ଅଠାଓ୍ୱେଲଙ୍କୁ ଭେଙ୍କିଆଙ୍କ କଟାକ୍ଷ !
Advertisement

ଅଠାଓ୍ୱେଲଙ୍କୁ ଭେଙ୍କିଆଙ୍କ କଟାକ୍ଷ !

ରାଜ୍ୟସଭାରେ ଆଜି କେନ୍ଦ୍ରମନ୍ତ୍ରୀଙ୍କ କବିତାକୁ କଟାକ୍ଷ କରିଛନ୍ତି ଖୋଦ ଗୃହର ବାଚସ୍ପତି ତଥା ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁ। ରାଷ୍ଟ୍ରପତିଙ୍କ  ଅଭିଭାଷଣର ଧନ୍ୟବାଦ ଅର୍ପଣ କରୁଥିବା କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାଓ୍ୱଲେ ନିଜ କବିତା ମାଧ୍ୟମରେ ବକ୍ତବ୍ୟ ରଖୁଥିଲେ। ତେବେ ତାଙ୍କର ଏହି ଶୈଳୀରେ ଖୋଦ ଭେଙ୍କିୟା ନାଇଡ଼ୁ ମଧ୍ୟ ହସି ଦେଇଥିଲେ। କହିଥିଲେ ଆପଣଙ୍କର ମନୋରଞ୍ଜନ ପାଇଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।  

ଅଠାଓ୍ୱେଲଙ୍କୁ ଭେଙ୍କିଆଙ୍କ କଟାକ୍ଷ !

ନୂଆଦିଲ୍ଲୀ: ରାଜ୍ୟସଭାରେ ଆଜି କେନ୍ଦ୍ରମନ୍ତ୍ରୀଙ୍କ କବିତାକୁ କଟାକ୍ଷ କରିଛନ୍ତି ଖୋଦ ଗୃହର ବାଚସ୍ପତି ତଥା ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁ। ରାଷ୍ଟ୍ରପତିଙ୍କ  ଅଭିଭାଷଣର ଧନ୍ୟବାଦ ଅର୍ପଣ କରୁଥିବା କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାଓ୍ୱଲେ ନିଜ କବିତା ମାଧ୍ୟମରେ ବକ୍ତବ୍ୟ ରଖୁଥିଲେ। ତେବେ ତାଙ୍କର ଏହି ଶୈଳୀରେ ଖୋଦ ଭେଙ୍କିୟା ନାଇଡ଼ୁ ମଧ୍ୟ ହସି ଦେଇଥିଲେ। କହିଥିଲେ ଆପଣଙ୍କର ମନୋରଞ୍ଜନ ପାଇଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।  

କାରଣ ସିଏଏକୁ ସମର୍ଥନ କରି ଅଠାଓ୍ୱଲେ କବିତା ପଢିବା ଆରମ୍ଭ କରିଥିଲେ। ସେ କହିଥିଲେ ବହୁତ ହି ଅଚ୍ଛା ଥା ମହାମହିମ ରାମନାଥ କୋବିନ୍ଦ କା ଅଭିଭାଷଣ, ବହୁତ ହି ଅଚ୍ଛା ଥା ମହାମହିମକା ଅଭିଭାଷଣ, କ୍ୟୁଁ କି ନରେନ୍ଦ୍ର ମଝଭୁତ କର ରହେ ହେଁ ଭାତର ନେସନ। ସେହିପରି କଂଗ୍ରେସକୁ ଟାର୍ଗେଟ କରି ସେ କହିଥିଲେ କି, ଗୁଲାମ ନବୀ ଆଜାଦ ଜୀ, ଆନନ୍ଦ ଶର୍ମା ଜୀ, ଅବ ମ ଲାଓ ଉଲଟା ସିଦ୍ଧା ମୋସନ, ଅବ ଜରା ଶାନ୍ତ ସେ ସୁନୋ ମେରା ଭାଷଣ। ଅଠାଓ୍ୱଲେଙ୍କ ଏତିକି ଶୁଣିବା ପରେ ହିଁ ଗୃହରେ ହାସ୍ୟରୋଳ ସୃଷ୍ଟି ହୋଇ ଥିଲା। ଏପରିକି ବେଶ ତାଳିମାଡ଼ ମଧ୍ୟ ହୋଇଥିଲା।  

ପରେ ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆର ସାଂସଦ ଅଠାଓ୍ୱଲେ କହିଥିଲେ କି, ନରେନ୍ଦ୍ର ମୋଦିଙ୍କର ସମାଜକୁ ଭାଙ୍ଗିବାର ଅଭ୍ୟାସ ନାହିଁ କି କାହାର ନାଗରିକତାକୁ ଛଡାଇବାର ଅଭ୍ୟାସ। ମୋଦି ସେଇମାନଙ୍କୁ ଏହି ନାଗରିକତା ପ୍ରଦାନ କରୁଛନ୍ତି, ଯେଉଁମାନଙ୍କୁ ଏହାର ଆବଶ୍ୟକତା ରହିଛି। କଂଗ୍ରେସ ସାଂସଦ ଆନନ୍ଦ ଶର୍ମାଙ୍କୁ ଟାର୍ଗେଟ କରି କହିଥିଲେ କି ରାଷ୍ଟ୍ରପତିଙ୍କ ଭାଷଣ ଶୁଣିଲି। ଭଲ ଥିଲା। ଆନନ୍ଦଙ୍କର ମଧ୍ୟ ଭାଷଣ ଶୁଣିଲି। ଆମ ବିରୋଧରେ ଆପଣ ବେଶ ଭଲ କହୁଛନ୍ତି। ପରେ ଆମେମାନେ ତୁମମାନଙ୍କର ହିଁ ଗୁମର ଖୋଲୁଛୁ ବୋଲି ସେ କହିଥିଲେ।  

ସାମାଜିକ ନ୍ୟାୟ ବିଭାଗର ମନ୍ତ୍ରୀ ଅଠାଓ୍ୱଲେ କହିଥିଲେ କି, ଆଇନ ଯଦି ଭଲ, ସମସ୍ତଙ୍କ ହିତରେ ଆସୁଛି, ତେବେ ତାହାକୁ ସମସ୍ତେ ସମର୍ଥନ କରିବାର ଆବଶ୍ୟକ ରହିଛି। ଯଦି ଆପଣ ଏଭଳି ଭଲ ଆଇନକୁ ସମର୍ଥନ ନ କରିବେ ତେବେ ଆପଣ କେବଳ ବିରୋଧୀଙ୍କ ଆସନରେ ବସିବେ ବୋଲି ସେ କହିଥିଲେ। ତେବେ ଅଠାଓ୍ୱଲେଙ୍କ ଭାଷଣ ଶେଷ ଆଡ଼କୁ ମଧ୍ୟ ଗୃହର ସଭାପତି ଭେଙ୍କିୟା ନାଇଡ଼ୁ ମଧ୍ୟ ହସି ପକାଇଥିଲେ ଏବଂ କହିଥିଲେ କି ଆପଣଙ୍କର ମନୋବିଜ୍ଞାନ ଏବଂ ମନୋରଞ୍ଜନ ପାଇଁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା।