ଧୋକା ଦେଲା ଜିଓ! ଏଣିକି ଜିଓରୁ ଅନ୍ୟ କୌଣସି ନେଟୱର୍କକୁ କଲ୍ କଲେ ମିନିଟକୁ କଟିବ ୬ପଇସା
Advertisement

ଧୋକା ଦେଲା ଜିଓ! ଏଣିକି ଜିଓରୁ ଅନ୍ୟ କୌଣସି ନେଟୱର୍କକୁ କଲ୍ କଲେ ମିନିଟକୁ କଟିବ ୬ପଇସା

ଜିଓ ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା, ଏଣିକି ଜିଓ ନମ୍ୱରରୁ ଅନ୍ୟ ନମ୍ୱରକୁ କଲ କଲେ ଲାଗିବ ଚାର୍ଜ । ଏନେଇ ଏକ ବଡ଼ ଘୋଷଣା କରିଛି ଜିଓ କମ୍ପାନୀ । ବର୍ତ୍ତମାନ ଜିଓ କମ୍ପାନୀ ଉପରେ ୧୩ ହଜାର ୫୦୦ କୋଟି ଟଙ୍କାର ବୋଝ ପଡ଼ିଛି । ହେଲେ ଜିଓ ପୂର୍ବରୁ କେବେ ଅଫର ଦେବାରେ ଲୋକଙ୍କୁ ହତାସ କରି ନ ଥିଲା, ବର୍ତ୍ତମାନ ମଧ୍ୟ ଜାରି କରିଛି କିଛି ଆକର୍ଷଣୀୟ ଅଫର, ଯାହାକି ଦର୍ଶକଙ୍କୁ ପସନ୍ଦ ଆସିପାରେ ।

  • ଜିଓ ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା, ଏଣିକି ଜିଓ ନମ୍ୱରରୁ ଅନ୍ୟ ନମ୍ୱରକୁ କଲ କଲେ ଲାଗିବ ଚାର୍ଜ । ଏନେଇ ଏକ ବଡ଼ ଘୋଷଣା କରିଛି ଜିଓ କମ୍ପାନୀ ।
  • ବର୍ତ୍ତମାନ ଜିଓ କମ୍ପାନୀ ଉପରେ ୧୩ ହଜାର ୫୦୦ କୋଟି ଟଙ୍କାର ବୋଝ ପଡ଼ିଛି । ହେଲେ ଜିଓ ପୂର୍ବରୁ କେବେ ଅଫର ଦେବାରେ ଲୋକଙ୍କୁ ହତାସ କରି ନ ଥିଲା, ବର୍ତ୍ତମାନ ମଧ୍ୟ ଜାରି କରିଛି କିଛି ଆକର୍ଷଣୀୟ ଅଫର ।
  • ବିନା IUC ଚାର୍ଜରେ ଗ୍ରାହକଙ୍କୁ ସେବା ପ୍ରଦାନ କରୁଥିଲା ଜିଓ, ହେଲେ IUC ଚାର୍ଜ କଣ ?
  •  
  •  

Trending Photos

Reliance Jio customers pay 6 paise per min.

ପ୍ରଜ୍ଞା ପରମିତା ପତ୍ରୀ, ଭୁବନେଶ୍ୱର: ଜିଓ ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା, ଏଣିକି ଜିଓ ନମ୍ୱରରୁ ଅନ୍ୟ ନମ୍ୱରକୁ କଲ କଲେ ଲାଗିବ ଚାର୍ଜ । ଏନେଇ ଏକ ବଡ଼ ଘୋଷଣା କରିଛି ଜିଓ କମ୍ପାନୀ । ଅଳ୍ପଦିନ ମଧ୍ୟରେ ସମସ୍ତ ଟେଲିକମ୍ କମ୍ପାନୀକୁ ପଛରେ ପକାଇଥିବା ଜିଓ ଏବେ ପ୍ଲାନ ଚେଞ୍ଜ କରିଛି । ପୂର୍ବରୁ କମ୍ ଟଙ୍କା ରିଚାର୍ଜ କରି ଜିଓରୁ ମାଗଣା କଲ କରି ହେଉଥିଲା । କିନ୍ତୁ ବର୍ତ୍ତମାନ ସେହି ପ୍ଲାନ କାମ କରୁ ନାହିଁ, ଅନ୍ୟ ନେଟୱର୍କ ଯଥା ଭୋଡାଫୋନ, ଏୟାରଟେଲ୍, କିମ୍ୱା ଅନ୍ୟ କୈଣସି ନେଟୱାର୍କକୁ କଲ କଲେ ମିନିଟକୁ କଟିବ ୬ ପଇସା । ହେଲେ ନିଜ ନେଟୱର୍କକୁ କଲେ କଟିବ ନାହିଁ ପଇସା ଅର୍ଥାତ ଜିଓରୁ ଜିଓକୁ କଲ କଲେ ମାଗଣା ।

fallback

 ଖୁବ କମ୍ ଦିନ ମଧ୍ୟରେ ବଜାରରେ ରାଜ କରୁଥିବା ଜିଓ ବର୍ତ୍ତମାନ ମାଗଣା ଯୁଗ ଶେଷ କରିଛି । ଜିଓ କମ୍ପାନୀ ବର୍ତ୍ତମାନ ୧୩ ହଜାର ୫୦୦ କୋଟି ଟଙ୍କା କ୍ଷତିରେ ଚାଲୁଥିବାରୁ ଏହି ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି । ଏ ସମସ୍ତ ଟଙ୍କା ନିଜ କଷ୍ଟମର ଠାରୁ ଭରଣା କରିବାର ନିଷ୍ପତ୍ତି ନେଇଛି ଜିଓ । ପୂର୍ବରୁ ସମସ୍ତ ନେଟୱାର୍କୁ ମାଗଣା ସେବା ଯୋଗାଇ ପରେ କମ୍ପାନୀ ଉପରେ ପଡ଼ିଛି ୧୩,୫୦୦ ଟଙ୍କାର ବୋଝ । ବର୍ତ୍ତମାନ ଜିଓ କମ୍ପାନୀ ଉପରେ ୧୩ ହଜାର ୫୦୦ କୋଟି ଟଙ୍କାର IUC ଚାର୍ଜ ଲାଗିଛି । ହେଲେ ଜିଓ ପ୍ଲାନରେ କ'ଣ କ'ଣ ପରିବର୍ତ୍ତନ ଆସିଛି ଆପଣ ବୋଧେ ଜାଣି ନ ଥିବେ? ଜାଣନ୍ତୁ...

ଜିଓ ପ୍ଲାନରେ ପରିବର୍ତ୍ତନ: ପରିବର୍ତ୍ତିତ ହୋଇଥିବା ଦର ୯ ଅକ୍ଚୋବରଠୁ ଲାଗୁ ହୋଇ ଯାଇଛି । ମାତ୍ର ଯେଉଁ ୟୁଜର୍ସଙ୍କ ପ୍ଲାନର ବୈଧତା ୧୦ ଅକ୍ଟୋବର ପରେ ଶେଷ ହେବ ସେମାନଙ୍କ କ୍ଷେତ୍ରରେ ଏହି ବର୍ଦ୍ଧିତ ଦର ଲାଗୁ ହେବ ନାହିଁ । ପୁନଃ ଜିଓ ରିଚାର୍ଜରେ ଏହି ଦର ଲାଗୁ ହେବ ।
ଜିଓରୁ ଜିଓ କଲ ମାଗଣା ରହିବ, କିନ୍ତୁ ଜିଓରୁ ଅନ୍ୟ ନେଟୱର୍କ (ଭୋଡାଫୋନ, ଏୟାରଟେଲ, ଆଇଡିଆ, ବିଏସଏନଏଲ...)କୁ ୧ମିନଟକୁ ଦେବାକୁ ପଡ଼ିବ ୬ ପଇସା, କହିବାକୁ ଗଲେ ଜିଓରୁ ଅନ୍ୟାନ୍ୟ ସମସ୍ତ ନେଟୱର୍କକୁ କଲ କଲେ ମୋବାଇଲରୁ ମିନିଟକୁ କଟିବ ୬ ପଇସା । ହେଲେ ଜିଓ ପୂର୍ବରୁ କେବେ ଅଫର ଦେବାରେ ଲୋକଙ୍କୁ ହତାସ କରି ନ ଥିଲା, ବର୍ତ୍ତମାନ ମଧ୍ୟ ଜାରି କରିଛି କିଛି ଆକର୍ଷଣୀୟ ଅଫର, ଯାହାକି ଦର୍ଶକଙ୍କୁ ପସନ୍ଦ ଆସିପାରେ ।

କମ୍ପାନୀ ପକ୍ଷରୁ ଅନ୍ୟ ନେଟୱାର୍କ ସହ ମାଗଣା କଥା ହେବା ପାଇଁ ଟପ୍-ଅପ୍ ରିଚାର୍ଜର ବ୍ୟବସ୍ଥା ଗୁଡ଼ିକ ହେଲା...
୧୦/- ରେ ନନ୍ ଜିଓ ୟୁଜର୍ସଙ୍କୁ  ୧୨୪ ମିନିଟ୍ ମାଗଣା କଲ୍ ଓ ତା ସାଙ୍ଗକୁ ୧GB ମାଗଣା ଡାଟା । ସେହିଭଳି
୨୦/- ରେ ନନ୍ ଜିଓ ୟୁଜର୍ସଙ୍କୁ  ୨୪୯  ମିନିଟ୍ ମାଗଣା କଲ୍ ଓ  ୨ GB ମାଗଣା ଡାଟା,
୫୦/- ରେ ନନ୍ ଜିଓ ୟୁଜର୍ସଙ୍କୁ  ୬୫୬  ମିନିଟ୍ ମାଗଣା କଲ୍ ଓ  ୫ GB ମାଗଣା ଡାଟା, ଓ
୧୦୦/- ରେ ନନ୍ ଜିଓ ୟୁଜର୍ସଙ୍କୁ ୧,୩୬୨  ମିନିଟ୍ ମାଗଣା କଲ୍ ଓ  ୧୦ GB ମାଗଣା ଡାଟା ମିଳିବ ।

