କୋଭିଡ ନିୟମକୁ ଉଲ୍ଲଙ୍ଘନ କରି ଯଜ୍ଞ କରିବା ମାମଲାରେ ୧୧ ଜଣ ଗିରଫ
Advertisement

କୋଭିଡ ନିୟମକୁ ଉଲ୍ଲଙ୍ଘନ କରି ଯଜ୍ଞ କରିବା ମାମଲାରେ ୧୧ ଜଣ ଗିରଫ

ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶନାମା ଜାରି କରା ଯାଇଥିଲେ ମଧ୍ୟ ସବୁ ନିୟମକୁ କୁଠାରଘାତ କରି ୫ ଶହରୁ ଉର୍ଦ୍ଧ୍ୱ ଲୋକଙ୍କ ଉପସ୍ଥିତିରେ ପଞ୍ଚମୁଖି ହନୁମାନ ମନ୍ଦିର ପ୍ରତିଷ୍ଠା ଲାଗି ଯଜ୍ଞ ଆୟୋଜନ କରିଥିଲେ ନାଏବ ସରପଞ୍ଚ କୃଷ୍ଣଚନ୍ଦ୍ର ଜେନା ।

ପ୍ରତୀକାତ୍ମକ ଫଟୋ

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର:- କୋରୋନାର ମହା ବିପତ୍ତି ସମୟରେ ସରକାରୀ ନିୟମକୁ ଖୋଲା ଉଲ୍ଲଙ୍ଘନ କରି ଗ୍ରାମରେ ଯଜ୍ଞ କରିବା ନାଏବ ସରପଞ୍ଚଙ୍କୁ ପଡ଼ିଲା ମହଙ୍ଗା । ଏନେଇ ଥାନାରେ ମାମଲା ରୁଜୁ ହେବା ପରେ ୧୧ ଜଣଙ୍କୁ ପୋଲିସ ଗିରଫ କରିଛି ବୋଲି ସୂଚନା ମିଳିଛି । ଏହି ଘଟଣାଟି ପୋଲସରା ବ୍ଲକ ଅନ୍ତର୍ଗତ ଜା.ଡେଙ୍ଗା ପଦର ପଞ୍ଚାୟତ ମର୍ଦ୍ଧରାଜପୁର ଗ୍ରାମରେ ଘଟିଛି ।

ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶନାମା ଜାରି କରା ଯାଇଥିଲେ ମଧ୍ୟ ସବୁ ନିୟମକୁ କୁଠାରଘାତ କରି ୫ ଶହରୁ ଉର୍ଦ୍ଧ୍ୱ ଲୋକଙ୍କ ଉପସ୍ଥିତିରେ ପଞ୍ଚମୁଖି ହନୁମାନ ମନ୍ଦିର ପ୍ରତିଷ୍ଠା ଲାଗି ଯଜ୍ଞ ଆୟୋଜନ କରିଥିଲେ ନାଏବ ସରପଞ୍ଚ କୃଷ୍ଣଚନ୍ଦ୍ର ଜେନା । ଘଣ୍ଟ ମୃଦଙ୍ଗ ସହିତ ଶହ ଶହ ମହିଳାମାନେ କଳସୀ ଯାତ୍ରା କରି ସାମାଜିକ ଦୂରତାକୁ ଭୁଲି ଯାଇଥିବା ଭଳି ଦୃଶ୍ୟ  ଭାଇରାଲ ହୋଇଥିଲା । ଯାହାକୁ ନେଇ ଉକ୍ତ ଗ୍ରାମର ଏକ ଯୁବକ ଏହି ଯଜ୍ଞକୁ ବିରୋଧ କରିବାରୁ ତାଙ୍କୁ ଆକ୍ରମଣ କରାଯାଇଥିବା ବେଳେ ପୋଲସରା ଥାନାରେ ମାମଲା ରୁଜୁ ହୋଇଥିଲା ।