କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଙ୍କ ପ୍ରକଳ୍ପକୁ ତାରିଫ କଲେ ପୁତିନ
Advertisement

କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଙ୍କ ପ୍ରକଳ୍ପକୁ ତାରିଫ କଲେ ପୁତିନ

ଉତ୍କଟ ପାଣି ସମସ୍ୟାର ସରଳ ସମାଧାନ ବାହାର କରି ସମସ୍ତଙ୍କ ମନ ଜିଣିବା ସହ ରୁଷ ସୋଚି ଠାରେ ଆୟଜିତ ଇନୋଭେସନ ମାରାଥନ କାର୍ଯ୍ୟକ୍ରମ ରେ ଯୋଗଦେଇ ରୁଷ  ରାଷ୍ଟ୍ରପତିଙ୍କ ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତ କରି ପ୍ରଶଂସିତ  ମଧ୍ୟ ହୋଇଛନ୍ତି ।

କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଙ୍କ ପ୍ରକଳ୍ପକୁ ତାରିଫ କଲେ ପୁତିନ

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: କଥାରେ ଅଛି କଠିନ ପରିଶ୍ରମ ଓ ଅଧ୍ୟବସାୟ ଆଗରେ ବୟସ ହାର ମାନିଥାଏ । ଯାହା  ପ୍ରମାଣିତ କରି ଦେଖାଇଛନ୍ତି ବ୍ରହ୍ମପୁର କେନ୍ଦ୍ରୀୟ ବିଦ୍ୟାଳର ଯୁକ୍ତ ୨ର ଛାତ୍ର ତଥା ସଫଳ କୁନି ବୈଜ୍ଞାନିକ ପି ବିଶ୍ୱନାଥ ପାତ୍ର । ଉତ୍କଟ ପାଣି ସମସ୍ୟାର ସରଳ ସମାଧାନ ବାହାର କରି ସମସ୍ତଙ୍କ ମନ ଜିଣିବା ସହ ରୁଷ ସୋଚି ଠାରେ ଆୟଜିତ ଇନୋଭେସନ ମାରାଥନ କାର୍ଯ୍ୟକ୍ରମରେ ଯୋଗଦେଇ ରୁଷ ରାଷ୍ଟ୍ରପତିଙ୍କ ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତ କରି ପ୍ରଶଂସିତ  ମଧ୍ୟ ହୋଇଛନ୍ତି । ବିଶ୍ୱନାଥଙ୍କ ଏଭଳି ସଫଳତାଙ୍କୁ ନେଇ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି ।

<blockquote class="twitter-tweet"><p lang="en" dir="ltr">Congratulate Class IX student of Berhampur, P.Biswanath Patra for being a part of Deep Technology Education Program in Sochi, Russia with his innovative water dispenser. His innovation to solve water crisis has been appreciated by Russian President Vladimir Putin. Best Wishes. <a href="https://t.co/XldnIEPiEa">pic.twitter.com/XldnIEPiEa</a></p>&mdash; Naveen Patnaik (@Naveen_Odisha) <a href="https://twitter.com/Naveen_Odisha/status/1204406925057646593?ref_src=tws...">December 10, 2019</a></blockquote> <script async src="https://platform.twitter.com/widgets.js" charset="utf-8"></script>ଆୟୋଜିତ ପ୍ରତିଯୋଗିତାରେ ସଫଳ ହୋଇଥିବା ବେଳେ ୨୦୦ ପିଲାଙ୍କୁ ପଛରେ ପକାଇ ରୁଷ ଯିବା ଲାଗି ବିବେଚିତ ହୋଇଥିଲେ । ଭାରତର ୨୫ ଜଣ ପ୍ରତିଭା ରୁଷ ଯିବା ଲାଗି ମନୋନୀତ ହୋଇଥିବା ବେଳେ ସେଠାରେ ପ୍ଲାଟିନିୟମ ଷ୍ପେର ନାମକ ଏକ ଇନ୍ଧନ ପ୍ରସ୍ତୁତ କାରି ଯନ୍ତ୍ର ଦ୍ୱାରା  ଅତ୍ୟାଧୁନିକ ଜ୍ଞାନ କୌଶଳ  ମାଧ୍ୟମରେ କିଭଳି ଏନର୍ଜି ମିଳିବ ସେହି ଦିଗରେ ଅତି ଅଳ୍ପ ସମୟ ମଧ୍ୟରେ ଏକ ପ୍ରୋଜେକ୍ଟ ପ୍ରସ୍ତୁତ କରି ରୁଷ  ରାଷ୍ଟ୍ରପତି ଶ୍ରୀ ପୁଟିନ୍ ଙ୍କ  ଜିଣିପାରିଛନ୍ତି । ବିଶ୍ୱନାଥଙ୍କ  ଏଭଳି ଦକ୍ଷତାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଟୁଇଟ ଯୋଗେ ଶୁଭେଚ୍ଛା  ଜଣାଇଥିବା ବେଳେ ପରିବାର ଲୋକେ  ନିଜ ପୁଅର ସଫଳତାକୁ ନେଇ ମଧ୍ୟ ବେସ ଖୁସି ଥିବା କହିଛନ୍ତି ।

ଏହି ପ୍ରୋଜେକ୍ଟ ପ୍ରସ୍ତୁତ କରିବା ଲାଗି ବିଶ୍ୱନାଥଙ୍କୁ ୨ହଜାର ରୁ ୨୫ଶହ  ଟଙ୍କା ଲାଗିଥିବା ବେଳେ ବଜାରରେ ଜନ ସାଧାରଣଙ୍କ ଲାଗି ଏହାର ଦାମ ୪ ରୁ ୫ ହଜାର ଟଙ୍କା ରହିବ ବୋଲି ଅନୁମାନ କରାଯାଉଛି । ବିଶ୍ୱନାଥଙ୍କ ଦ୍ୱାରା  ପ୍ରସ୍ତୁତ ଏହି  ମେସିନ ବ୍ରହ୍ମପୁର ମହାନଗର ନିଗମ କମିସନରଙ୍କ ମନକୁ  ଛୁଇଁଥିବା ବେଳେ ଆଗାମୀ  ଦିନରେ ସହରର ବିଭିନ୍ନ ସରକାରୀ  କାର୍ଯ୍ୟାଳୟରେ ଏହାର ବ୍ୟବହାର ପ୍ରଥମ ପର୍ଯାୟ  ଆରମ୍ଭ କରିବାକୁ ନିଷ୍ପତି ନିଆଯାଇଥିବା କହିଛନ୍ତି କମିଶନର। ସେପଟେ ବିଶ୍ୱନାଥଙ୍କ ଆଗକୁ ଏକ ଭଲ ବୈଜ୍ଞାନକ ହେବାର ସମ୍ଭାବନା ଥିବା ବେଳେ ସ୍କୁଲ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦେବା ଲାଗି ଉଦ୍ୟମ କରାଯାଉଥିବା କହିଛନ୍ତି ସ୍କୁଲ ଅଧକ୍ଷ ।