ରାଧାଶ୍ୟାମ ଆଚାର୍ଯ୍ୟ, ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ନାଇକାଣୀପଲ୍ଲୀ ଗ୍ରାମରେ ଅଘଟଣ ଘଟିଛି । ମୋବାଇଲ ବ୍ୟାଟେରୀ ଫାଟି ଦୁଇ ନାବାଳକ ଆହତ ହୋଇଛନ୍ତି ।
ସୂଚନା ଅନୁସାରେ, ଆଜି ଗାଁର ବସନ୍ତ ସ୍ୱାଇଁଙ୍କ ଦୁଇ ପୁଅ ମୋବାଇଲ ବ୍ୟାଟେରୀ ନେଇ ଘରେ ଖେଳୁଥିବା ବେଳେ ହଠାତ୍ ଏହା ଫାଟି ଯାଇଥିଲା । ଫଳରେ ହାତ,ଗୋଡ ଓ ଶରୀରର ବିଭିନ୍ନ ଅଂଶରେ ଗଭିର କ୍ଷତ ସୃଷ୍ଟି ହୋଇଥିଲା । ପରିବାର ଲୋକେ ପ୍ରଥମେ ଦୁଇ ଭାଇଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ସେମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ନିକଟରେ ପାରାଦୀପରେ ମୋବାଇଲ୍ ଫୋନ୍ ଫାଟି ଜଣେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା ।