ଟଙ୍କା ରୋଜଗାର ପରେ ବୃଦ୍ଧ ଘୋଡାକୁ ରାସ୍ତାରେ ଛାଡିଦେଲା ସ୍ବାର୍ଥପର ମାଲିକ
Advertisement

ଟଙ୍କା ରୋଜଗାର ପରେ ବୃଦ୍ଧ ଘୋଡାକୁ ରାସ୍ତାରେ ଛାଡିଦେଲା ସ୍ବାର୍ଥପର ମାଲିକ

ଘୋଡାଟି ବୃଦ୍ଧ ହୋଇଯିବାରୁ ରୋଗିଣା ହୋଇ ପଡିଥିଲା। ଯାହା ପରେ ମାଲିକ ଘୋଡାକୁ ଆଣି ଛାଡି ଦେଇଥିବା ଜଣାପଡିଛି। 

ଟଙ୍କା ରୋଜଗାର ପରେ ବୃଦ୍ଧ ଘୋଡାକୁ ରାସ୍ତାରେ ଛାଡିଦେଲା ସ୍ବାର୍ଥପର ମାଲିକ

ବ୍ରହ୍ମପୁର: ହଜିଗଲା ମାନବିକତା। ଜୀବନ ସାରା ଘୋଡାକୁ ବ୍ୟବହାର କରି ଟଙ୍କା ରୋଜଗାର କରିବା ପରେ ବୃଦ୍ଧ ଘୋଡାକୁ ରାସ୍ତା କଡରେ ଛାଡି ଚାଲିଗଲା ସ୍ବାର୍ଥପର ମାଲିକ। ଗଞ୍ଜାମ ଜିଲ୍ଲା ଛତ୍ରପୁର ଉଜ୍ଜଳେଶ୍ୱରୀ ମନ୍ଦିର ନିକଟସ୍ଥ ଜାତୀୟ ରାଜପଥ ପାର୍ଶ୍ବରେ ଦେଖିବାକୁ ମିଳିଛି ଏମିତି ଏକ ହୃଦୟ ବିଦାରକ ଏବଂ ଅମାନବୀୟ ଦୃଶ୍ୟ। ଗୁରୁବାର ସନ୍ଧ୍ୟାରେ ଜାତୀୟ ରାଜପଥରେ ଏହି ଘୋଡା ବୁଲୁଥିବାର ଦେଖିବାକୁ ମିଳିଛି। 

ଘୋଡାଟି ବୃଦ୍ଧ ହୋଇଯିବାରୁ ରୋଗିଣା ହୋଇ ପଡିଥିଲା। ଯାହା ପରେ ମାଲିକ ଘୋଡାକୁ ଆଣି ଛାଡି ଦେଇଥିବା ଜଣାପଡିଛି। ଘୋଡାଟି ଖାଇବାକୁ ନପାଇ ଘୁରି ବୁଲୁଥିବାରୁ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା। ମାଲିକ ଘୋଡକୁ ବ୍ୟବହାର କରି ସାରା ଜୀବନ ଟଙ୍କା ରୋଜଗାର କଲା ପରେ ସ୍ବାର୍ଥପର ମାଲିକ ଏବେ ବୃଦ୍ଧ ଘୋଡାକୁ ଛାଡି ଚମ୍ପଟ ମାରିଛି। 

Also Read: ମିଳୁନାହିଁ ଖାଦ୍ୟ; ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି ଦର୍ଶକଙ୍କ ମନୋରଞ୍ଜନ କରୁଥିବା ଓଟ-ଘୋଡା

ମାଲିକ କିପରି ମାନବିକତା ଭୁଲି ଯାଉଛନ୍ତି ଏହି ବୃଦ୍ଧ ଘୋଡାକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡୁଛି। କିଛି ଦିନ ତଳେ ଖଲ୍ଲିକୋଟ ଅଞ୍ଚଳରେ ମଧ୍ୟ୍ୟ ଏକ ଓଟକୁ ଛାଡି ମାଲିକ ଚାଲିଯାଇଥିବା ବେଳେ ପରେ ଓଟର ମୃତ୍ୟୁ ହୋଇଥିଲା। ଏହି ଦୃଶ୍ୟ ପଶୁପ୍ରେମୀଙ୍କ ମନରେ ଶକ୍ତ ଆଘାତ ଦେଇଥିବାରୁ ଘୋଡା ମାଲିକଙ୍କ ବିରୁଦ୍ଧରେ ପ୍ରଶାଶନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ସାଧାରଣରେ ଦାବି ହେଉଛି।