ମାଛ ମଡ଼କକୁ ନେଇ ଆତଙ୍କିତ ଲୋକ; ପାଣିରେ ଭାସୁଛି କୁଢ କୁଢ ମଲା ମାଛ

ବ୍ରହ୍ମପୁର ସହରରେ ମାଛ ମଡକକୁ ନେଇ ଆତଙ୍କ। ଅଚାନକ ବିଷାକ୍ତ ହୋଇଗଲା ପୋଖରୀ ପାଣି! ବନା ବନ୍ଧରେ ଭାସୁଛି କୁଢ କୁଢ ମଲା ମାଛ।

ମାଛ ମଡ଼କକୁ ନେଇ ଆତଙ୍କିତ ଲୋକ; ପାଣିରେ ଭାସୁଛି କୁଢ କୁଢ ମଲା ମାଛ
ପ୍ରତୀକାତ୍ମକ ଫଟୋ

ବ୍ରହ୍ମପୁର: ସହରର ୩୫ ନମ୍ବର ୱାର୍ଡ ନିକଟସ୍ଥ ବନାବନ୍ଦ ପୋଖରୀରେ ଦେଖା ଦେଇଛି ମାଛ ମଡକ। ହଠାତ୍ ପୋଖରୀ ପାଣି କିଭଳି ବିଷାକ୍ତ ହେଲା ସ୍ପଷ୍ଟ ହୋଇନଥିବା ବେଳେ ପୋଖରୀରେ କୁଢ କୁଢ ମଲା ମାଛ ଭାସୁଥିବା ଦେଖିବାକୁ ମିଳିଛି। ଏହି ଜଳାଶୟ ଉପରେ ସ୍ଥାନୀୟ ଲୋକ ଦୈନିକ ନିର୍ଭର କରୁଥିବା ବେଳେ ଏକମାତ୍ର ନିର୍ଭରଶୀଳ ପୋଖରୀରେ କିଭଳି ଏତେ ସଂଖ୍ୟାକ ମାଛ ମଲେ ତାହାର ତଦନ୍ତ କରିବା ଲାଗି ସାଧାରଣରେ ଦାବି ହୋଇଛି। ସେପଟେ ମତ୍ସ୍ଯ ବିଭାଗ ବିଶେଷଜ୍ଞ ଦଳ ଘଟଣାସ୍ଥଳରେ ପହଞ୍ଚି ପୋଖରୀ ପାଣିର ନମୁନା ସଂଗ୍ରହ କରିବା ସହ ଏହାର ବିଶୋଧନ ଦିଗରେ ବିହିତ ପଦକ୍ଷେପ ନେବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି।

ବ୍ରହ୍ମପୁର ସହରରେ ମାଛ ମଡକକୁ ନେଇ ଆତଙ୍କ। ଅଚାନକ ବିଷାକ୍ତ ହୋଇଗଲା ପୋଖରୀ ପାଣି! ବନା ବନ୍ଧରେ ଭାସୁଛି କୁଢ କୁଢ ମଲା ମାଛ। ଏନେଇ ଅଭିଯୋଗ ହେବା  ପରେ ପୋଖରୀ ପାଣିର ନମୁନା ସଂଗ୍ରହ କରିବା ଲାଗି ଘଟଣାସ୍ଥଳରେ ପହଞ୍ଚିଲା ମତ୍ସ୍ଯ ବିଭାଗ।। ବ୍ରହ୍ମପୁର ସହରର ୩୫ ୱମ୍ବର ୱାର୍ଡ ଦୁର୍ଗା ମନ୍ଦିର ନିକଟସ୍ଥ ବନାବନ୍ଦ ପୋଖରୀ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ। ଗତକାଲି ଠାରୁ ପୋଖରୀ ପାଣି କଳା ହୋଇଯିବା ସହ ହଜାର ହଜାର ମାଛ ମରି ପୋଖରୀରେ ଭାସୁଛନ୍ତି। 

Also Read: ଦଳ ପଙ୍କରେ ଭର୍ତ୍ତି ହେଇରହିଛି ପୋଖରୀ; ପୁନଃରୁଦ୍ଧାର କାର୍ଯ୍ୟକୁ ନେଇ ଉଠିଲା ପ୍ରଶ୍ନ

ଏହାର ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ସାମାନ୍ୟ ବର୍ଷା ହେବା ପରେ ପୋଖରୀ ପାଣି ଏଭଳି ହଠାତ ଦୂଷିତ ହେବା ସହ ମଛ ମଡକ ଦେଖିବାକୁ ମିଳିଛି। ଏପରି ପାଣି ବ୍ୟବହାର କରିବା ଦ୍ୱାରା ଲୋକଙ୍କ ଜୀବନ ପ୍ରତି ବିପଦ ରହିଥିବା ବେଳେ ଅତିଶୀଘ୍ର ପୋଖରୀ ସଫେଇ କରିବା ସହ ମାଛ ମଡକ ଘଟଣାର ପ୍ରକୃତ କାରଣ ତାହାର ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି। 

Also Read: ସହରର ସୌନ୍ଦର୍ଯ୍ୟ ବଢାଇବ ରାମଲିଙ୍ଗମ ପୋଖରୀ, ଜାରି ରହିଛି ଆଧୁନୀକିକରଣ କାର୍ଯ୍ୟ

ବନାବନ୍ଦ ପୋଖରୀ ଉପରେ ରାମ ନଗର, କୃଷ୍ଣ ନଗର, ଡିପ ସାହି, ଆମ୍ବେଦକର ନଗର ଭଳି ୧୦ଟି ସାହିର ହଜାର ହଜାର ଲୋକେ ନିତ୍ଯ ବ୍ଯବହାର ଲାଗି ଏହା ଉପରେ ନିର୍ଭର କରିଥାନ୍ତି। ପୋଖରୀ ଜଳ ଏଭଳି ଦୂଷିତ ହେବା ସ୍ଥାନୀୟ ଲୋକଙ୍କୁ ଚକ୍କିତ କରିଛି। ସେପଟେ ଏ ଘଟଣା ବାବଦରେ ଖବର ପାଇବା ପରେ ବ୍ରହ୍ମପୁର ମହାନଗର ନିଗମ ଏବଂ ମତ୍ସ୍ଯ ବିଭାଗର ଦୁଇଟି ମିଳିତ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିବା ସହ ପୋଖରୀ ପାଣିର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପରୀକ୍ଷାଗାରକୁ ପଠାଇଛି। ଏ ଘଟଣାରେ ବିହିତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମତ୍ସ୍ଯ ବିଭାଗ ଅଧିକାରୀ। ବ୍ରହ୍ମପୁର ସହରରେ ମାଛ ମଡକକୁ ନେଇ ଲୋକେ ଆତଙ୍କିତ ହୋଇପଡି଼ଥିବା ବେଳେ ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡିଛି।