ଜୁଆ ଆଡ୍ଡା ଉପରେ ଚଢ଼ାଉ, ୪ ଗିରଫ

ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଗିରିସୋଲା ଅଞ୍ଚଳରେ ଏକ ଜୁଆ ଆଡ୍ଡାକୁ ଠାବ କରିଛି ପୋଲିସ ।

ଜୁଆ ଆଡ୍ଡା ଉପରେ ଚଢ଼ାଉ, ୪ ଗିରଫ
ଫଟୋ ସୌଜନ୍ୟ: ଜୀ ମିଡିଆ

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଗିରିସୋଲା ଅଞ୍ଚଳରେ ଏକ ଜୁଆ ଆଡ୍ଡାକୁ ଠାବ କରିଛି ପୋଲିସ । ଘଟଣାରେ ଅଭିଯୁକ୍ତ ୪ ଜୁଆଡ଼ିଙ୍କୁ ଗିରଫ କରାଯାଇଛି । ଅନ୍ୟକିଛି ଜୁଆଡ଼ି ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି । 

ସୂଚନା ମୁତାବକ, ସମ୍ପୃକ୍ତ ଅଞ୍ଚଳରେ ଜୁଆ ଖେଳ ଚାଲିଥିବା ନେଇ ପୋଲିସକୁ କୌଣସି ସୂତ୍ରରୁ ଖବର ମିଳିଥିଲା । ପରେ ପୋଲିସ ଉକ୍ତ ଅଞ୍ଚଳରେ ଚଢ଼ାଉ କରିଥିଲା । ପୋଲିସକୁ ଦେଖି ଜୁଆଡ଼ି ଖସି ଯିବାକୁ ଚେଷ୍ଠା କରିଥିଲେ । ତେବେ ୪ ଜୁଆଡ଼ିକୁ କାବୁ କରିବାରେ ପୋଲିସ ସଫଳ ହୋଇଛି ।  ଗିରଫ ଜୁଆଡ଼ିଙ୍କ ପାଖରୁ ୫ଲକ୍ଷ ୫୨ ହଜାର ଟଙ୍କା ଜବତ ହୋଇଥିବା ପୋଲିସ ସୂଚନା ଦେଇଛି । 

ଆହୁରି ପଢ଼ନ୍ତୁ; କୋରୋନା ପ୍ରଭାବ: ଲୁଚାଛପା ବିବାହର ସିକ୍ରେଟ କାହାଣୀ