)
ବ୍ରହ୍ମପୁର: ଜି ଓଡିଶାର ମହାପ୍ରଭାବ। କୋରୋନା ସଂକ୍ରମିତଙ୍କୁ ପ୍ଲାଜମା ଥେରାପି ଚିକିତ୍ସା ଯୋଗାଇ ଦେବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା। କଟକ ଏସସିବି ମେଡିକାଲ କଲେଜରୁ ପ୍ରଥମ ପର୍ଯ୍ୟାୟରେ ୬ଟି ପ୍ଲାଜମା ଏମକେସିଜି ମେଡିକାଲରେ ପହଞ୍ଚିବା ପରେ ଶୁଭାରମ୍ଭ ହୋଇଛି ପ୍ଲାଜମା ଥେରାପି ଚିକିତ୍ସା। ଗଞ୍ଜାମ ଜିଲ୍ଲାପାଲ ବିଜୟ ଅମୃତ କୁଲାଙ୍ଗେ ଥେରାପିର ଶୁଭାରମ୍ଭ କରିବା ସହ ଡାକ୍ତରଙ୍କୁ ଉତ୍ସାହିତ କରିଥିବା ବେଳେ ଅତିଶୀଘ୍ର ପ୍ଲାଜମା ସଂଗ୍ରହ ଉପକରଣ ରକ୍ତ ଭଣ୍ଡାରରେ ସ୍ଥାପନ କରିବା ଲାଗି ଯୋଜନା ପ୍ରସ୍ତୁତ ହୋଇଥିବା କହିଛନ୍ତି।
ଗଞ୍ଜାମରେ ଦୁରହେବ କୋରୋନାର ଭୟାବହତା ସୁସ୍ଥ ହେବେ ସଂକ୍ରମିତ ରୋଗୀ। ଖବର ପ୍ରସାରଣ ପରେ ତପ୍ତରତା ଦେଖାଇଛନ୍ତି ରାଜ୍ୟ ସରକାର। ରାଜ୍ୟ ସ୍ୱାସ୍ଥ୍ୟବିଭାଗର ନିଷ୍ପତି କ୍ରମେ ଜିଲ୍ଲାରେ ଆଜିଠାରୁ ଆରମ୍ଭ ହୋଇଛି ପ୍ଲାଜମା ଥେରାପି ଚିକିତ୍ସା। ଶିତଳା ପଲ୍ଲି ଟାଟା କୋଭିଡ଼ ମେଡିକାଲରେ ଆଜି ପ୍ରଥମ ପ୍ଲାଜମା ଥେରାପି ଚିକିତ୍ସା ହୋଇଥିବା ବେଳେ କୋରୋନା ଭ୍ୟାକସିନ ଭଳି ଏହି ଥେରାପି କାର୍ଯ଼୍ୟ କରିବ। ଫଳରେ ଅନେକ ରୋଗୀ ସୁସ୍ଥ ହେବେ ବୋଲି ସମସ୍ତେ ଆଶା ବାନ୍ଧିଛନ୍ତି। ଆବଶ୍ୟକ ମୁତାବକ ପ୍ଲାଜମା ଗଞ୍ଜାମ ଜିଲ୍ଲାକୁ ଯ଼ୋଗାଇଦେବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି କୋଭିଡ଼ ପରିଚାଳନା ମୁଖ୍ୟ।
ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୫୯୯୧ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ୬୦ ପ୍ରତିଶତ ରୋଗୀ ସୁସ୍ଥ ମଧ୍ୟ ହୋଇଛନ୍ତି। ଏଭଳି ପରିସ୍ଥିତିରେ ଜିଲ୍ଲାରେ ପ୍ଲାଜମା ଥେରାପିର ଆବଶ୍ୟକତା ରହିଥିବା ସରକାର ହୃଦବୋଧ କରିଥିବା ବେଳେ ଅତିଶୀଘ୍ର ମେସିନ ରକ୍ତ ଭଣ୍ଡାରରେ ସ୍ଥାପନ କରିବା ଲାଗି ଯୋଜନା ପ୍ରସ୍ତୁତ ହୋଇଛି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୫ କୋଟି ଟଙ୍କା ସ୍ୱତନ୍ତ୍ର ଅନୁଦାନ ଗଞ୍ଜିଲାକୁ ପ୍ରଦାନ କରିଛନ୍ତି ରାଜ୍ୟ ସରକାର।
ବ୍ରହ୍ମପୁର ସହରରେ ଥିବା ଅମିତ ହସ୍ପିଟାଲରେ ଶହେ ଶଯ୍ୟା ବିଶିଷ୍ଟ ଆଇସୋଲେସନ ବେଡ ସହ ୧୬ଟି ଆଇସିୟୁ ବେଡ ସ୍ଥାପନ କରିବା ଲାଗି ନିଷ୍ପତି ନିଆଯାଇଥିବା ବେଳେ କଟକ ଅଶ୍ୱିନୀ ହସ୍ପିଟାଲ ଏହାର ପରିଚାଳନା କରିବ। ଜିଲ୍ଲାକୁ ଆହୁରି ୧୦୦ ଆମ୍ବଲାନ୍ସ ନିୟୋଜିତ କରିବା ଲାଗି ଜିଲ୍ଲାପାଳଙ୍କୁ କ୍ଷମତା ପ୍ରଦାନ କରାଯାଇଥିବା ବେଳେ ଅତିଶୀଘ୍ର ସମସ୍ୟାରେ ସୁଦ୍ଧାର ଆସିବ ବୋଲି କହିଛନ୍ତି ମେଡିକାଲ ସୁପରିଟେଣ୍ଡ।