ବଢିଲା ପ୍ରଦୀପଙ୍କ ଅଡୁଆ; ଥାନାରେ ଆଉ ୨ ଏତଲା
Advertisement

ବଢିଲା ପ୍ରଦୀପଙ୍କ ଅଡୁଆ; ଥାନାରେ ଆଉ ୨ ଏତଲା

ଗୋଳନ୍ଥରା ଥାନାରେ ଆଉ ଦୁଇଟି ଅଭିଯୋଗ ପହଞ୍ଚିଛି। ଗୋଳନ୍ଥରା ଓ ଚିକରଡା ଗ୍ରାମର ଦୁଇ ଜଣ ବ୍ୟକ୍ତି ଠକେଇର ଶିକାର ହୋଇଥିବା ନେଇ ଏହି ଏତଲା ଦେଇଛନ୍ତି।

ବଢିଲା ପ୍ରଦୀପଙ୍କ ଅଡୁଆ; ଥାନାରେ ଆଉ ୨ ଏତଲା

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅଡୁଆ ବଢିବାରେ ଲାଗିଛି। ତାଙ୍କ ବିରୁଦ୍ଧରେ ଆଉ ୨ଟି ଏତଲା ଦିଆଯାଇଛି। ବୁଧବାର ଗୋଳନ୍ଥରା ଥାନାରେ ଏହି ଅଭିଯୋଗ କରାଯାଇଥିବା ସୂଚନା ମିଳିଛି। 

ଟାଟା କମ୍ପାନୀ (TATA company) ରେ ଚାକିରି କରାଇ ଦେବା ନାମରେ ଠକେଇ ମାମଲାରେ ଛନ୍ଦି ହୋଇଛନ୍ତି BJD ରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀ (Pradep Panigrahi)। ତାଙ୍କ ନାମରେ ଗୋଳନ୍ଥରା ଥାନାରେ ଆଉ ଦୁଇଟି ଅଭିଯୋଗ ପହଞ୍ଚିଛି। ଗୋଳନ୍ଥରା ଓ ଚିକରଡା ଗ୍ରାମର ଦୁଇ ଜଣ ବ୍ୟକ୍ତି ଠକେଇର ଶିକାର ହୋଇଥିବା ନେଇ ଏହି ଏତଲା ଦେଇଛନ୍ତି। 

Also Read: ପ୍ରଦୀପ ଆକାଉଣ୍ଟକୁ ୬ ମାସରେ ଆସିଛି ଅଢେଇ କୋଟି

ଅଭିଯୋଗର ସତ୍ୟାସତ୍ଯ ଓଗାଳିବା ଲାଗି ବିଧାୟକ (Gopalpur MLA) ପ୍ରଦୀପଙ୍କୁ ରିମାଣ୍ଡରେ ଆଣି ପଚରାଉଚୁରା କରିବା ଲାଗି ପୋଲିସ ସଜବାଜ ହେଉଥିବା ଜଣାପଡ଼ିଛି। ସେପଟେ ପ୍ରଦୀପଙ୍କ ଜାମିନ ନେଇ ହାଇକୋର୍ଟ (Odisha High Court) ସରକାରଙ୍କୁ ତଦନ୍ତର ଷ୍ଟାଟସ ରିପୋର୍ଟ ଓ କେସ ଡାଇରୀ (Case Diary) ମାଗିଛନ୍ତି। ଆସନ୍ତା ୨୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ ହେବ।