ଗତ ୨୩ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିଲା । ହେଲେ ୨୭/୨୮ ବେଳକୁ ଏହା ଦୁର୍ବଳ ରହିଥିଲା ।
Trending Photos
ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଗତ ସପ୍ତାହରେ ଓଡ଼ିଶାରେ ୫୫.୫ ମିମି ବର୍ଷା ରେକର୍ଡ ହୋଇଛି । ଏଠା ସ୍ୱାଭାବିକ ବର୍ଷାଠାରୁ ୩୦ ପ୍ରତିଶତ କମ୍ । ସେହିପରି ଗତ ୨୩ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିଲା । ହେଲେ ୨୭/୨୮ ବେଳକୁ ଏହା ଦୁର୍ବଳ ରହିଥିଲା । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ମିଳିଛି ।
ଆସନ୍ତୁ ଜାଣିବା ଗତ ସପ୍ତାହରେ ଅନୁଭୂତ ପାଗର ମୁଖ୍ୟାଂଶ ସମ୍ପର୍କରେ...
୧- ଗତ ସପ୍ତାହ ୨୩ ଜୁଲାଇ ରୁ ୨୯ ଜୁଲାଇ ମଧ୍ୟରେ ଓଡ଼ିଶାରେ ୫୫.୫ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୭୯.୪ ମିମି ଠାରୁ ୩୦ ପ୍ରତିଶତ କମ ।
୨- ଗତ ସପ୍ତାହ ରେ ୨୩ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବା ବେଳେ ୨୭ ଏବଂ ୨୮ ତାରିଖରେ ଦୁର୍ବଳ ରହିଥିଲା ।
୩- ଗତ ସପ୍ତାହ ରେ ୬ ଟି ଜିଲ୍ଲା , ମାଲକାନଗିରି, କେନ୍ଦ୍ରାପଡା, ବାଲେଶ୍ୱର, ଯାଜପୁର, ସୋନପୁର, ଏବଂ ଜଗତସିଂହପୁର ଜିଲ୍ଲାରେ ସ୍ୱାଭାବିକ ଠାରୁ ବହୁତ କମ ବର୍ଷା (-୬୦ ପ୍ରତିଶତ ରୁ କମ) ରେକର୍ଡ କରାଯାଇଛି ।
୪- ୧୪ ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ ବର୍ଷା (-୫୯ ରୁ -୨୦ ପ୍ରତିଶତ ବର୍ଷା ) ରେକର୍ଡ କରାଯାଇଥିଲା । ଜିଲ୍ଲାଗୁଡ଼ିକ ହେଉଛି ପୁରୀ, ଖୋର୍ଦ୍ଧା, କଟକ, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ବଲାଙ୍ଗୀର, ବରଗଡ, କୋରାପୁଟ ।
୫- ୮ ଟି ଜିଲ୍ଲା ଝାରସୁଗୁଡା, ଦେବଗଡ଼, ନୟାଗଡ଼, ରାୟଗଡା, କଳାହାଣ୍ଡି, ଗଜପତି, ନବରଙ୍ଗପୁର ଏବଂ କନ୍ଧମାଳରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି ।
୬- ନୂଆପଡାରେ ସ୍ୱାଭାବିକ ଠାରୁ ଅଧିକ ଏବଂ ଗଞ୍ଜାମ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅତ୍ୟଧିକ ବର୍ଷା ରେକର୍ଡ କରାଯାଇଛି ।
୭- ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୬୧ ପ୍ରତିଶତ ଅଧିକ (୯୦.୬ ମିମି) ଏବଂ ମାଲକାନଗିରି ଜିଲ୍ଲାରେ ୭୫ ପ୍ରତିଶତ କମ ବର୍ଷା (୨୫.୪ ମିମି) ରେକର୍ଡ ହୋଇଛି ।