Advertisement
Article Detail0/zeeodisha/odisha677493
Zee OdishaBerhampurଗ୍ରୀନ ଗଞ୍ଜାମରେ ରେଡ ଆଲର୍ଟ !

ଗ୍ରୀନ ଗଞ୍ଜାମରେ ରେଡ ଆଲର୍ଟ !

ଗଞ୍ଜାମ ଜିଲ୍ଲାବାସୀଙ୍କ ଏବେ ଚିନ୍ତା ବଢାଇଛନ୍ତି ସୁରତ ଫେରନ୍ତା ଓଡିଆ। କୋରୋନା ମୁକ୍ତ ଥିବା ଗଞ୍ଜାମ ଜିଲ୍ଲାରେ ଗତ ୭୨ ଘଣ୍ଟା ମଧ୍ୟରେ ୪ଜଣ ସୁରଥ ଫେରନ୍ତା ପଜିଟିଭ ଟିହ୍ନଟ ହୋଇଛନ୍ତି। ସେପଟେ ଏହି କୋରୋନା ଆକ୍ରାନ୍ତଙ୍କୁ ନେଇ ଜିଲାର ସ୍ଥିତି ଗମ୍ବୀର ଆଡକୁ ଗତି କରିବାରେ ଲାଗିଛି। ସେପଟେ ବିନା ପଞ୍ଜିକରଣରେ ମାଳମାଳ ବସ ସୁରତରୁ ଆସି ଗଞ୍ଜାମ ଜିଲ୍ଲ

ଗ୍ରୀନ ଗଞ୍ଜାମରେ ରେଡ ଆଲର୍ଟ !

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାବାସୀଙ୍କ ଏବେ ଚିନ୍ତା ବଢାଇଛନ୍ତି ସୁରତ ଫେରନ୍ତା ଓଡିଆ। କୋରୋନା ମୁକ୍ତ ଥିବା ଗଞ୍ଜାମ ଜିଲ୍ଲାରେ ଗତ ୭୨ ଘଣ୍ଟା ମଧ୍ୟରେ ୪ଜଣ ସୁରଥ ଫେରନ୍ତା ପଜିଟିଭ ଟିହ୍ନଟ ହୋଇଛନ୍ତି। ସେପଟେ ଏହି କୋରୋନା ଆକ୍ରାନ୍ତଙ୍କୁ ନେଇ ଜିଲାର ସ୍ଥିତି ଗମ୍ବୀର ଆଡକୁ ଗତି କରିବାରେ ଲାଗିଛି। ସେପଟେ ବିନା ପଞ୍ଜିକରଣରେ ମାଳମାଳ ବସ ସୁରତରୁ ଆସି ଗଞ୍ଜାମ ଜିଲ୍ଲାରେ ଅବାଧରେ ପ୍ରବେଶ କରିଥିଲା। ଅନୁରୂପ ଭାବେ ଶ୍ରମିକମାନେ ବିନା ଲଗାମରେ ଚାରିଆଡେ ଘୁରି ବୁଲୁଥିବାର ଦେଖାଦେଇଛି।ଏଭଳି ସ୍ଥିତି ଯଦି ଲାଗି ରହେ ତେବେ ଆଗାମୀ ଦିନରେ ଜିଲ୍ଲାରେ ପରିସ୍ଥିତି ଅଣାୟତ ହେବାର ସମ୍ଭାବନା ଯଥେଷ୍ଟ ରହିଛି।

କେବଳ ଏତିକି ନୁହେଁ, ଅନେକ ସ୍ଥାନରେ ବସରୁ ଓହ୍ଲାଇ ପ୍ରବାସୀମାନେ କ୍ୱାରେଣ୍ଟାଇନ ସେଣ୍ଟର ପରିବର୍ତ୍ତେ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ପୋଲିସ ଓ ପ୍ରଶାସନ ଅଣଦେଖା କରୁଥିବାର ଭିଡିଓ ମଧ୍ୟ ଭାଇରଲ ହେବାରେ ଲାଗିଛି। ସେପଟେ ପ୍ରବାସୀ ଫେରନ୍ତାଙ୍କ ବସକୁ ସୀମାନ୍ତରୁ ହିଁ ଲଗାମ ଦେବା ସହ ବେଳେ ଥାଉ ତାଉ ସଜାଗ ହେବାଲାଗି ସାଧାରଣରେ ଦାବି ହୋଇଛି।

ସୂଚନା ଯୋଗ୍ୟ ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ସୁଧା ୨୬୦ରୁ ଊର୍ଦ୍ଧ୍ୱ କ୍ବାରେଣ୍ଟାଇନ ସେଣ୍ଟରରେ ୧୭ହଜାର ପ୍ରବାସୀଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । କେରଳ, ତାମିଲନାଡ଼ୁ ଓ ସୁରତରେ ଫସି ରହିଥିବା ପ୍ରବାସୀ ଗଞ୍ଜାମ ଜିଲ୍ଲାକୁ ଆସିଥିବା ବେଳେ ବିଭିନ୍ନ କ୍ୱାରେଣ୍ଟାଇନ ହୋମରେ ସୁରତ ଫେରନ୍ତାଙ୍କୁ ନେଇ ବିଶୃଙ୍ଖଳା ଦେଖା ଦେଇଛି। 

Add Zee News as a Preferred Source

ସେପଟେ ଫସି ରହିଥିବା ପ୍ରବାସୀଙ୍କୁ ସରକାର ବ୍ୟବସ୍ଥିତ ଢଙ୍ଗରେ ସ୍ୱତନ୍ତ୍ର ଟ୍ରେନ ଯୋଗେ ଓଡିଶା ଫେରାଇ ଆଣିବାର ବନ୍ଦୋବସ୍ତ କରିଥିବା ବେଳେ ପଞ୍ଜିକରଣ କରିବା ଲାଗି ବାଧ୍ୟତାମୁଳକ କରିଛନ୍ତି। ହେଲେ କିଛି ଅବୁଝାଙ୍କ ଯୋଗୁଁ ସରକାରଙ୍କ ସବୁ ପ୍ରସ୍ତୁତି ଫସର ଫାଟିବାକୁ ବସିଥିବା ବେଳେ ଗଞ୍ଜାମ ପୋଲିସ ସତର୍କ ସୂଚନା ଜାରି କରାଯାଇଛି । ବିନା ପଞ୍ଜିକରଣରେ ସରକାରଙ୍କ ନୀତିନିୟମର ଖିଲାପ କରି ଯଦି କେହି ଗଞ୍ଜାମ ଜିଲ୍ଲାରେ ନଜରକୁ ଆସନ୍ତି କିମ୍ବା ଅବାଧରେ ବାହାରେ ବୁଲିବାର ନଜରକୁ ଆସନ୍ତି ତାହା ହେଲେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି ।

About the Author