ଶାଶୁଘରୁ ଉଦ୍ଧାର ହେଲା ନିଖୋଜ ନାବାଳିକା

ପିପିଲି ସ୍କୁଲରେ ୮ମ ଶ୍ରେଣୀରେ ପାଠ ପଢୁଥିବା ଏହି ଛାତ୍ରୀ ଜଣକ ଗତ ଦୁଇ ମାସ ଧରି ସ୍କୁଲକୁ ଯାଉ ନଥିଲେ । ଏହା ପରେ ଉକ୍ତ ଛାତ୍ରୀଙ୍କ ପରିବାର ଲୋକଙ୍କ ଠାରୁ ସନ୍ତୋଷ ଜନକ ଉତ୍ତର ନ ପାଇବା ପରେ ସ୍କୁଲର ଜଣେ ଶିକ୍ଷୟତ୍ରୀ ଟ୍ୱିଟ କରି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । 

ଶାଶୁଘରୁ ଉଦ୍ଧାର ହେଲା ନିଖୋଜ ନାବାଳିକା
ଫାଇଲ ଫଟୋ

ବ୍ରହ୍ମପୁର: ଗଞ୍ଜାମରୁ ବାଲ୍ୟ ବିବାହ ଘଟଣା ସାମ୍ନାକୁ ଆସିଛି । ଜିଲ୍ଲାର ସୋରଡ଼ା ବ୍ଲକ ଅନ୍ତର୍ଗତ ମୁଡ଼େସ କୂପା ଗ୍ରାମରେ ଜଣେ ନାବାଳିକାଙ୍କ ବିବାହ କରାଯାଇଥିଲା । ଏହାର ଖବର ପାଇଁ ପୋଲିସ ସେହି ନାବାଳିକଙ୍କୁ ଉଦ୍ଧାର କରିଛି । ଉଦ୍ଧାର ନାବାଳିକା ଜଣଙ୍କ ପୁରୀ ପିପିଲି ଅଞ୍ଚଳର ବୋଲି ଜଣାପଡିଛି ।

ପିପିଲି ସ୍କୁଲରେ ୮ମ ଶ୍ରେଣୀରେ ପାଠ ପଢୁଥିବା ଏହି ଛାତ୍ରୀ ଜଣକ ଗତ ଦୁଇ ମାସ ଧରି ସ୍କୁଲକୁ ଯାଉ ନଥିଲେ । ଏହା ପରେ ଉକ୍ତ ଛାତ୍ରୀଙ୍କ ପରିବାର ଲୋକଙ୍କ ଠାରୁ ସନ୍ତୋଷ ଜନକ ଉତ୍ତର ନ ପାଇବା ପରେ ସ୍କୁଲର ଜଣେ ଶିକ୍ଷୟତ୍ରୀ ଟ୍ୱିଟ କରି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଖବର ପ୍ରଘଟ ହେବା ପରେ ଶିଶୁ ବିଭାଗ ଓ ପୋଲିସ ପ୍ରଶାସନ ପକ୍ଷରୁ ହଠାତ ଚଢ଼ାଉ କରାଯାଇ ବାଲ୍ୟ ବିବାହ କରିଥିବା ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଉଦ୍ଧାର କରି ଚାଇଲଡ ଲାଇନକୁ ହସ୍ତାନ୍ତର କରାଯାଇଛି ।

ସୂଚନା ମୁତାବକ, ନାବାଳିକାର ପରିବାର ପୁରୀ ଜିଲ୍ଲା ପିପିଲି ଅଂଚଳର ରହିଆସୁଥିବା ବେଳେ ସେଠାକାର ଏକ ବିଦ୍ୟାଳୟରେ ନାବାଳିକା ଜଣକ ଅଷ୍ଟମ ଶ୍ରେଣୀରେ ପଢୁଥିଲେ । ହେଲେ ଗତ ୨ ମାସ ହେବ ବିଦ୍ୟାଳୟରୁ ନାବାଳିକା ଜଣକ ନିଖୋଜ ରହିଥିଲେ । ଏ ନେଇ ମୁଖ୍ୟମନ୍ତ୍ରୀ ଓ ସାଂସଦ ଅପରାଜିତା ଷଢଙ୍ଗୀଙ୍କୁ ଟ୍ୱିଟ ମାଧ୍ୟମରେ ଅବଗତ କରାଇବା ପରେ ଏହି ବାଲ୍ୟ ବିବାହ ଘଟଣା ପଦାକୁ ଆସିଥିଲା l

ଅନ୍ୟପଟେ ସୁନୀଲ ନାୟକ ନାବାଳିକାଙ୍କୁ ବିବାହ କରିଛନ୍ତି । ସମ୍ପର୍କରେ ଏହି ନାବାଳିକା ତାଙ୍କର ମାମୁ ଝିଅ ବୋଲି ସୂଚନା ମିଳିଛି l ସୁନୀଲ ମାମୁଁ ଘରକୁ ବୁଲିବାକୁ ଯାଇ ନାବାଳିକାକୁ ନେଇ ଆସି ବିବାହ କରିଥିଲେ । ତେବେ ଉଦ୍ଧାର ପରେ ସମନ୍ଵୟ ଶିଶୁ ବିଭାଗ ଉଦ୍ଧାର ନାବାଳିକା କୁ child lineକୁ ହସ୍ତାନ୍ତର କରିଥିବା ଜଣାପଡିଛି l