ବାରହା ଶିକାର ପାଇଁ ଯାଇଥିଲେ, ବିଦ୍ୟୁତ ତାର ହାବୁଡ଼ରେ ପଡ଼ିଲେ...

ଗତକାଲି ବିଳମ୍ବିତ ରାତିରେ ସଦରଥାନା ଅନ୍ତର୍ଗତ ଦକ୍ଷୀଣପୁର ୱାଟର ଟ୍ରିଟମେଣ୍ଟ ପ୍ଳାଣ୍ଟ ନିକଟରେ ଘଟିଛି ଏହି ଘଟଣା ।

ବାରହା ଶିକାର ପାଇଁ ଯାଇଥିଲେ, ବିଦ୍ୟୁତ ତାର ହାବୁଡ଼ରେ ପଡ଼ିଲେ...
ପ୍ରତୀକାତ୍ମକ ଫଟୋ

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ବାରହା ଶିକାର ପାଇଁ ଯାଇଥିଲେ । ହେଲେ ବିଲରେ ଲାଗିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ନିଜେ ମୃତ୍ୟୁମୁଖରେ ପଡ଼ିଲେ । ମୃତକ ଜଣକ  ହେଉଛନ୍ତି ବ୍ରହ୍ମପୁର ସଦରଥାନା ଗୁଣ୍ଠବନ୍ଧ ଗ୍ରାମରେ ଶିଶିର ମଲ୍ଲିକ । ଏଭଳି ଅଘଟଣ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି । ଅନ୍ୟପଟେ ଏହି ଘଟଣାରେ ୪ ଜଣ ଆହତ ମଧ୍ୟ ହୋଇଛନ୍ତି । 

ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ସଦରଥାନା ଅନ୍ତର୍ଗତ ଦକ୍ଷୀଣପୁର ୱାଟର ଟ୍ରିଟମେଣ୍ଟ ପ୍ଳାଣ୍ଟ ନିକଟରେ ଘଟିଛି ଏହି ଘଟଣା । ଶିଶିର ଓ ତାଙ୍କ ସାଥି  ବିଳମ୍ବିତ ରାତିରେ ବାରହା ଶିକାର ପାଇଁ ଯାଇଥିଲେ । ହେଲେ ବିଲରେ ବିଛା ହୋଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଏପରି ଘଟଣା ଘଟିଥିବା କୁହାଯାଉଛି । ଅନ୍ୟପଟେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ଆହୁରି ପଢ଼ନ୍ତୁ; ନିର୍ଭୟା ଦୋଷୀଙ୍କ ଦିଆଗଲା ଡମି ଫାଶୀ