ହେଲେ ଆପଣଙ୍କ ମନରେ ନିହାତି ଏହି ପ୍ରଶ୍ନଟି ଆସୁଥିବ, IUC ଚାର୍ଜ କ'ଣ ? ତାହେଲେ ଏହି ବାବଦରେ ଜାଣନ୍ତୁ...

fallback

IUC ଚାର୍ଜ: IUCର ଅର୍ଥ ହେଲା  ଇଣ୍ଟରକନେକ୍ଟ ୟୁସେଜ୍ ଚାର୍ଜ, ଏହା ଜରିଆରେ ଟେଲିକମ୍ କମ୍ପାନୀ ଗୁଡ଼ିକ ଅର୍ଥ ଉପାର୍ଜନ କରିଥାନ୍ତି, ଅର୍ଥ ଉପାର୍ଜନ ପାଇଁ ଟେଲିକମ୍ କମ୍ପାନୀଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରିଥାଏ କହିଲେ କିଛି ଭୁଲ ହେବ ନାହିଁ । ଏହା ହିଁ ଏକ ମାଧ୍ୟମ ଯାହା ଜରିଆରେ ଟେଲିକମ୍ କମ୍ପାନୀଙକୁ ପଇସା ମିଳିଥାଏ । ଏହି ଚାର୍ଜ ଗୋଟିଏ ଟେଲିକମ୍ କମ୍ପାନୀ ଅନ୍ୟ ଏକ ଟେଲିକମ୍ କମ୍ପାନୀକୁ କଲ ବାବଦରେ ଦେଇଥାଏ । ଅର୍ଥାତ ଯଦି ଭୋଡାଫୋନ ୟୁଜର୍ସ ଅନ୍ୟ କୈଣସି ୟୁଜର୍ସକୁ କଲ୍ କରେ ତେବେ ଆଉଟ ଗୋଇଙ୍ଗ କଲ୍ ବାବଦକୁ ଭୋଡାଫୋନ କମ୍ପାନୀ କଲ୍ କରିଥିବା ନେଟୱର୍କକୁ ଧାର୍ଯ୍ୟ ହୋଇଥିବା ପଇସା ଦେଇଥାଏ ।

ଯଦି ସମ୍ପୂର୍ଣ୍ଣ ବିଷୟକୁ ଅନୁଧ୍ୟାନ କରାଯାଏ ତାହେଲେ, ଜିଓ କମ୍ପାନୀ କ୍ଷତି ସହ୍ୟ କରି ସମସ୍ତ ଗ୍ରାହକଙ୍କୁ ମାଗଣା ସେବା ପ୍ରଦାନ କରୁଥିଲା, ବିନା IUC ଚାର୍ଜରେ ଗ୍ରାହକଙ୍କୁ କରୁଥିଲା ସେବା ପ୍ରଦାନ । ବର୍ତ୍ତମାନ କ୍ଷତି ସହ୍ୟ କରି ନ ପାରିବାରୁ ଏଭଳି କିଛି ଠୋସ୍ ପଦକ୍ଷେପ ଗ୍ରହଣ କରିଛି । ହେଲେ ଜିଓ ୟୁଜର୍ସ ଜିଓର ପଦକ୍ଷେପକୁ କେତେ ଗ୍ରହଣ କରିବେ, କେତେ ୟୁଜର୍ସ ଅନ୍ୟ କମ୍ପାନୀକୁ ପୋର୍ଟ କରିବେ କିମ୍ୱା ଏହି ସୁଯୋଗ ଦେଖି ଅନ୍ୟାନ୍ୟ କମ୍ପାନୀ ଗୁଡ଼ିକ ଗ୍ରାହକଙ୍କୁ ନିଜ ଆଡ଼କୁ ଟାଣିବାକୁ ଉଦ୍ୟମ କରିବେ, ନା' ଜିଓ ଆହୁରୀ କିଛି ପରିବର୍ତ୍ତନ କରିବ, ଯେମିତି ଜିଓ ଗ୍ରାହକ ଅନ୍ୟ କମ୍ପାନୀକୁ ନ ଯିବେ ତାକୁ ହିଁ ଅପେକ୍ଷା ।