ଉଚ୍ଛେଦକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଲେ ବସ୍ତି ବାସିନ୍ଦା
Advertisement

ଉଚ୍ଛେଦକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଲେ ବସ୍ତି ବାସିନ୍ଦା

 ଦୀର୍ଘ  40 ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଗରିବ, ଖଟିକିଆ, ହରିଜନ ଶ୍ରେଣୀରେ ପ୍ରାୟ 145 ପରିବାର ପୂର୍ଣ୍ଣବାସି କଲୋନୀରେ ପରିବାର ସହ ବସବାସ କରୁଛନ୍ତି । ଅନ୍ୟପକ୍ଷେ ବସ୍ତି ଉଚ୍ଛେଦ ନିମନ୍ତେ ବିଇଏମସି କମିସନର ନୋଟିସ ଜାରି କରିବା ପରିତାପର ବିଷୟ ବୋଲି ବସ୍ତି ବାସିନ୍ଦା କହିଛନ୍ତି ।

ଉଚ୍ଛେଦକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଲେ ବସ୍ତି ବାସିନ୍ଦା

ରାଧାଶ୍ୟାମ ଆଚାର୍ଯ୍ୟ, ​ବ୍ରହ୍ମପୁର: ମହାନଗର ନିଗମ ଅଧିନସ୍ଥ  ପୂର୍ଣ୍ଣବାସି କୋଲନି ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ ନୋଟିସକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶତାଧିକ ବସ୍ତି ବାସିନ୍ଦା । ବସ୍ତିର ଶହ ଶହ ମହିଳା ଓ ପୁରୁଷ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହ ବ୍ରହ୍ମପୁର ଉନ୍ନୟନ କତ୍ତୃପକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରି ନିଜ ଦାବି ଜଣାଇଛନ୍ତି ।

 ଦୀର୍ଘ  40 ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଗରିବ, ଖଟିକିଆ, ହରିଜନ ଶ୍ରେଣୀରେ ପ୍ରାୟ 145 ପରିବାର ପୂର୍ଣ୍ଣବାସି କଲୋନୀରେ ପରିବାର ସହ ବସବାସ କରୁଛନ୍ତି । ଅନ୍ୟପକ୍ଷେ ବସ୍ତି ଉଚ୍ଛେଦ ନିମନ୍ତେ ବିଇଏମସି କମିସନର ନୋଟିସ ଜାରି କରିବା ପରିତାପର ବିଷୟ ବୋଲି ବସ୍ତି ବାସିନ୍ଦା କହିଛନ୍ତି ।

ଏଭଲି ସ୍ଥିତିରେ ତୁରନ୍ତ ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ ପୂର୍ବରୁ ଥଇଥାନ କରିବା ଆବଶ୍ୟକ । ନଚେତ ନୋଟିସ ପ୍ରତ୍ୟାହାର କରା ନକଲେ ଆଗାମୀ ଦିନରେ ରାଜ ରାସ୍ତାରେ ଓହ୍ଲାଇବାର ଧମକ ଦେଇଛି ଲୋକେ । ଏହାସହ କହିଛନ୍ତି ଯେ ସେମାନେ ଆନ୍ଦୋଳନ କରିବା ସହ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବେ ।