• ଆସନ୍ତାକାଲିଠୁ ଦେଶବ୍ୟାପୀ କୋରୋନା ଟିକାକରଣ
  • ଶେଷ ପର୍ଯ୍ୟାୟରେ ରାଜ୍ୟରେ ଟିକାକରଣ ପ୍ରସ୍ତୁତି
  • ଶନିବାର ସାଢେ ୧୦ଟାରେ କରୋନା ଟିକାକରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
  • ପ୍ରଥମ ଦିନରେ ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା
  • କଳାହାଣ୍ଡିରେ ୧୦୬୪ କୋଟିରୁ ଅଧିକ ଟଙ୍କାର ୫୪ଟି ପ୍ରକଳ୍ପର ଲୋକାର୍ପଣ
  • ୧୦୬ଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
  • ଏଥର ବର୍ଷ ଗଣତନ୍ତ୍ର ଦିବସରେ ରହିବେନି ବିଦେଶୀ ଅତିଥି
  • କୋଭିଡ କଟକଣା ଯୋଗୁୁଁ ରାଷ୍ଟ୍ର ମୁଖ୍ୟକୁ ନଡାକିବାକୁ ବିଦେଶ ମନ୍ତ୍ରାଳୟର ନିଷ୍ପତ୍ତି ।
  • କୃଷକ ଆନ୍ଦୋଳନ: ସୁପ୍ରିମକୋର୍ଟଙ୍କ ଗଠିତ ୪ ଜଣିଆ କମିଟିରୁ ଓହରିଗଲେ ଭୂପିନ୍ଦର ସିଂ ମାନ
  • ଲେଉଟିବ ଶୀତ! ଆସନ୍ତା ଦୁଇ ଦିନ ୭ ଜିଲ୍ଲାକୁ ଘନ କୁହୁଡି ସମ୍ଭାବନା

ବିଚ ରାସ୍ତାରେ ଗୋଷ୍ଠୀ ସଂଘର୍ଷ ; ୨ ଗୁରୁତର

ଆଜି ବିଚ ରାସ୍ତାରେ ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ  ରକ୍ତାକ୍ତ ସଂଘର୍ଷ ଘଟିଛି । ସଂଘର୍ଷରେ ଉଭୟ ଗୋଷ୍ଠୀର ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।

ବିଚ ରାସ୍ତାରେ ଗୋଷ୍ଠୀ ସଂଘର୍ଷ ; ୨ ଗୁରୁତର

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଆଜି ବିଚ ରାସ୍ତାରେ ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ  ରକ୍ତାକ୍ତ ସଂଘର୍ଷ ଘଟିଛି । ସଂଘର୍ଷରେ ଉଭୟ ଗୋଷ୍ଠୀର ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।
ସୂଚନା ମୁତାବକ, ଆଜି ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ବ୍ରହ୍ମପୁର ଗସ୍ତ କାର୍ଯ୍ୟକ୍ରମ ଯୋଗୁଁ ସୁରକ୍ଷାକୁ ନେଇ ପୋଲିସ ପ୍ରଶାସନ ବ୍ୟସ୍ତ ଥିବାବେଳେ ଏହି ଘଟଣା ଘଟିଥିଲା। ଫଳରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚିବାରେ କିଛିଟା ବିଳମ୍ବ ଘଟିଥିଲା । ଆଜି ମଧ୍ୟାହ୍ନରେ ସ୍ଥାନୀୟ ଟାଟାବେଂଜ଼ ଛକରେ ଥିବା ଦେଶୀ ମଦ ଦୋକାନ ନିକଟରେ ଏହି ସଂଘର୍ଷ ଘଟିଛି । ଏଥିରେ ଉଭୟ ଗୋଷ୍ଠୀର ବଳରାମ ଦାସ ଓରଫ ରକି ଓ ଦୀପକ ମହାପାତ୍ର ଗୁରୁତର ଭାବେ ଆହତ ହୋଇଛନ୍ତି । ଉଭୟଙ୍କୁ ବୈଦ୍ୟନାଥପୁର ଥାନା ପୋଲିସ ଉଦ୍ଧାର କରି ଚିକିତ୍ସା ପାଇଁ ଏମ୍ କେ ସି ଜି ମେଡିକାଲରେ ଭର୍ତ୍ତି କରିଛି। ତେବେ ଏହି ସଂଘର୍ଷ ବେଳେ ଛଡ଼ାଇବାକୁ ଯାଇ କିଛି ସ୍ଥାନୀୟ ଜନସାଧାରଣ ମଧ୍ୟ ଆହତ ହୋଇଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।

Tags: