ଗଞ୍ଜେଇ ଚାଷକୁ ନଷ୍ଟ କଲା ଅବକାରୀ ବିଭାଗ

ପୋଲିସ ଓ ଅବକାରୀ ବିଭାଗ ବେଆଇନ୍ ମଦ ବିକ୍ରିକୁ ବନ୍ଦ କରିବା ବଦଳରେ ଗଞ୍ଜେଇ ଉପରେ କାହିଁକି ଟାର୍ଗେଟ କରୁଛନ୍ତି ବୋଲି ଯୁକ୍ତି ବାଢିଥିଲେ ଗ୍ରାମବାସୀ ।

ଗଞ୍ଜେଇ ଚାଷକୁ ନଷ୍ଟ କଲା ଅବକାରୀ ବିଭାଗ

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅନ୍ତର୍ଗତ ଖଜୁରିପଡା ଗ୍ରାମର ଉପାନ୍ତ ଅଞ୍ଚଳରେ ବିପୁଳ ପରିମାଣର ଗଞ୍ଜେଇ ଗଛକୁ ନଷ୍ଟ କରିଛି ଅବକାରୀ ବିଭାଗ । ପୋଲିସ, ପ୍ରଶାସନ ଓ ଅବକାରୀ ବିଭାଗର ମିଳିତ ଆନୁକୂଲ୍ୟରେ ଏହି ଚଢାଉ କରା ଯାଇଥିଲା ।

୫୦ ଏକର ଜମି ବେଆଇନ୍ ଭାବେ ଗଞ୍ଜେଇ ଚାଷ  ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ଗଞ୍ଜେଇ ଗଛକୁ କାଟି ନଷ୍ଟ କରାଯାଇଥିବା ବେଳେ ଗ୍ରାମ ବାସିନ୍ଦାଙ୍କ ଆକ୍ରୋଶର ଶିକାର ହୋଇଥିଲା ସ୍ୱତନ୍ତ୍ର ଟିମ । ପୋଲିସ ଓ ଅବକାରୀ ବିଭାଗ ବେଆଇନ୍ ମଦ ବିକ୍ରିକୁ ବନ୍ଦ କରିବା ବଦଳରେ ଗଞ୍ଜେଇ ଉପରେ କାହିଁକି ଟାର୍ଗେଟ କରୁଛନ୍ତି ବୋଲି ଯୁକ୍ତି ବାଢିଥିଲେ ଗ୍ରାମବାସୀ । ଯାହାଫଳରେ କିଛି ସମୟ ଧରି ଉତେଜନା ପରିସ୍ଥିତି ଦେଖା ଦେଇଥିବା ବେଳେ ଅଧାରୁ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଥିଲା ଅବକାରୀ ବିଭାଗ ।

Tags: