲାବାସୀଙ୍କୁ ସାମାନ୍ୟ ଅସୁସ୍ଥ ମିଳିଛି। ଏଭଳି ପରିସ୍ଥିତିରେ ଜଣେ ଶାସକ ଦଳର ବିଧାୟକ ସରକାରଙ୍କ ନିଷ୍ପତ୍ତିକୁ ଖୋଲାଖୋଲି ଚ୍ଯାଲେଞ୍ଜ କରିଥିବା ଦେଖିବାକୁ ମିଳିଛି। ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଏନେଇ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିନଥିବା ବେଳେ ଦଳୀୟ ନେତା ନିଜ ଦୋଷ ଲୁଚାଇବାକୁ ଯାଇ ଜନସାଧାରଣଙ୍କୁ ଦାୟୀ କରିଛନ୍ତି। ବିଧାୟକଙ୍କ ଏଭଳି କାର୍ଯ୍ୟକଳାପ ସାମାଜିକ ଗଣମାଧ୍ୟମରେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପ୍ରଶାସନ ୧୫ ହଜାର ଟଙ୍କା ଫାଇନ ଆଦାୟ  କରି ଚୁପ ବସିଥିବା ଜଣାପଡିଛି।