)
ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର:- ଜିଲ୍ଲାପାଳ କ୍ଷମତାର ଅପବ୍ୟବହାର କଲେ ସରପଞ୍ଚ । ନିଜ ପଞ୍ଚାୟତକୁ ବିପଦରୁ ରକ୍ଷା କରିବା ଲାଗି ପ୍ରତିଶୃତି ଦେଇ ବିପଦକୁ ଆମନ୍ତ୍ରଣ କରିଥିବା ଭଳି ସାଂଘାତିକ ଅଭିଯୋଗ ହୋଇଛି । କୋରୋନାର ମହା ବିପତ୍ତି ସମୟରେ ସରକାରୀ ନିୟମକୁ ଖୋଲା ଉଲଘଂନ କରି ଗ୍ରାମରେ ଯଜ୍ଞ କରିବା ନାଏବ ସରପଞ୍ଚଙ୍କୁ ପଡ଼ିଲା ମହଙ୍ଗା । ଏଭଳି ଘଟଣାର ସତ୍ୟତା ଦେଖିବାକୁ ମିଳିଛି ପୋଲସରା ବ୍ଲକ ଅନ୍ତର୍ଗତ ଜା.ଡେଙ୍ଗା ପଦର ପଞ୍ଚାୟତ ମର୍ଦ୍ଧରାଜପୁର ଗ୍ରାମରେ ।
ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶନାମା ଜାରି କରା ଯାଇଥିଲେ ମଧ୍ୟ ସବୁ ନିୟମକୁ କୁଠାରଘାତ କରି ୫ ଶହରୁ ଉର୍ଦ୍ଧ୍ୱ ଲୋକଙ୍କ ସମାଗମ କରି ପଞ୍ଚମୁଖି ହନୁମାନ ମନ୍ଦିର ପ୍ରତିଷ୍ଠା ଲାଗି ଯଜ୍ଞ ଆୟୋଜନ କରିଥିଲେ ନାଏବ ସରପଞ୍ଚ କୃଷ୍ଣଚନ୍ଦ୍ର ଜେନା । ଘଣ୍ଟ ମୃଦଙ୍ଗ ସହିତ ଶହ ଶହ ମହିଳାମାନେ କଳସୀ ଯାତ୍ରା କରି ସାମାଜିକ ଦୂରତାକୁ ଭୁଲି ଯାଇଥିବା ଭଳି ଦୃଶ୍ୟ ଏବେ ଭାଇରାଲ ହୋଇଛି । ହେଲେ ସବୁ ଜାଣିଶୁଣି ଯେମିତି ଆଖିରେ ଅନ୍ଧ ପୁଟଳି ବାନ୍ଧି ଦେଇଥିଲେ ପୋଲିସ ଓ ପ୍ରଶାସନ । ଯାହାକୁ ନେଇ ଉକ୍ତ ଗ୍ରାମର ଏକ ଯୁବକ ଏହି ଯଜ୍ଞକୁ ବିରୋଧ କରିବାରୁ ତାଙ୍କୁ ଆକ୍ରମଣ କରାଯାଇଥିବା ବେଳେ ପୋଲସରା ଥାନାରେ ମାମଲା ରୁଜୁ ହୋଇଥିଲା ।
ଉକ୍ତ ଘଟଣାକୁ ନେଇ ସୋସିଆଲ ମିଡ଼ିଆରେ ଭିଡ଼ଓ ଭାଇରଲ୍ ହୋଇଥିବା ବେଳେ ସ୍ଥାନୀୟ ପ୍ରଶାସନ ସବୁ ଜାଣିଶୁଣି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଥିବା ଅଭିଯୋଗ କରିଛନ୍ତି ମର୍ଦ୍ଧରାଜପୁର ଗ୍ରାମବାସୀ । ସେପଟେ ଅଭିଯୋଗ ପ୍ରକାରେ ଥାନାରେ ୧୬୯ରେ ମାମଲା ରୁଜୁ ହୋଇଛି । ଗଂଜାମ ଜିଲ୍ଲାପାଳ ଏହାର ତଦନ୍ତ ପାଇଁ ବିଡ଼ିଓକୁ ନିର୍ଦ୍ଦେଶ ଦେଇଥିବା ବେଳେ ଆଜି କୋଭିଡ ନିୟମକୁ ଉଲଂଘନ ହୋଇଥିବା ଅଭିଯୋଗରେ ମାମଲା ରୁଜୁ କରାଯିବ ବୋଲ ବିଡ଼ିଓ ଶମ୍ଭୁନାଥ ନନ୍ଦି ସୂଚନା ଦେଇଛନ୍ତି ।