କନ୍ଦାଉଛି ପିଆଜ, କିଲୋ ୯୦ ଛୁଇଁଲା
Advertisement

କନ୍ଦାଉଛି ପିଆଜ, କିଲୋ ୯୦ ଛୁଇଁଲା

ଆଗକୁ ଆହୁରି ପିଆଜ ଦର ବଢିବା ସମ୍ଭାବନା ଥିବା ବ୍ୟବସାୟୀ ସୂଚନା ଦେଇଛନ୍ତି  ।  

 କନ୍ଦାଉଛି ପିଆଜ, କିଲୋ ୯୦ ଛୁଇଁଲା

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ସାଧାରଣ ଖାଉଟିକୁ ଏବେ କନ୍ଦାଉଛି ପିଆଜ ଦର । ଗତ କିଛିଦିନ ହେଲା ବଜାର ରେ ପିଆଜ ଦର ହୁ ହୁ ହୋଇ ବୃଦ୍ଧି ପାଇବା ଯୋଗୁଁ  ମଧ୍ୟବିତ ଓ ଗରିବ ଶ୍ରେଣୀର ଲୋକଙ୍କ  ଚିନ୍ତାକୁ ଦ୍ୱିଗୁଣିତ କରିଛି । ଦକ୍ଷିଣ ଓଡିଶାର ବ୍ୟବସାୟିକ ପେଣ୍ଠସ୍ଥିଳି ବ୍ରହ୍ମପୁରରେ କିଛି ମୁନାଫାଖୋର ବ୍ୟବସାୟୀ ଯାହାର ଫାଇଦା ଉଠାଇ କଳାବଜାରୀ  କରିବା ଆରମ୍ଭ କରିଦେଇଥିବା ବେଳେ ଏଥିପ୍ରତି ପ୍ରଶାସନ ସ୍ଵତନ୍ତ୍ର ଦୃଷ୍ଟିଦେବାକୁ ସାଧାରଣରେ ଦାବି ହୋଇଛି ।

ବ୍ରହ୍ମପୁର ସହରର ବିଭିନ୍ନ ବଜାରରେ ହୋଲସେଲରେ ପିଆଜ ଦର ୮୦ ରୁ ୮୨ ଟଙ୍କା ଥିବାବେଲେ ରିଟଲ ମାର୍କେଟରେ ଏହିଦର ଏବେ  ୮୫ ରୁ ୯୦ ଟଙ୍କାକୁ ପହଞ୍ଚିଲାଣି । ଏପରିକି ଉପର ମୁଣ୍ଡରେ ଦର ବଢିବାକୁ ଲାଗିଥିବା ବେଳେ ଆଗକୁ ସେଞ୍ଚୁରି (୧୦୦) ଛୁଇଁବାର ସମ୍ଭାବନା ଥିବା କିଛି ବ୍ୟବସାୟୀ ମତଦେଇଛନ୍ତି ।  ଯାହା ମଧ୍ୟବିତ୍ତ  ଓ ଗରିବ  ଶ୍ରେଣୀର ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଗତ ଏକ ସପ୍ତାହକ ମଧ୍ୟରେ ପିଆଜଦର  ୧୫ ଟଙ୍କା ରୁ ୨୦ଟଙ୍କା ବୃଦ୍ଧିପାଇଥିବା ଜଣାପଡିଛି । ଯ଼ାହାକୁ ନେଇ ଖୁଚୁରା ବ୍ୟବସାୟ ମଧ୍ୟ ମାନ୍ଦାପଡିଥିବା କିଛି ବ୍ୟବସାୟୀ  ମତ ରଖିଛନ୍ତି । ସେପଟେ କିଛି ମୁନାଫାଖୋର ବ୍ୟବସାୟୀ ଏବେଠାରୁ କଳାବଜାରୀ  ଆରମ୍ଭ କରିଦେିଥିବା ବେଳେ ଏଥିପ୍ରତି ଲଗାମ ଦେବାଲାଗି ପ୍ରଶାସନ ନିକଟରେ ସାଧାରଣ ଖାଉଟି ଦାବି କରିଛନ୍ତି । 
  
ବ୍ରହ୍ମପୁର ବଡବଜାରର ବ୍ୟବସାୟୀ ମାନେ ସାଧାରଣତଃ କର୍ଣ୍ଣୁର,ବେଙ୍ଗଲୋର, ତାଡୁବଲ୍ଲି ପୁରମ,ମହାରାଷ୍ଟ୍ର ଓ ନାସିକର ପିଆଜ ମଣ୍ଡିଉପରେ ନିର୍ଭର କରନ୍ତି । ଏପରିକି ବ୍ରହ୍ମପୁର ବଡ ବଜାରରୁ ଦକ୍ଷିଣ ଓଡିଶା ର ୧୦ଟି ଜିଲ୍ଲାରୁ ମାଲ ପଠାହୁଏ ।  ନାସିକ ରେ ପୁର୍ବରୁ ହୋଇଥିବା ବନ୍ୟା ପରିସ୍ଥିତି ସେଠାକାର ଫସଲ ଉଜାଡି ଦେଇଥିବା ବେଳେ  ଉପର ମୁଣ୍ଡରେ ପିଆଜ ଦର ଆକାଶ ଛୁଆଁ  ହେଲାଣି । ଯାହା ଫଳରେ ଆଗକୁ ଆହୁରି ପିଆଜ ଦର ବଢିବା ସମ୍ଭାବନା ଥିବା ବ୍ୟବସାୟୀ ସୂଚନା ଦେଇଛନ୍ତି  ।