close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଉଡ଼ିବ ରଙ୍ଗେଇଲୁଣ୍ଡା !

ଆକାଶରେ ଉଡ଼ିବ ରଙ୍ଗେଇଲୁଣ୍ଡା । ବଦଳିବ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପର ଭାଗ୍ୟ । 

ଉଡ଼ିବ ରଙ୍ଗେଇଲୁଣ୍ଡା !
ରଙ୍ଗେଇଲୁଣ୍ଡାରେ ଥିବା ଅଣଓସାରିଆ ଏୟାରଷ୍ଟ୍ରିପ୍

ବ୍ରହ୍ମପୁର: ଦୀର୍ଘଦିନର ସ୍ୱପ୍ନ ଏବେ ସାକାର ହେବାକୁ ଯାଉଛି । ଆଉ ମାତ୍ର କେଇ ମାସର ଅପେକ୍ଷା । ଆଉ ଆକାଶରେ ଉଡ଼ିବ ରଙ୍ଗେଇଲୁଣ୍ଡା । ବଦଳିବ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପର ଭାଗ୍ୟ । 

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ନିର୍ମାଣ ହୋଇଥିବା ରଙ୍ଗେଇଲୁଣ୍ଡା ଏୟାଷ୍ଟ୍ରିପର ସମ୍ପ୍ରସାରିତ ହେବ । ପୂରଣ ହେବ ଜନ ସାଧାରଣଙ୍କ ଦୀର୍ଘଦିନର ସ୍ୱପ୍ନ । ଝାରସୁଗୁଡ଼ା, ଜୟପୁର, ରାଉରକେଲା ପରେ ଏବେ  ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପକୁ କାର୍ଯ୍ୟକ୍ଷମ କରିବାକୁ ସରକାର ନଜର ରଖିଛନ୍ତି । .କେନ୍ଦ୍ର ସରକାରଙ୍କ ଅଣଦେଖା ଭିତରେ ବଳି ପଡ଼ିଥିବା ସାଧାରଣ ଜନତାଙ୍କ ଆଶା କିଛିମାତ୍ରାରେ ପୂରଣ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏଥିଲାଗି ସରକାରଙ୍କ ପକ୍ଷରୁ ୪୩ କୋଟି ଟଙ୍କା ଅନୁଦାନ ମଧ୍ୟ ମିଳିଛି । ପୂର୍ବରୁ ଏୟାରଷ୍ଟ୍ରିପର ଓସାର ୧୫ ମିଟର ଥିବାବେଳେ ଏହା ୩୦ ମିଟରକୁ ବୃଦ୍ଧି କରାଯିବ। ଏହା ସହ ରନୱେକୁ ୮୯୫ ମିଟରରୁ ବୃଦ୍ଧି କରି ୧୫ ଶହ ୬୦ ମିଟର କରିବା ଲାଗି ଡିପିଆର ପ୍ରସ୍ତୁତ କରାଯାଇଛି । ଚତୁର୍ପାଶ୍ୱରେ ଉଚ୍ଚ ପାଚେରୀ ସହ ଆବଶ୍ୟକ ଭିତ୍ତିଭୂମିର ବିକାଶ ମଧ୍ୟ କରାଯିବ । ଏନେଇ ଜମି ଚିହ୍ନଟ ହୋଇଯାଇଛି । ତେବେ ଏହାର ଅଧିଗ୍ରହଣ ସରିବା ମାତ୍ରେ ଖୁବଶୀଘ୍ର କାମ ଆରମ୍ଭ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । 

ଦକ୍ଷିଣ ଓଡ଼ିଶାର ବ୍ୟାବସାୟିକ ପ୍ରାଣକେନ୍ଦ୍ର ଭାବେ ବ୍ରହ୍ମପୁର ସହରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏପରିକି ଜିଲ୍ଲାରେ ଆଇଜର ଭଳି ଜାତୀୟ ଶିକ୍ଷାନୁଷ୍ଠାନ, ଦୁଇ ଦୁଇଟି ବିଶ୍ୱବିଦ୍ୟାଳୟ,୧୫ ଟି ଇଂଞ୍ଜିନିୟରିଂ କଲେଜ, ଆର୍ମି-ଏୟାର୍ ଡିଫେନ୍ସ ସେଣ୍ଟର, ଗୋପାଳପୁର ବନ୍ଦର, ଟିଟାନିୟମ ପ୍ଲାଣ୍ଟ, ଭାରତୀୟ ବିରଳ ମୃତ୍ତିକା ପ୍ଲାଣ୍ଟ ଭଳି ଅନେକ ଅନୁଷ୍ଠାନକୁ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରୁ ଛାତ୍ରଛାତ୍ରୀ ଓ ବ୍ୟବସାୟୀମାନେ ଯାତାୟତ କରିଥା'ନ୍ତି । ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳୁଥିବାବେଳେ ରିଲିଫ ବଣ୍ଟନବେଳେ ଆବଶ୍ୟକ ହେଲିକେପ୍ଟର ଆସିବାରେ ମଧ୍ୟ ଅସୁବିଧା ଦେଖିବାକୁ ମିଳୁଛି । ନିକଟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଗସ୍ତ ବେଳେ ଏୟାର୍ ଷ୍ଟ୍ରିପର ଆବଶ୍ୟକତାକୁ ସମସ୍ତେ ହୃଦବୋଧ କରିଛନ୍ତି । ଯାହାକୁ ଦୃଷ୍ଟିରେ ରଖି ବିମାନ ବନ୍ଦର ପ୍ରତିଷ୍ଠାନ ନିମନ୍ତେ ପୂର୍ବରୁ ଅନେକଥର ଦାବି ହୋଇଛି । ୪୦ ଏକର ଜମିରେ ନିର୍ମାଣ ହୋଇଥିବା ରଙ୍ଗେଇଲୁଣ୍ଡା ଏୟାଷ୍ଟ୍ରିପକୁ ସମ୍ପ୍ରସାରଣ କରିବା ଲାଗି ପ୍ରସ୍ତାବ ମଧ୍ୟ ରହିଥିଲା । ତେବେ ଏ ଦିଗରେ ଏବେ ରାଜ୍ୟ ସରକାରଙ୍କ ଆଖି ପଡ଼ିଛି । ସରକାର ଏହି ଏୟାରଷ୍ଟ୍ରିପକୁ ସମ୍ପ୍ରସାରିତ କରି ଏହାକୁ ଝାରସୁଗୁଡ଼ା ଭଳି ଏକ ବିମାନବନ୍ଦରରେ ପରିଣତ କରିବାକୁ ଚେଷ୍ଟା ଆରମ୍ଭ କରି ଦେଇଛନ୍ତି । ଏଥିଲାଗି ସରକାରଙ୍କ ପକ୍ଷରୁ ୪୩ କୋଟି ଟଙ୍କା ଅନୁଦାନ ମଧ୍ୟ ମିଳିଛି ।