ଖଲିକୋଟରେ ଚାଞ୍ଚଲ୍ୟ, ପଥରରେ ଛେଚି ଛେଚି ମାରିଦେଲେ ଦୁର୍ବୃତ୍ତ
Advertisement

ଖଲିକୋଟରେ ଚାଞ୍ଚଲ୍ୟ, ପଥରରେ ଛେଚି ଛେଚି ମାରିଦେଲେ ଦୁର୍ବୃତ୍ତ

ଖଲିକୋଟରେ ବିଭତ୍ସ ହତ୍ୟାକାଣ୍ଡ । ଯୁବକଙ୍କୁ ପଥରରେ ଛେଚି ହତ୍ୟା । ମୃତକ ହେଲେ ସଙ୍କର ପାହାନ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ପ୍ରତୀକାତ୍ମକ ଫଟୋ

ବ୍ରହ୍ମପୁର: ଖଲିକୋଟରେ ବିଭତ୍ସ ହତ୍ୟାକାଣ୍ଡ । ଯୁବକଙ୍କୁ ପଥରରେ ଛେଚି ହତ୍ୟା । ମୃତକ ହେଲେ ସଙ୍କର ପାହାନ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ବନ୍ଦ ହୋଇପାରେ ପୁରୁଣା ଗାଡ଼ି !

ସୂଚନା ମୁତାବକ, ଗତ ରାତିରେ ଖଲିକୋଟ କେଶପୁର ନିକଟସ୍ଥ  ନାରାୟଣୀ ପେଟ୍ରୋଲ ପମ୍ପରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ଶଙ୍କରଙ୍କୁ ପିଟିପିଟି ପଥରରେ ଛେଚି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ମୃତକ ଶଙ୍କରଙ୍କ ଦେହସାରା କ୍ଷତଚିହ୍ନ ରହିଛି । ଏହା କେତେ ବିଭତ୍ସ ହତ୍ୟାକାଣ୍ଡ, ମୃତଦେହ ଦେଖିଲେ ସ୍ପଷ୍ଟ ବାରି ହୋଇପଡୁଛି । 

ପୁଣି ଲଜ୍ୟା; ଆଳୁ ଦେବା ବାହାନାରେ ନାବାଳିକାଙ୍କୁ ବଳାତ୍କାର

ସେପଟେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । କିଏ ଏବଂ କେଉଁ କାରଣରୁ ଏତେ ବିଭତ୍ସ ହତ୍ୟାକାଣ୍ଡ ଭିଆଇଛି, ତାହା ସ୍ପଷ୍ଟ ହୋଇପାରିନାହିଁ । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ବିଭିନ୍ନ ଦିଗ ଉପରେ ଗୁରୁତ୍ୱଦେଇ ତଦନ୍ତ କରୁଛି ଖଲିକୋଟ ପୋଲିସ । ତେବେ ବାରମ୍ବାର ଏଭଳି ହତ୍ୟାକାଣ୍ଡ ପରେ ଖଲିକୋର୍ଟର ଆଇନ ଶୃଙ୍ଖଳା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

ଆହୁରି ପଢନ୍ତୁ; JNU ଛାତ୍ର ଆନ୍ଦୋଳନ: ଆଜି ଫିଟିପାରେ ସମାଧାନର ରାସ୍ତା