ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୦ ହଜାର ଦେଲେ ପୂର୍ବତନ ବିଧାୟିକା ରାସେଶ୍ୱରୀ

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ 50 ହଜାର ଟଙ୍କା ଦେଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ । କୋରୋନା ପରି ମହାମାରୀକୁ ପ୍ରତିହତ କରିବା ପାଇଁ ସାରା ଭାରତ ବର୍ତ୍ତମାନ ଅଣ୍ଟା ଭିଡ଼ିଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ଏଭଳି ପରିସ୍ଥିତିରେ ସହଯୋଗର ହାତ ବଢାଇଛନ୍ତି । ନିଜର ତିନି ମାସର ଦରମା ଗତ କାଲି ରାଜ୍ୟବା

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୦ ହଜାର ଦେଲେ ପୂର୍ବତନ ବିଧାୟିକା ରାସେଶ୍ୱରୀ
ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୦ ହଜାର ଦେଲେ ପୂର୍ବତନ ବିଧାୟିକା ରାସେଶ୍ୱରୀ

ଅଜୟ କୁମାର ନାଥ, ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ 50 ହଜାର ଟଙ୍କା ଦେଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ । କୋରୋନା ପରି ମହାମାରୀକୁ ପ୍ରତିହତ କରିବା ପାଇଁ ସାରା ଭାରତ ବର୍ତ୍ତମାନ ଅଣ୍ଟା ଭିଡ଼ିଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ଏଭଳି ପରିସ୍ଥିତିରେ ସହଯୋଗର ହାତ ବଢାଇଛନ୍ତି । ନିଜର ତିନି ମାସର ଦରମା ଗତ କାଲି ରାଜ୍ୟବାସୀଙ୍କ ପାଇଁ ପ୍ରଦାନ କରିଛନ୍ତି ନବୀନ ପଟ୍ଟନାୟକ । ସେହି କ୍ରମରେ ରାଜ୍ୟର ଲୋକ ମାନଙ୍କୁ ମଧ୍ୟ ସହଯୋଗର ହାଥ ବଢାଇବା ପାଇଁ ଅନୁରୋଧ କରିଛନ୍ତି । ଆଜି ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ 50 ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରି ରାଜ୍ୟର ଏଭଳି ପରିସ୍ଥିତିରେ ସହଯୋଗର ହାଥ ବଢାଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ୪ ଲକ୍ଷ ୪୧ ହଜାର କୋରୋନା ରୋଗରେ ଆକ୍ରାନ୍ତ ହୋଇଥିବାବେଳେ ୧୯ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି । ଭାରତରେ ବର୍ତ୍ତମାନ ସୁଦ୍ଧା ୬୦୬ ଜଣ ଲୋକ କୋରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ସର୍ବାଧିକ କୋରୋନା ଆକ୍ରାନ୍ତ ମହାରାଷ୍ଟ୍ରରେ ଦେଖାଦେଇଛି ।